ଓଡିଶା

odisha

ETV Bharat / bharat

Congress Rally Against Inflation: ଆଜି ଜୟପୁରରେ ବିଶାଳ ରାଲିକୁ ସମ୍ବୋଧିତ କରିବେ ରାହୁଲ-ପ୍ରିୟଙ୍କା - ଜୟପୁରରେ ରାଲି କରିବେ ରାହୁଲ ଗାନ୍ଧୀ

ଦେଶରେ ଦରଦାମ୍ ବୃଦ୍ଧି ବିରୁଦ୍ଧରେ ଆଜି ଜୟପୁରରେ ବିଶାଳ ରାଲି କରିବ କଂଗ୍ରେସ । ଏହାକୁ ସମ୍ବୋଧିତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

Congress Rally Against Inflation: ଆଜି ଜୟପୁରରେ ବିଶାଳ ରାଲିକୁ ସମ୍ବୋଧିତ କରିବେ ରାହୁଲ-ପ୍ରିୟଙ୍କା
Congress Rally Against Inflation: ଆଜି ଜୟପୁରରେ ବିଶାଳ ରାଲିକୁ ସମ୍ବୋଧିତ କରିବେ ରାହୁଲ-ପ୍ରିୟଙ୍କା

By

Published : Dec 12, 2021, 7:36 AM IST

ଜୟପୁର: ଆଜି ରାଜସ୍ଥାନ ଜୟପୁରରେ ବିଶାଳ ରାଲି କରିବ କଂଗ୍ରେସ । ଦେଶରେ ଦରଦାମ୍ ବୃଦ୍ଧି(Inflation) ପ୍ରତିବାଦରେ ଏହି ରାଲି ଆୟୋଜିତ ହେବାକୁ ଯାଉଛି । ଜୟପୁରସ୍ଥିତ ବିଦ୍ୟାନଗର ଷ୍ଟାଡିୟମ ଠାରେ ଏହି 'ମହଙ୍ଗାଇ ହଟାଓ ମହାରାଲି'କୁ ସମ୍ବୋଧିତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ରାଲିରେ ସାରା ଦେଶରୁ ବହୁସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଅନ୍ୟ ପ୍ରମୁଖ ନେତା ଭାଗ ନେବେ । ଶନିବାର କଂଗ୍ରେସ ମହାସଚିବ ତଥା ରାଜସ୍ଥାନ ପ୍ରଭାରୀ ଅଜୟ ମାକନ ଏକ ସମ୍ବାଦିକ ସମ୍ମିଳନୀ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ମାକନ କହିଛନ୍ତି ଯେ, ମୁଦ୍ରାସ୍ଫୀତି ବୃଦ୍ଧି ବିରୁଦ୍ଧରେ ପ୍ରସ୍ତାବିତ ରାଲିରେ ପ୍ରିୟଙ୍କା ଏବଂ ରାହୁଲ ଗାନ୍ଧୀ ଯୋଗଦାନ କରିବେ । ଏହା ଏକ ରାଷ୍ଟ୍ରୀୟ ରାଲି ଅଟେ, ଯେଉଁଥିରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବେ । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଲିର ଅଂଶ ହେବେ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନି । କଂଗ୍ରେସ ମହାସଚିବ ରଣଦୀପ ସିଂହ ସୁରଜେୱାଲା ମଧ୍ୟ ସମ୍ମିଳନୀରେ ଦରଦାମ୍ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ ସରକାରଙ୍କ ନୀତି ଏବଂ ନିଷ୍ପତ୍ତିକୁ ଟାର୍ଗେଟ କରିଛନ୍ତି ।

ମୋଦି ସରକାରର ପ୍ରତ୍ୟେକ ନିଷ୍ପତ୍ତି ଜନବିରୋଧି ଅଟେ । ବିଶେଷକରି ବିମୁଦ୍ରୀକରଣ ନିର୍ଣ୍ଣୟ ପରେ ଭାରତର ଆର୍ଥିକ ଗତିବିଧି ଲାଇନଚ୍ୟୁତ ହୋଇଛି ବୋଲି ସୁରଜେୱାଲା କହିଛନ୍ତି । କୋଭିଡ-୧୯ ସମ୍ବନ୍ଧୀୟ ସମସ୍ତ ନିୟମ ପାଳନ ପୂର୍ବକ ରାଲି ଆୟୋଜିତ ହେବ । ମାସ୍କ ମହଜୁଦ ରଖାଯିବ ଏବଂ ସାମିଲ ହେବାକୁ ଥିବା ଲୋକଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ ବୋଲି କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details