ଲକ୍ଷ୍ମୌ: ରାଜନୀତିର ନୂଆ ଆଖଡା ପାଲଟିଛି ଉତ୍ତରପ୍ରଦେଶର ଲଖିମପୁର ଖେରୀ । ସମ୍ପୂର୍ଣ୍ଣ ରୂପରେ ରାଜନୈତିକ ମୋଡ ନେଇସାରିଛି ଖେରୀ ହିଂସା(Lakhimpur Kheri Violence) ଘଟଣା । ଏହାରି ମଧ୍ୟରେ ଲକ୍ଷ୍ମୌ ପହଞ୍ଚିସାରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେପଟେ ତାଙ୍କ ଭଉଣୀ ତଥା କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ବନ୍ଦୀ ମୁକ୍ତ କରାଯାଇଛି । ଉଭୟ ରାହୁଲ ଓ ପ୍ରିୟଙ୍କାଙ୍କୁ ଲଖିମପୁର ଖେରୀ ଯିବାକୁ ଅନୁମତି ଦେଇଛନ୍ତି ଉତ୍ତରପ୍ରଦେଶ ସରକାର ଓ ପ୍ରଶାସନ ।
ଉତ୍ତରପ୍ରଦେଶ ସରକାରଙ୍କ ବିଭାଗ ସୂଚନା ଅନୁଯାୟୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଲଖିମପୁର ଖେରୀ ଯିବାକୁ ଅନୁମତି ପ୍ରଦାନ କରାଯାଇଛି । ରାହୁଲଙ୍କ ସହ ପଞ୍ଜାବ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ମଧ୍ୟ ଲଖିମପୁର ଖେରୀ ଯିବେ ।