ଓଡିଶା

odisha

ETV Bharat / bharat

ଦଳକୁ ସଙ୍କଟରୁ ଉଦ୍ଧାର କରିପାରିବେ ରାହୁଲ, ନେତୃତ୍ବ ନିଅନ୍ତୁ କହିଲେ ଖଡ୍ଗେ - ମଲ୍ଲିକାର୍ଜୁନ ଖଡ୍ଗେଙ୍କ କଂଗ୍ରେସ ଅଧ୍ୟକ୍ଷ ବୟାନ

କଂଗ୍ରେସର ଅଧ୍ୟକ୍ଷ ପଦ ନେଇ ରାହୁଲଙ୍କ ଆଡକୁ ଇସାରା କଲେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍ଗେ । କହିଲେ ରାହୁଲଙ୍କ ନିକଟରେ ରହିଛି ଦଳକୁ ସଙ୍କଟରୁ ଉଦ୍ଧାର କରିବାର ସାମର୍ଥ୍ୟ (Rahul Gandhi should lead Congress)। ଅଧିକ ପଢନ୍ତୁ

ଦଳକୁ ସଙ୍କଟରୁ ଉଦ୍ଧାର କରିପାରିବେ ରାହୁଲ, ନେତୃତ୍ବ ନିଅନ୍ତୁ କହିଲେ ଖଡ୍ଗେ
ଦଳକୁ ସଙ୍କଟରୁ ଉଦ୍ଧାର କରିପାରିବେ ରାହୁଲ, ନେତୃତ୍ବ ନିଅନ୍ତୁ କହିଲେ ଖଡ୍ଗେ

By

Published : Aug 28, 2022, 9:08 PM IST

ନୂଆଦିଲ୍ଲୀ:କଂଗ୍ରେସର ଅଧ୍ୟକ୍ଷ ପଦ ନେଇ ଅକ୍ଟୋବର 17 ତାରିଖରେ ନିର୍ବାଚନ ହେବାକୁ ଯାଉଛି । 19 ରେ ଭୋଟ ଗଣତି ସହ ଦଳକୁ ନୂଆ ହାଇକମାଣ୍ଡ ମିଳିବେ । ତେବେ ଦେଶର ସର୍ବପୂରାତନ ତଥା ସର୍ବାଧିକ କାଳ କ୍ଷମତାରେ ରହିଥିବା ରାଜନୈତିକ ଦଳ କଂଗ୍ରେସର ସର୍ବୋଚ୍ଚ କମାଣ୍ଡ ଗାନ୍ଧୀ ପରିବାର ହାତରେ ରହିବ, ନା ଏହା ଅନ୍ୟ କୌଣସି ନେତାଙ୍କ ହାତକୁ ଯାଇପାରେ ତାକୁ ନେଇ ଆଲୋଚନା ଜୋର ଧରିଥିବା ବେଳେ, ଦଳର ବରିଷ୍ଠ ନେତା ତଥା ରାଜ୍ୟସଭାରେ ଦଳର ଫ୍ଲୋର ଲିଡର ଥିବା ମଲ୍ଲିକାର୍ଜୁନ ଖଡ୍ଗେଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଖଡ୍ଗେ ତାଙ୍କ ପ୍ରତିକ୍ରିୟାରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ରାହୁଲ ଗାନ୍ଧୀଙ୍କ ଆଡକୁ ଇସାରା ଦେଇଛନ୍ତି (Rahul Gandhi should lead Congress)। ବର୍ତ୍ତମାନ ସମୟରେ ଦଳ ବିପର୍ଯ୍ୟୟର ସାମ୍ନା କରୁଛି । ବର୍ତ୍ତମାନର ସଙ୍କଟରୁ ଦଳକୁ ଉଦ୍ଧାର କରିବା ପାଇଁ ରାହୁଲ କେବଳ ଏକ ମାତ୍ର ଯୋଗ୍ୟ ନେତା । ତାଙ୍କ ପାଖରେ ସମସ୍ତ ସାମର୍ଥ୍ୟ ମଧ୍ୟ ରହିଛି । ଦଳର ଅନ୍ୟ କାର୍ଯ୍ୟକର୍ତ୍ତା ମଧ୍ୟ ତାଙ୍କ ନେତୃତ୍ବ ଆଶା କରୁଛନ୍ତି । ତେଣୁ ସେ ଦଳର ନେତୃତ୍ବ ନେବା ଉଚିତ ବୋଲି ଖଡ୍ଗେ କହିଥିଲେ ।

ଖବର ସରବରାହ ସଂସ୍ଥା ANI କୁ ପ୍ରତିକ୍ରିୟା ଦେଇ ଖଡ୍ଗେ କହିଛନ୍ତି,‘‘ ବର୍ତ୍ତମାନର ସମୟରେ କଂଗ୍ରେସ ଦଳର ଅଧ୍ୟକ୍ଷ ନିର୍ବାଚନ ନେଇ ପଥ ପରିସ୍କାର ହୋଇସାରିଛି । ଏହା ମୋ ବ୍ୟକ୍ତିଗତ ମତ ଯେ, ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ରାହୁଲ ଗାନ୍ଧୀ ନେତୃତ୍ବ ସମ୍ଭାଳନ୍ତୁ ବୋଲି ଆଶା କରୁଛନ୍ତି (Rahul Gandhi should lead Congress)। ବର୍ତ୍ତମାନ ସମୟରେ ଦଳୀୟ ସଙ୍କଟରୁ ରାହୁଲ ହିଁ ଦଳକୁ ଉଦ୍ଧାର କରିପାରିବେ । ରାହୁଲ ଜଣେ ମାତ୍ର ଯୋଗ୍ୟ ନେତା ଯିଏ ଦଳୀୟ ସଙ୍କଟରୁ ଦଳକୁ ଉଦ୍ଧାର କରିପାରିବାର ସାମର୍ଥ୍ୟ ରଖିଛନ୍ତି । ଦଳକୁ ପୁନଃ ସଂଗଠିତ କରିବା ସହ ଭାରତ ଯୋଡ ଆନ୍ଦୋଳନରେ ସେ ଦେଶବାସୀଙ୍କୁ ଏକତ୍ରିତ ମଧ୍ୟ କରିପାରିବେ ।’’

ଆଜି (ରବିବାର) କଂଗ୍ରେସ ୱାର୍କିଂ କମିଟି (CWC) ବୈଠକ ପରେ ଦଳର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ସୂଚୀ ସ୍ଥିର କରାଯାଇଛି । ଦଳର ମଧ୍ୟବର୍ତ୍ତୀକାଳୀନ ସଭାନେତ୍ରୀ ସୋନିଆ ଗାନ୍ଧୀ ଆଜି ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଉଭଣୀ ତଥା ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନ୍ୟକିଛି ବରିଷ୍ଠ ନେତା ମଧ୍ୟ ଆଜିର ବୈଠକରେ ସାମିଲ ହୋଇଥିଲେ । ସେହିପରି ଭର୍ଚ୍ଚୁଆଲ୍ ମୋଡ୍ ମାଧ୍ୟମର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ । ଅକ୍ଟୋବର 17 ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଓ 19 ରେ ଭୋଟ୍ ଗଣନା କରାଯିବା ନେଇ କାର୍ଯ୍ୟସୂଚୀ ସ୍ଥିର କରିଛି ଦଳ ।

ଏହା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ଗାନ୍ଧୀ ପରିବାରର ଖାସ ଅନୁଗତ କୁହାଯାଉଥିବା ଅଶୋକ ଗେହେଲୋଟଙ୍କୁ କଂଗ୍ରେସ ଅଧ୍ୟକ୍ଷ ଚୟନ କରାଯାଇପାରେ ବୋଲି ଚର୍ଚ୍ଚା ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ଏବେ ପୁଣି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କ ରାହୁଲଙ୍କୁ ନେଇ ଏପରି ପ୍ରତିକ୍ରିୟା ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି । ଦଳର ନେତା ଓ କାର୍ଯ୍ୟକର୍ତ୍ତା ପୁଣି ଥରେ ରାହୁଲଙ୍କ କାନ୍ଧରେ ନେତୃତ୍ବ ଦେବା ପାଇଁ ଚାପ ସୃଷ୍ଟି କରିପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି । ଅନ୍ୟପଟେ ନିଜେ ରାହୁଲ ନେତୃତ୍ବ ପାଇଁ ଅନିଚ୍ଛା ପ୍ରକାଶ କରୁଥିବା ଖବର ମଧ୍ୟ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details