ନୂଆଦିଲ୍ଲୀ:କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଟ୍ୱିଟରରେ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ତାମିଲନାଡୁର କନ୍ୟାକୁମାରୀର ମୁଲୁଗୁମୁଦୁ ସେଣ୍ଟ ଜୋସେଫ ବିଦ୍ୟାଳୟର ଏକ କାର୍ଯ୍ଯକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ସମୟରେ ଜଣେ ବ୍ୟକ୍ତି ରାହୁଲ ଗାନ୍ଧୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ କଣ ନିଷ୍ପତ୍ତି ନେବେ ବୋଲି ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି ।ଏହାର ଉତ୍ତରରେ ରାହୁଲ କହିଛନ୍ତି ଯେ ମୁଁ ଯଦି ଦେଶର ପ୍ରଧାନମନ୍ତ୍ରୀ ହୁଏ ତେବେ ମହିଳା ସଂରକ୍ଷଣକୁ କାର୍ଯ୍ୟକାରୀ କରିବି ବୋଲି ମତରଖିଥିଲେ ।
ରାହୁଲ ଯଦି ପ୍ରଧାନମନ୍ତ୍ରୀ ହେବେ କଣ ନେବେ ପ୍ରଥମ ନିଷ୍ପତ୍ତି, ଏମିତି ଦେଲେ ଉତ୍ତର - rahul gandhi on pm
ଦେଶର ପ୍ରଧାନମନ୍ତ୍ରୀ ହେଲେ ମୁଁ ପ୍ରଥମେ ମହିଳା ସଂରକ୍ଷଣକୁ କାର୍ଯ୍ୟକାରୀ କରିବି କହିଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...
ତେବେ ସେୟାର ହୋଇଥିବା ଏହି ଭିଡିଓଟି କିଛି ମାସ ପୂର୍ବରୁ କୁହାଯାଉଛି ଯେତେବେଳେ ରାହୁଲ ତାମିଲନାଡୁ ଗସ୍ତରେ ଯାଇଥିଲେ। ଗତକାଲି ଟ୍ବିଟରରେ ଏହି ଭିଡିଓଟିକୁ ସେୟାର କରି ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ ସେ, ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମୁଁ କଥା ହେଲି ଏବଂ ସେଠାରେ ମଧ୍ୟ ସେମାନଙ୍କ ସହ ମିଶି ରାତ୍ରୀ ଭୋଜନ କରିଥିଲି। ତେବେ ଏହି ଗସ୍ତ ଚଳିତ ଦୀପାବଳିକୁ ମୋ ପାଇଁ ଅଧିକ ସ୍ୱତନ୍ତ୍ର କରିଥିଲା । ଏଥିସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ସଂସ୍କୃତିର ଏହି ମିଳନ ଆମ ଦେଶର ସବୁଠାରୁ ବଡ ଶକ୍ତି ଏବଂ ଆମେ ଏହାକୁ ସଂରକ୍ଷଣ କରିବା ଆବଶ୍ୟକ ।
ମିଳିଥିବା ସୂଚନା ଅନୁଯାୟୀ ରାହୁଲ ଗାନ୍ଧୀ ଚଳିତ ବର୍ଷ ମାର୍ଚ୍ଚରେ ତାମିଲନାଡୁ ଗସ୍ତ କରିଥିଲେ। ଏହି ସମୟରେ କଂଗ୍ରେସ ନେତା କନ୍ୟାକୁମାରୀର ମୁଲୁଗୁମୁଦୁସ୍ଥିତ ସେଣ୍ଟ ଜୋସେଫ୍ ମାଟ୍ରିକ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସେ ପାରମ୍ପାରିକ ନୃତ୍ୟରେ ଯୋଗଦେବା ସହିତ ଛାତ୍ରଛାତ୍ରୀମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଥିଲେ।