ଓଡିଶା

odisha

ETV Bharat / bharat

ମା’ ସୋନିଆଙ୍କ ସ୍ବାସ୍ଥ୍ୟବସ୍ଥା କାରଣ ଦର୍ଶାଇ ଇଡିକୁ ସାମୟିକ ବିରାମ ମାଗିଲେ ରାହୁଲ - ସମୟ ମାଗିଲେ ରାହୁଲ

ହସ୍ପିଟାଲରେ ମା’ ସୋନିଆ ଗାନ୍ଧୀ । ଜେରାରୁ ସାମୟିକ ବିରାମ ଚାହିଁଲେ ରାହୁଲ । ତଦନ୍ତକାରୀ ସଂସ୍ଥା ପକ୍ଷରୁ ମିଳିନି ପ୍ରତିକ୍ରିୟା । ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ସୋନିଆ । ଆଜି କ୍ରମାଗତ 4 ଦିନରେ ପହଞ୍ଚିଛି ରାହୁଲଙ୍କ ଜେରା । ଅଧିକ ପଢନ୍ତୁ

ମା’ ସୋନିଆଙ୍କ ସ୍ବାସ୍ଥ୍ୟବସ୍ଥା କାରଣ ଦର୍ଶାଇ ଇଡିକୁ ସାମୟିକ ବିରାମ ମାଗିଲେ ରାହୁଲ
ମା’ ସୋନିଆଙ୍କ ସ୍ବାସ୍ଥ୍ୟବସ୍ଥା କାରଣ ଦର୍ଶାଇ ଇଡିକୁ ସାମୟିକ ବିରାମ ମାଗିଲେ ରାହୁଲ

By

Published : Jun 16, 2022, 8:47 PM IST

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଆର୍ଥିକ ଚଞ୍ଚକତା ମମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ମାରାଥନ ଜେରାର ସମ୍ମୁଖୀନ ହେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇଡି ଠାରୁ ସାମୟିକ ବିରାମ ଚାହିଁଛନ୍ତି । ମା’ ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜେରାରୁ 3 ଦିନ ବିରାମ ଦେବା ପାଇଁ ତଦନ୍ତକାରୀ ସଂସ୍ଥାକୁ ସମୟ ମାଗିଛନ୍ତି ରାହୁଲ ।

କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବର୍ତ୍ତମାନ କୋଭିଡରେ ସଂକ୍ରମିତ ହୋଇ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରାହୁଲ 17 ତାରିଖ ଅର୍ଥାତ ଆସନ୍ତାକାଲି ଠାରୁ 20 ତାରିଖ ଯାଏ 3 ଦିନ ଜେରାରୁ ବିରାମ ଚାହିଁଛନ୍ତି । ତେବେ ରାହୁଲଙ୍କ ଆବେଦନ ଉପରେ ତଦନ୍ତକାରୀ ସଂସ୍ଥା ED ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନଥିବା ସୂଚନା ମିଳିଛି । ଆଜି କ୍ରମାଗତ 4 ର୍ଥ ଦିନରେ ରାହୁଲ ଇଡି କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି ।

ନ୍ୟାସନାଲ ହେରାଲ୍ଡ ମାମଲାରେ ଉଭୟ ମା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରାଯାଇଥିଲା । ସୋନିଆ ଏବେ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଥିବା ବେଳେ ରାହୁଲ ଜେରାର ସମ୍ମୁଖୀନ ହେଉଛନ୍ତି । 13 ତାରିଖରେ ପ୍ରଥମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟର ହାଜର ହେବା ପରେ କ୍ରମାଗତ 4 ଦିନ ହେଲାଣି ରାହୁଲଙ୍କୁ ଜେରା ଜାରି ରଖିଛି ସଂସ୍ଥା । ଏହାକୁ ଅମାନୁଷିକ ତଥା ରାଜନୈତିକ ଉଦ୍ଦେଶ୍ୟଭିତ୍ତିକ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ବିରୋଧୀ କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ ମଧ୍ୟ ଜାରି ରଖିଛି । ଦିଲ୍ଲୀରେ ଅନେକ ବରିଷ୍ଠ କଂଗ୍ରେସ ନେତାଙ୍କୁ ପୋଲିସ ଅଟକ ରଖି ପରେ ଛାଡିଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details