ମାଲାପୁରମ୍: କେରଳ ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବର୍ତ୍ତମାନ ରାହୁଲ ରାଜ୍ୟର କାଲିକଟ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଁଞ୍ଚି ସାରିଛନ୍ତି। ଏହାପରେ ସେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ବିମାନ ବନ୍ଦରରେ ରାହୁଲଙ୍କୁ ସ୍ବାଗତ କରିବା ପାଇଁ ଏଆଇସିସି ସାଧାରଣ ସମ୍ପାଦକ ତଥା ସାଂସଦ କେ ସି ବେଣୁଗୋପାଲ, ବିଧାୟକ ଏ ପି ଅନିଲକୁମାର, ଡିସିସି ସଭାପତି ଭି ଭି ପ୍ରକାଶ ପହଁଞ୍ଚି ଥିଲେ। ଆଜି ଏବଂ ଆସନ୍ତାକାଲି(ମଙ୍ଗଳବାର) ରାଜ୍ୟ ବିରୋଧୀ ଦଳର ନେତା ରମେଶ ଚେନ୍ନାଇଥାଲାଙ୍କ ସହ ରାଜ୍ୟରେ ହେବାକୁ ଥିବା ପଦଯାତ୍ରାରେ ସାମିଲ ହେବେ।
କେରଳରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପଦଯାତ୍ରା
ରାହୁଲ ଗାନ୍ଧୀ କେରଳ କାଲିକଟ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଁଞ୍ଚି ସାରିଛନ୍ତି । ସେ ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମ ସହ ପଦଯାତ୍ରାରେ ସାମିଲ ହେବେ । ଅଧିକ ପଢନ୍ତୁ...
ରାହୁଲ ଗାନ୍ଧୀ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ୱାୟନାଡରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ରାତି 4.30 ରେ ଭାନିଆମ୍ବାଲମ ରେଳ ପ୍ଲାଟଫର୍ମର ଉଦଘାଟନ କରିବେ, ଚେରୁକୋଡ ମହିଳା ସମବାୟ ସମିତିର ସିଲଭର ଜୟନ୍ତୀ ଉତ୍ସବର ଉଦଘାଟନ, ସନ୍ଧ୍ୟା 5.30 ରେ, ଆଦିବାସୀ ସଙ୍ଗମ ସନ୍ଧ୍ୟା 7 ଟାରେ ନିଲାମବରରେ ଉଦଘାଟିତ ହେବ।
ସେହିପରି ୱାୟନାଡ ସାଂସଦ ମଙ୍ଗଳବାର ସକାଳ 10.30ରେ ଇଡଭାନ୍ନା ଅନାଥ ଆଶ୍ରମ ପଲିଟେକ୍ନିକର ଉଦଘାଟନ କରିବେ। ସକାଳ 11:30 ରେ ସେଠୀ ହାଜି ମେମୋରିଆଲ କର୍କଟ କେନ୍ଦ୍ର ପରିଦର୍ଶନ କରିବେ ଏବଂ ରାତି 12.30 ରେ କୁଜିମନ୍ନା ହାଇ ଟେକ୍ ସ୍କୁଲ ଉଦଘାଟନ ହେବ। ପରେ ରାହୁଲ ଗାନ୍ଧୀ ରାତି 1.40 ରେ ଏକ ସ୍ବତନ୍ତ୍ର ବିମାନରେ ଥିରୁଅନନ୍ତପୁରମରେ ପହଞ୍ଚିବେ।