ଓଡିଶା

odisha

ETV Bharat / bharat

Rahul meets BSP MP Danish Ali: ଦୁର୍ବ୍ୟବହାରର ଶିକାର ହୋଇଥିବା ବିଏସପି ସାଂସଦଙ୍କୁ ଭେଟିଲେ ରାହୁଲ - ବିଏସପି ସାଂସଦଙ୍କୁ ବିଜେପି ସାଂସଦଙ୍କ ଦୁର୍ବ୍ୟବାହର

ଦୁର୍ବ୍ୟବହାରର ଶିକାର ହୋଇଥିବା ବିଏସପି ସାଂସଦ ଦାନିଶ ଅଲ୍ଲୀଙ୍କୁ ଭେଟିଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

ବିଏସପି ସାଂସଦଙ୍କୁ ଭେଟିଲେ ରାହୁଲ
ବିଏସପି ସାଂସଦଙ୍କୁ ଭେଟିଲେ ରାହୁଲ

By ETV Bharat Odisha Team

Published : Sep 23, 2023, 10:19 AM IST

ନୂଆଦିଲ୍ଲୀ: ବିଜେପି ନେତାଙ୍କ ଦ୍ବାରା ଦୁର୍ବ୍ୟବହାରର ଶିକାର ହୋଇଥିବା ବହୁଜନ ସମାଜ ପାର୍ଟି(BSP) ସାଂସଦ ଦାନିଶ ଅଲ୍ଲୀଙ୍କୁ ଭେଟିଛନ୍ତି ରାହୁଲ ଗାନ୍ଧୀ । ଲୋକସଭାରେ ବିଜେପି ସାଂସଦ ବିଧୁରୀ ଅଲ୍ଲୀଙ୍କୁ ଗାଳିଗୁଲଜ କରିବାକୁ ନେଇ ବିବାଦ ଜୋର ଧରିଥିବା ବେଳେ ଶୁକ୍ରବାର କଂଗ୍ରେସ ନେତା ବିଏସପି ସାଂସଦଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାର ପରେ ଗଣମାଧ୍ୟମରେ ପ୍ରଶ୍ନରେ ରାହୁଲ କହିଛନ୍ତି, ''ନଫରତ୍ କେ ବାଜାର ମୈ ମହବତ୍ କି ଦୁକାନ(ଘୃଣାର ବଜାରରେ ପ୍ରେମର ଦୋକାନ) ।''

ରାହୁଲଙ୍କ ସହ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏବଂ ସାଂସଦ ଇମ୍ରାନ ପ୍ରତାପଗଡି ମଧ୍ୟ ଅଲ୍ଲୀଙ୍କୁ ଭେଟି କଥାବାର୍ତ୍ତା ହୋଇଛନ୍ତି । କଂଗ୍ରେସ ନେତାଙ୍କ ଏହି ଭେଟଘାଟ ପରେ ବିଏସପି ସାଂସଦ ଅଲ୍ଲୀ ଭାବପ୍ରବଣ ହୋଇ ସେ ନିଜକୁ ଏକୁଟିଆ ଅନୁଭବ କରୁନାହାନ୍ତି ବୋଲି କହିଛନ୍ତି । ସେ କହିଛନ୍ତି କି, ରାହୁଲ ଗାନ୍ଧୀ ମୋର ମନୋବଳ ବଢାଇବାକୁ ଏଠାକୁ ଆସିଥିଲେ । ଏହି ଘଟଣା ବିଷୟରେ ଅଧିକ ଚିନ୍ତା ନକରିବାକୁ ଏବଂ ନିଜ ସ୍ବାସ୍ଥ୍ୟର ଯତ୍ନ ନେବାକୁ ମୋତେ ସେ କହିଥିଲେ । ତାଙ୍କ କଥାରେ ମୁଁ ଏକା ନୁହେଁ ବୋଲି ଆଶ୍ବସ୍ତ ଅନୁଭବ କରୁଛି ।

ଏହାମଧ୍ୟ ପଢନ୍ତୁ: ସଂସଦରେ ଅପଶବ୍ଦ ବ୍ୟବହାର କଲେ ବିଜେପି ସାଂସଦ ବିଧୁରୀ, ବାଚସ୍ପତି ଦେଲେ କଡା ଚେତାବନୀ; କାରଣ ଦର୍ଶାଅ ନୋଟିସ ଜାରି

ଲୋକସଭାରେ ବିଜେପି ସାଂସଦଙ୍କ ଦୁର୍ବ୍ୟବହାର ଗଣତନ୍ତ୍ର ଏବଂ ସମ୍ବିଧାନ ଉପରେ ଆକ୍ରମଣ । ପରିତାପ ବିଷୟ ଯେ, ରାସ୍ତା ଉପରେ ଥିବା ଘୃଣାର ଦୋକାନ ଏବେ ଅମୃତକାଳରେ ସଂସଦରେ ସଜ୍ଜା ଯାଇଛି ବୋଲି ବିଏସପି ସାଂସଦ କହିଛନ୍ତି । ଅନ୍ୟପଟେ ଅଲ୍ଲୀଙ୍କ ଘରକୁ ରାହୁଲଙ୍କ ଗସ୍ତ ସମୟର ଫଟୋ ଏକ୍ସରେ ପୋଷ୍ଟ କରି କଂଗ୍ରେସ ପକ୍ଷରୁ କୁହାଯାଇଛି, ବିଜେପି ସାଂସଦ ରମେଶ ବିଧୁରୀଙ୍କ ଏଭଳି ଲଜ୍ଜାଜନକ ଓ ନୀଚ୍ଚ ଆଚରଣ ଗୃହର ସମ୍ମାନରେ ଦାଗ ଲଗାଇଛି । ଗଣତନ୍ତ୍ରର ମନ୍ଦିରରେ ଏଭଳି ଘୃଣା ମାନସିକତାକୁ କଂଗ୍ରେସ ଦୃଢ ବିରୋଧ କରୁଛି ।

ପ୍ରକାଶ ଥାଉକି, ଗୁରୁବାର ଲୋକସଭାରେ ଚନ୍ଦ୍ରଯାନ-୩ର ସଫଳତା ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ବିଜେପି ସଦସ୍ୟ ବିଧୁରୀ ଦାନିଶ ଅଲ୍ଲୀଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିଲେ । ଏହି ସମୟରେ ବିଜେପିର ଦୁଇ ଜଣ ପୂର୍ବତନ ମନ୍ତ୍ରୀ ହସିଥିଲେ । ଏହାକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ବିଧୁରୀଙ୍କୁ ବିଜେପି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ABOUT THE AUTHOR

...view details