ନୂଆଦିଲ୍ଲୀ: ଲଗାତାର କିଛି ଦିନ ହେବ କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କେନ୍ଦ୍ରର ସମସ୍ତ ମନ୍ତ୍ରଣାଳୟ ମିଥ୍ୟା ଏବଂ କେନ୍ଦ୍ର ଯାହା କହେ ତାହା ଫମ୍ପା ସ୍ଲୋଗାନ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାହୁଲ 'କେନ୍ଦ୍ରର ସବୁଠାରୁ ଦକ୍ଷ ମନ୍ତ୍ରଣାଳୟ କଣ ପାଇଁ'? କେନ୍ଦ୍ରର ଏହି ମନ୍ତ୍ରଣାଳୟ ମିଥ୍ୟା ଓ ଫମ୍ପା ସ୍ଲୋଗାନ ପାଇଁ ବୋଲି ଟ୍ବିଟ କରି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶରେ ଭ୍ୟାକ୍ସିନ ଅଭାବକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ । ଖାଲି ଏହା ନୁହେଁ ଜିଏସଟି ଓ ତେଲ ଦର ବୃଦ୍ଧିକୁ ନେଇ ମଧ୍ୟ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାହୁଲ ।
ପ୍ରକାଶ ଥାଉ କି ଶୁକ୍ରବାର ତେଲ ଦର ବୃଦ୍ଧିକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରର୍ଦଶନ କରିଥିଲା କଂଗ୍ରେସ । ସେ କହିଛନ୍ତି ଜିଡିପି ହାସ୍ର ପାଉଛି, ବେକାରୀ ବଢୁଛି । ତେଲ ଦର ଆକାଶଛୁଆଁ ହୋଇଛି । ଦେଶର ସମସ୍ତ ନାଗରିକଙ୍କୁ ଟୀକାକରଣ କରିବାରୁ ଦାବି କରିଛି ଦଳ । ଭ୍ୟାକ୍ସିନ ପାଇଁ ଅନଲାଇନ ପଞ୍ଜୀକରଣ ଯଥେଷ୍ଟ ନୁହେଁ । ଟୀକାକରଣ କେନ୍ଦ୍ରକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଟିକା ପାଇଁବା ଉଚିତ । ଯେଉଁମାନଙ୍କର ଇଣ୍ଟରନେଟ ସେବା ନାହିଁ ସେମାନଙ୍କୁ ମଧ୍ୟ ଟିକା ପାଇବାର ଅଧିକାର ଅଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ