ଓଡିଶା

odisha

ETV Bharat / bharat

Punjab Results: ପଞ୍ଜାବ ପଲିଟିକ୍ସରେ ଫେଲ ମାରିଲା କଂଗ୍ରେସ, ଟ୍ବିଟ୍‌ କରି ଏମିତି କହିଲେ ରାହୁଲ - ପଞ୍ଜାବ ନିର୍ବାଚନ ଫଳାଫଳ

ଞ୍ଜାବରେ କଂଗ୍ରେସ ଗାଦିଚ୍ୟୁତ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ଫଳରେ ପଞ୍ଜାବରେ ପୁଣି ସରକାର ଗଢ଼ିବା ସ୍ବପ୍ନ କଂଗ୍ରେସର ସ୍ବପ୍ନରେ ରହି ଯାଇଛି । ଏହାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ୍‌ କରିଛନ୍ତି । ଅଧିକ ପଢ଼ନ୍ତୁ

Punjab Election Results: ଟ୍ବିଟ୍‌ କରି ଏମିତି ପ୍ରତିକ୍ରିୟା ଦେଲେ ରାହୁଲ ଗାନ୍ଧୀ
Punjab Election Results: ଟ୍ବିଟ୍‌ କରି ଏମିତି ପ୍ରତିକ୍ରିୟା ଦେଲେ ରାହୁଲ ଗାନ୍ଧୀ

By

Published : Mar 10, 2022, 4:41 PM IST

Updated : Mar 10, 2022, 4:56 PM IST

ଚଣ୍ଡିଗଡ଼: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଭୋଟ ଗଣତି ଜାରି ରହିଛି । ପଞ୍ଜାବରେ କଂଗ୍ରେସ ଗାଦିଚ୍ୟୁତ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । କଂଗ୍ରେସର ହେଭିୱେଟମାନେ ପରାଜୟ ବରଣ କରିଛନ୍ତି । ଫଳରେ ପଞ୍ଜାବରେ ପୁଣି ସରକାର ଗଢ଼ିବା ସ୍ବପ୍ନ କଂଗ୍ରେସର ସ୍ବପ୍ନରେ ରହି ଯାଇଛି । ଉତ୍ତର ପ୍ରଦେଶ, ମଣିପୁର, ଉତ୍ତରାଖଣ୍ଡ ଓ ଗୋଆରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରି ପାରିନାହିଁ ।

ଏହାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ୍‌ କରିଛନ୍ତି । ରାହୁଲ ଟ୍ବିଟ୍‌ କରି କହିଛନ୍ତି ଯେ, "ଜନତାଙ୍କ ମତକୁ ମୁଁ ଗ୍ରହଣ କରୁଛି । ଯେଉଁମାନେ ବିଜୟୀ ହୋଇଛନ୍ତି ସେମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ବିଧାନସଭା ନିର୍ବାଚନ ପାଇଁ ପରିଶ୍ରମ କରିଥିବା କଂଗ୍ରେସ କର୍ମୀଙ୍କୁ ମୁଁ କୃତଜ୍ଞତା ଜଣାଉଛି । ଆମେ ଏହି ଫଳାଫଳରୁ ଶିକ୍ଷା ଲାଭ କରିବୁ । ଲୋକଙ୍କ ହୀତ ପାଇଁ ଆମେ କାର୍ଯ୍ୟ କରିବା ଜାରି ରଖିବୁ ।"

ପଞ୍ଜାବରେ କଂଗ୍ରେସରୁ ଆଶାତୀତ ଫଳ ମିଳିପାରିନାହିଁ । ଖୋଦ୍‌ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ଦୁଇଟି ବିଧାନ ସଭା ଆସନରୁ ପରାଜିତ ହୋଇଛନ୍ତି । ସେପଟେ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ ମଧ୍ୟ ପୂର୍ବ ଅମୃତସର ଆସନରୁ ପରାଜିତ ହୋଇଛନ୍ତି । ମୋଟାମୋଟି ଭାବରେ କହିବାକୁ ଗଲେ କଂଗ୍ରେସର ହେଭୱେଟମାନେ ପଞ୍ଜାବ ବିଧାନସଭା ନିର୍ବାଚନରେ ଛାପ ଛାଡ଼ିବାରେ ବିଫଳ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 10, 2022, 4:56 PM IST

ABOUT THE AUTHOR

...view details