ଓଡିଶା

odisha

ETV Bharat / bharat

'ପ୍ରବାସୀ ଶ୍ରମିକଙ୍କ ଆକାଉଣ୍ଟକୁ ପଇସା ପଠାନ୍ତୁ କେନ୍ଦ୍ର ସରକାର' - ମହାମାରୀ କୋରୋନା ଖବର

ଭାରତରେ କୋରୋନା ଭାଇରସର ଦ୍ବିତୀୟ ଲହରୀ ଚାଲିଛି । ଏହାକୁ ନଜରରେ ରଖି ଭାରତରେ ବିଭିନ୍ନ ରାଜ୍ୟରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବାସୀ ଶ୍ରମିକଙ୍କ ଆକାଉଣ୍ଟକୁ ପଇସା ପଠାନ୍ତୁ କେନ୍ଦ୍ର ସରକାର । ଏହା କେନ୍ଦ୍ର ସରକାରଙ୍କ ଦାୟିତ୍ବ ବୋଲି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି । ଅଧିକ ପଢନ୍ତୁ...

Rahul Gandhi
' ପ୍ରବାସୀ ଶ୍ରମିକଙ୍କ ଆକାଉଣ୍ଟକୁ ପଇସା ପଠାନ୍ତୁ କେନ୍ଦ୍ର ସରକାର '

By

Published : Apr 20, 2021, 11:53 AM IST

ନୂଆଦିଲ୍ଲୀ:ପୁଣି ଥରେ ପ୍ରବାସୀ ଶ୍ରମିକ ମାନେ ପଳାୟନ କରୁଛନ୍ତି । ପ୍ରବାସୀ ଶ୍ରମିକଙ୍କ ଆକାଉଣ୍ଟକୁ ପଇସା ଦିଅନ୍ତୁ କେନ୍ଦ୍ର ସରକାର । ଏହା କେନ୍ଦ୍ର ସରକାରଙ୍କ ଦାୟିତ୍ବ ବୋଲି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ।

ଭାରତରେ କୋରୋନା ଭାଇରସର ଦ୍ବିତୀୟ ଲହରୀ ଚାଲିଛି । ଏହାକୁ ନଜରରେ ରଖି ଭାରତରେ ବିଭିନ୍ନ ରାଜ୍ୟରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ଏ ଭଳି ସମୟରେ ବିଭିନ୍ନ ରାଜ୍ୟରେ ପ୍ରବାସୀ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ଶ୍ରମିକମାନେ କୋରୋନାର ଦ୍ବିତୀୟ ଲହରରେ ପ୍ରଭାବିତ ହୋଇ ବର୍ତ୍ତମାନ ନିଜ ଘରକୁ ଫେରିବାକୁ ବାହାରିଛନ୍ତି । ଦେଶରେ ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କୋରୋନା ଭୟଙ୍କର ରୂପଧାରଣ କରିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜଧାନୀ ଦିଲ୍ଲୀକୁ 6 ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ରାଜଧାନୀ ଦିଲ୍ଲୀକୁ ଲକଡାଉନ ଘୋଷଣା ପରେ ଏଠାରେ ଥିବା ପ୍ରବାସୀ ଶ୍ରମିକ ମାନେ ପ୍ରବଳ ମାତ୍ରାରେ ଗତକାଲି ଦିଲ୍ଲୀ ସହରର ବିଭିନ୍ନ ବସଷ୍ଟାଣ୍ଡରେ ଦେଖିବାକୁ ମିଳିଥିଲା । ନିଜ ନିଜ ରାଜ୍ୟ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବୀଟ କରି କେନ୍ଦ୍ର ସରକାରଙ୍କ ଟାର୍ଗେଟ କରିଛନ୍ତି । ପ୍ରବାସୀ ଶ୍ରମିକ ମାନଙ୍କ ଆକାଉଣ୍ଟକୁ ସରକାର ପଇସା ପଠାନ୍ତୁ ବୋଲି କହିଛନ୍ତି । ସେପଟେ ରାହୁଲ ଗାନ୍ଧୀ କୋରୋନା ଭାଇରସ ବ୍ୟାପିବା ପାଇଁ ସାଧାରଣ ଲୋକଙ୍କୁ ଦୋଷ ଦେଉଥିବା ସରକାର କଣ ପଦକ୍ଷେପ ନେବ କି ବୋଲି ପ୍ରଶ୍ନ କରିଛନ୍ତି ।

ସୂଚନାଥାଉକି ଦେଶର ବିଭିନ୍ନ ରାଜ୍ୟ ସମେତ ସମସ୍ତ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ର, ଛତିଶଗଡ,ଦିଲ୍ଲୀ, ରାଜସ୍ଥାନ ସମେତ ତାମିଲନାଡୁରେ କୋରୋନା ସଂକ୍ରମଣ ବୃ୍ଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ସରକାର ମାନେ ଲକଡାଉନ ,କର୍ଫ୍ୟୁ କରି କଡାକଡି କଟକଣା ଜାରୀ କରିଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଭାରତରେ 2.73 ଲକ୍ଷ ଲୋକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତବର୍ଷର କୋରୋନା ମହାମାରୀ ଠାରୁ ମଧ୍ୟ ସର୍ବାଧିକ ରହିଛି । ବର୍ତ୍ତମାନ କୋରୋନା ମୁକାବିଲାକୁ ନେଇ ଚିନ୍ତାର କାରଣ ପାଲଟିଛି ।

@ANI

ABOUT THE AUTHOR

...view details