ଓଡିଶା

odisha

ETV Bharat / bharat

ସାଂସଦ ପଦ ହରାଇବା ପରେ ରାହୁଲଙ୍କ ପ୍ରତିକ୍ରିୟା, କହିଲେ ଦେଶ ପାଇଁ ସବୁକିଛି ତ୍ୟାଗ କରିପାରିବି

ୱାୟନାଡ ସାଂସଦ ପଦ ହରାଇବା ପରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କହିଲେ ଦେଶ ପାଇଁ ସବୁକିଛି ତ୍ୟାଗ କରିପାରିବି । ଅଧିକ ପଢନ୍ତୁ

Rahul Gandhi reaction
Rahul Gandhi reaction

By

Published : Mar 24, 2023, 5:59 PM IST

ନୂଆଦିଲ୍ଲୀ:ସୁରଟ ସେସନ କୋର୍ଟ ମାନହାନି ମକଦ୍ଦମାରେ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାପରେ ଆଜି ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ସାଂସଦ ପଦ ହରାଇଛନ୍ତି କଂଗ୍ରେସ ନେତା ରାହୁଲ । ୱାୟନାଡ଼ ଲୋକସଭା ସାଂସଦ ସଦସ୍ୟତା ହରାଇବା ପରେ ଟ୍ବିଟ କରି ପ୍ରତିକ୍ରିୟା ରଖିଛନ୍ତି ରାହୁଲ । ମୁଁ ଦେଶର ସ୍ବର ପାଇଁ ଲଢୁଛି, ଏଥିଲାଗି ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ରହିଛି ବୋଲି ଟ୍ବିଟ କରି କହିଛନ୍ତି ରାହୁଲ ।

ରାହୁଲଙ୍କୁ ସାଂସଦ ପଦରୁ ହଟାଯିବା ପରେ ରାହୁଲ ସତ୍ୟପଥରେ ରହିଛନ୍ତି ବୋଲି ଟ୍ବିଟ କରି କହିଛନ୍ତି । ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବାଣୀକୁ ମଧ୍ୟ ଟ୍ବିଟ କରି କହିଛନ୍ତି, " ମୋ ଧର୍ମ ସତ୍ୟ ଓ ଅହିଂସା ଉପରେ ଆଧାରିତ । ସତ୍ୟ ହେଉଛି ମୋର ଭଗବାନ, ଅହିଂସା ହେଉଛି ଏହାକୁ ପାଇବାର ରାସ୍ତା ।" ଏହାସହିତ ରାହୁଲ ହିନ୍ଦୀ ଭାଷାରେ ଏକ ଟ୍ବିଟ କରି ନିଜ ପ୍ରତିକ୍ରିୟାରେ କହିଛନ୍ତି, "ମେଁ ଭାରତ କି ଆୱାଜ କେ ଲିଏ ଲଢ ରହା ହୁଁ, ମେଁ ହର କିମତ ଚୁକାନେ କୋ ତେୟାର ହୁଁ ।" ଅର୍ଥାତ ମୁଁ ଦେଶର ସ୍ବର ପାଇଁ ଲଢୁଛି, ଏଥିଲାଗି ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ରହିଛି ବୋଲି ରାହୁଲ କହିଛନ୍ତି । ରାହୁଲ ଏହି ଟ୍ବିଟ କରିବା ପରେ ଅନେକ ରାଜନେତା ଏଥିରେ ପ୍ରତିକ୍ରିୟା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ରାହୁଲଙ୍କ ପୂର୍ବରୁ ଇନ୍ଦିରା ହରାଇଥିଲେ ସାଂସଦ ପଦ, ସେତେବେଳେ କଣ ଘଟିଥିଲା ଜାଣନ୍ତୁ

ସୂଚନା ଥାଉ କି ଗୁରୁବାର ସୁରଟ ସେସନ କୋର୍ଟ ମାନହାନି ମକଦ୍ଦମାରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଇ ୨ ବର୍ଷ ଜେଲ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରଠୁ ରାହୁଲଙ୍କ ସଦସ୍ୟତା ସଙ୍କଟରେ ପଡ଼ିଥିଲା । କାଲି ଦୋଷୀ ସାବ୍ୟସ୍ତ ହେବା ପରେ ଆଜି ଅପରାହ୍ନରେ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ତାଙ୍କ ସଦସ୍ୟତା ପଦକୁ ରଦ୍ଦ କରାଯାଇଥିଲା । ଫଳରେ ରାହୁଲ ନିଜ ୱାୟନାଡ ଲୋକସଭା ସାଂସଦ ପଦକୁ ହରାଇଛନ୍ତି ।

ଏହା ବି ପଢନ୍ତୁ- ସାଂସଦ ପଦ ହରାଇଲେ ରାହୁଲ, ୱାୟନାଡରେ ହେବ ଉପନିର୍ବାଚନ !

ଲୋକସଭା ସଚିବାଳୟ ପକ୍ଷରୁ ଏହି ନିଷ୍ପତ୍ତି ଆସିବା ପରେ ଏବେ ବି ରାହୁଲଙ୍କ ନିକଟରେ କିଛି ବିକଳ୍ପ ରହିଛି । ସର୍ବପ୍ରଥମେ ରାହୁଲ ଗାନ୍ଧୀ ସୁରଟ ସେସନ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ । ଏହାସହ ଲୋକସଭା ସଚିବାଳୟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଲଗାଇବା ଲାଗି ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଅପିଲ୍‌ କରିପାରିବେ ।

ABOUT THE AUTHOR

...view details