ଓଡିଶା

odisha

ETV Bharat / bharat

Vaccination ଗତିକୁ ନେଇ ସ୍ବର ଉଠାଇଲେ ରାହୁଲ - ମନ କି ବାତ

ଦେଶରେ ଟୀକାକରଣକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି । ଏଥର ସେ ଟୀକାକରଣ ଗତିକୁ ନେଇ ସ୍ବର ଉଠାଇଛନ୍ତି । ଅଧିକ ପଢନ୍ତୁ...

Vaccination ଗତିକୁ ନେଇ ସ୍ବର ଉଠାଇଲେ ରାହୁଲ
Vaccination ଗତିକୁ ନେଇ ସ୍ବର ଉଠାଇଲେ ରାହୁଲ

By

Published : Jul 25, 2021, 6:39 PM IST

ନୂଆଦିଲ୍ଲୀ: ପୁଣି ଟୀକାକରଣ ଗତିକୁ ନେଇ ରବିବାର କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସରକାର ଦେଶବାସୀଙ୍କ ମନର କଥା ବୁଝୁଥିଲେ ଦେଶରେ ଟୀକାକରଣର ଅବସ୍ଥା ଏପରି ହୋଇନଥାନ୍ତା ବୋଲି ସେ କହିଛନ୍ତି । ତେବେ ଆଜି(ରବିବାର) ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ପୂର୍ବରୁ ଏଭଳି ଅଭିଯୋଗ ଆଣିଥିଲେ ରାହୁଲ ।

ଏନେଇ ରାହୁଲ ଟ୍ବିଟ କରି କହିଛନ୍ତି ଯେ ଯଦି ସରକାର ଦେଶବାସୀଙ୍କ 'ମନ କି ବାତ' ବା ମନର କଥା ବୁଝୁଥାନ୍ତେ, ତେବେ ଦେଶର ଟୀକାକରଣର ଅବସ୍ଥା ଏପରି ହୋଇନଥାନ୍ତା । ଟୀକାକରଣ ଗତିକୁ ନେଇ ସେ ମୋଦି ସରକାରଙ୍କୁ ଘେରିବା ସହ ଟ୍ବିଟରେ 'ହ୍ବେୟାର ଆର ଭ୍ୟାକ୍ସିନ' ହ୍ୟାସଟାଗର ବ୍ୟବହାର କରିଥିଲେ । ଟୀକାକରଣ ଉପରେ କିଛି ଗଣମାଧ୍ୟମରେ ପ୍ରସାରିତ ଖବରକୁ ମଧ୍ୟ ସେ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

ଏହି ଭିଡିଓରେ ଭାରତର ଟୀକାକରଣ ତଥ୍ୟ ରହିଛି । ଏହି ଭିଡିଓରେ କୋରୋନା ଭାଇରସର ତୃତୀୟ ଲହରକୁ ବନ୍ଦ କରିବା ଏବଂ ଡିସେମ୍ବର 2021 ସୁଦ୍ଧା 60 ପ୍ରତିଶତ ଲୋକଙ୍କୁ ଉଭୟ ଡୋଜ ଦିଆଯିବାର ଲକ୍ଷ୍ୟ ରଖିଯାଇଛି । ପ୍ରତିଦିନ ୯୩ ଲକ୍ଷ ଲୋକଙ୍କର ଟୀକାକରଣ କରିବା ଆବଶ୍ୟକ ବୋଲି ଏହି ଭିଡିଓରେ ଦର୍ଶାଯାଇଛି । କିନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୨୩ ଲକ୍ଷ ଲୋକଙ୍କ ଟୀକାକରଣ ହୋଇଛି । ଲକ୍ଷ୍ୟଠାରୁ ଏହା ୭୦ ଲକ୍ଷ କମ ଟୀକାକରଣ କରାଯାଇଛି ।

@PTI

ABOUT THE AUTHOR

...view details