ନୂଆଦିଲ୍ଲୀ:ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ସଂସଦରେ ଝଡ ଲାଗି ରହିଛି । ଗତକାଲି(ମଙ୍ଗଳବାର) ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି, ‘ଆଦାନୀଙ୍କ ସାମ୍ରାଜ୍ୟ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସାହାଯ୍ୟ କରିଛନ୍ତି’’ ।
ରାହୁଲ ଗାନ୍ଧୀ କହିଛନ୍ତି, " 2014ରୁ ୨୦୨୨ ମଧ୍ୟରେ ଆଦାନୀଙ୍କ ସମ୍ପତ୍ତି ୮ ବିଲିୟନ ଡଲାରରୁ ୧୪୦୦ ବଲିୟନ ଡଲାର ହୋଇଛି । ୨୦୧୪ ମସିହାରେ ବିଜେପି ଶାସନକୁ ଆସିବା ପରେ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ବଢିଛି । ୨୦୧୪ ମସିହାରେ ଆଦାନୀ ବଶ୍ବ ଧନୀ ତାଲିକାରେ ୬୦୯ ତମ ସ୍ଥାନରେ ରହିଥିଲେ । କିନ୍ତୁ କିଛି ବର୍ଷ ମଧ୍ୟରେ ସେ ଦ୍ବିତୀୟ ସ୍ଥାନକୁ ଆସିଲେ । ଏହି ସଫଳତା କେମିତି ମିଳିଥିଲା ?
ଏହାସହ ବିମାନ ବନ୍ଦରକୁ ନେଇ ମଧ୍ୟ ମୋଦିଙ୍କୁ ଟାର୍ଗେଟ କରିଥିଲେ ରାହୁଲ । ସେ କହିଥିଲେ, "ପୂର୍ବରୁ ଏୟାରପୋର୍ଟ ବ୍ୟବସାୟରେ ସାମିଲ ନଥିବା କମ୍ପାନୀକୁ ଏୟାରପୋର୍ଟ ଦେବାର ବ୍ୟବସ୍ଥା ନଥିଲା । ସରକାର ସିବିଆଇ ଏବଂ ଇଡି ଉପରେ ଚାପ ପକାଇ ଜିଭିକେ ଠାରି ଏୟାରପୋର୍ଟ ନେଇ ଆଦାନୀକୁ ଦେଇଥିଲେ । ନିୟମ ବଦଳାଇ ଆଦାନୀକୁ ୬ଟି ବିମାନ ବନ୍ଦର ଦିଆଯାଇଥିଲା । ଖୋଦ ପ୍ରଧାନମନ୍ତ୍ରୀ ଏହି ସବୁ ସୁବିଧା ତାଙ୍କୁ ଦେଇଛନ୍ତି । ବିଶ୍ବର ସବୁଠାରୁ ଲାଭ ଦେଉଥିବା ମୁମ୍ବାଇ ବିମାନ ବନ୍ଦରକୁ ଜିଭିକେ ଠାରୁ ହାଇଜ୍ୟାକ କରାଯାଇ ନିଆଯାଇଥିଲା । ଏୟାର ଟ୍ରାଫିକରୁ ୨୪ ପ୍ରତିଶତ ଏବଂ ଏୟାର ଫ୍ରେଟରୁ ୩୧ ପ୍ରତିଶତ ଆଦାୟ ହେଉଥିଲା ।"
ଅନ୍ୟପକ୍ଷେ ପ୍ରତିରକ୍ଷା କ୍ଷେତ୍ରକୁ ନେଇ ମଧ୍ୟ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି,"ପୂର୍ବରୁ ପ୍ରତିରକ୍ଷା କ୍ଷେତ୍ରରେ ଆଦାନୀଙ୍କ କୌଣସି ଅଭିଜ୍ଞତା ନଥିଲା । ତେବେ ପ୍ରଧାନମନ୍ତ୍ରୀ ଇସ୍ରାଇଲ ଗସ୍ତବେଳେ ଆଦାନୀକୁ ଡ୍ରୋନ ଆସେମ୍ବଲୁ କରିବାର ଚୁକ୍ତି ମିଳିଥିଲା । ପ୍ରଧାନମନ୍ତ୍ରୀ ବାଲାଂଦେଶ ଗସ୍ତରେ ଯିବାରୁ ୧୫୦୦ ମେଗାଓ୍ବାର୍ଟର ବିଦ୍ୟୁତ୍ ଠିକା ଆଦାନୀଙ୍କୁ ମିଳିଥିଲା । ଏଲଆଇସି ଅର୍ଥ ଆଦାନୀଙ୍କ କମ୍ପାନୀରେ କାହିଁକି ନିବେଶ କରାଗଲା ?