ଓଡିଶା

odisha

ETV Bharat / bharat

ଅନ୍ତିମ ଚରଣରେ ଭାରତ ଯୋଡ ଯାତ୍ରା, ସନ୍ଧ୍ୟାରେ ଜମ୍ମୁ କାଶ୍ମୀରରେ ପହଞ୍ଚିବ - ଜମ୍ମୁ କାଶ୍ମୀରରେ ପହଞ୍ଚିବ ଭାରତ ଯୋଡ ଯାତ୍ରା

ଆଜି ସନ୍ଧ୍ୟାରେ ଜମ୍ମୁ-କାଶ୍ମୀରରେ ପହଞ୍ଚିବ କଂଗ୍ରେସର ଭାରତ ଯୋଡ ଯାତ୍ରା । ରାହୁଲଙ୍କ ସହ ପଦଯାତ୍ରାରେ ସାମିଲ ହେବେ ଫାରୁକ ଅବଦୁଲ୍ଲା । ଅଧିକ ପଢନ୍ତୁ

ସନ୍ଧ୍ୟାରେ ଜମ୍ମୁ କାଶ୍ମୀରରେ ପହଞ୍ଚିବ ଭାରତ ଯୋଡ ଯାତ୍ରା
ସନ୍ଧ୍ୟାରେ ଜମ୍ମୁ କାଶ୍ମୀରରେ ପହଞ୍ଚିବ ଭାରତ ଯୋଡ ଯାତ୍ରା

By

Published : Jan 19, 2023, 10:38 AM IST

ଚଣ୍ଡିଗଡ: ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧୀନ ଭାରତ ଯୋଡ ଯାତ୍ରା ଅନ୍ତିମ ଚରଣରେ ପହଞ୍ଚିଛି । ପଞ୍ଜାବରେ କଂଗ୍ରେସର ଏହି ବିଶାଳ ପଦଯାତ୍ରାର ଆଜି ଶେଷ ଦିନ । ଆଜି ସନ୍ଧ୍ୟାରେ ଭାରତ ଯୋଡ ଯାତ୍ରା ଲଖନପୁର ବର୍ଡର ଦେଇ ଜମ୍ମୁ-କାଶ୍ମୀରରେ ପ୍ରବେଶ କରିବ । ପଞ୍ଜାବରେ ଅନ୍ତିମ ଦିନ ହୋଇଥିବାରୁ କଂଗ୍ରେସ ଏଠାରେ ନିଜର ଶକ୍ତି ପ୍ରଦର୍ଶନ କରିବ । ଆଜି ପଠାନକୋଟର ସରନା ଠାରେ ରାହୁଲ ଗାନ୍ଧୀ ଏକ ବିଶାଳ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ରାଲି ପରେ ସରନା ଠାରୁ ସୁଜାନପୁର ଯାଏଁ ପଦଯାତ୍ରା ଚାଲିବ ।

ଏହି ସମ୍ପର୍କରେ ସୂଚନା ଦେଇ କଂଗ୍ରେସ ନେତା ତଥା ପୂର୍ବତନ ଭୋଆ ବିଧାୟକ ଯୋଗିନ୍ଦର ପାଲ ଏବଂ ପୂର୍ବତନ ପଠାନକୋଟ ବିଧାୟକ ଅମିତ ବିଜ୍ କହିଛନ୍ତି, ''କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହା ସବୁଠୁ ଲମ୍ବା ପଦଯାତ୍ରା । ୨୦୨୪ ସାଧାରଣ ନିର୍ବାଚନରେ ଭାରତ ଯୋଡ ଯାତ୍ରାର ପ୍ରଭାବ ପ୍ରତିଫଳିତ ହେବ । ଦେଶରେ ବେକାରୀ, ମୁଦ୍ରାସ୍ଫୀତି ହାର ସର୍ବୋଚ୍ଚ ସ୍ତରରେ ରହିଛି । ଏଥିପାଇଁ ବିଶେଷ ପରିବର୍ତ୍ତନ ଆବଶ୍ୟକତା ଅଛି । ୨୦୨୪ରେ ଜନତା ଏହି ପରିବର୍ତ୍ତନ ଆଣିବେ ।''

ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ଲଖନପୁର ବର୍ଡର ଦେଇ କଂଗ୍ରେସର ଭାରତ ଯୋଡ ଯାତ୍ରା ଜମ୍ମୁରେ ପ୍ରବେଶ କରିବ । ରାହୁଲ ଗାନ୍ଧୀଙ୍କ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଲଖନପୁର ଠାରେ ଏକ ସମାରୋହରେ ଆୟୋଜନ କରାଯାଇଛି । ଏହିଠାରେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏବଂ ଶିବସେନା ସାଂସଦ ସଞ୍ଜୟ ରାଉତ ରାହୁଲଙ୍କ ସହ ପଦଯାତ୍ରାରେ ସାମିଲ ହେବେ । ଏନେଇ ଅବଦୁଲ୍ଲାଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ବାପା ହୀରା ବ୍ୟବସାୟୀ, ମାତ୍ର 9 ବର୍ଷ ବୟସରେ ଦୀକ୍ଷା ନେଲା ଝିଅ

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା । ତାମିଲନାଡୁରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜାନୁଆରୀ ୩୦ରେ କାଶ୍ମୀରରେ ଶେଷ ହେବ । ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣା, ହିମାଚଳ ପ୍ରଦେଶ ଓ ପଞ୍ଜାବ ପରେ ଏହି ଯାତ୍ରା ଶେଷ ହୋଇ ଏବେ ଜମ୍ମୁ କାଶ୍ମୀରରେ ପହଞ୍ଚିବ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ୧୫୦ ଦିନିଆ ବିଶାଳ ପଦଯାତ୍ରା ଜାରି ରଖିଛି ।

ABOUT THE AUTHOR

...view details