ଓଡିଶା

odisha

ETV Bharat / bharat

ରାଷ୍ଟ୍ରପତିଙ୍କୁ 2 କୋଟି ନକଲି ଦସ୍ତଖତ ହସ୍ତାନ୍ତର କରିଛନ୍ତି ରାହୁଲ !

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ସହ 2 କୋଟି ଦସ୍ତଖତ ହସ୍ତାନ୍ତର କରିଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏଗୁଡିକ ନକଲି ଦସ୍ତଖତ ବୋଲି ଦାବି କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଅଧିକ ପଢନ୍ତୁ...

ରାଷ୍ଟ୍ରପତିଙ୍କୁ 2 କୋଟି ନକଲୀ ଦସ୍ତଖତ ହସ୍ତାନ୍ତର କରିଛନ୍ତି ରାହୁଲ!
ରାଷ୍ଟ୍ରପତିଙ୍କୁ 2 କୋଟି ନକଲୀ ଦସ୍ତଖତ ହସ୍ତାନ୍ତର କରିଛନ୍ତି ରାହୁଲ!

By

Published : Dec 24, 2020, 9:07 PM IST

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଜାରି ଚାଷୀ ଆନ୍ଦୋଳନକୁ ସମର୍ଥନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ସହ 2 କୋଟି ଦସ୍ତଖତ ହସ୍ତାନ୍ତର କରିଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ଏଗୁଡିକ ନକଲି ଦସ୍ତଖତ ବୋଲି ଦାବି କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ତେବେ ରାହୁଲ ଗାନ୍ଧୀ ଯାହା ବି କହୁଛନ୍ତି ଏହାକୁ କଂଗ୍ରେସ ମଧ୍ୟ ଗମ୍ଭୀରତା ସହ ନେଉନଥିବା କହିଛନ୍ତି କୃଷିମନ୍ତ୍ରୀ ।

ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଆଜି ଯେତେବେଳେ ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କ ପାଖକୁ ଦସ୍ତଖତ ନେଇ ବିରୋଧ କରିବାକୁ ଯାଇଥିଲେ, ସେତେବେଳେ ଚାଷୀମାନେ କହିଛନ୍ତି ଯେ କଂଗ୍ରେସ ପକ୍ଷରୁ କେହି ବି ହସ୍ତାକ୍ଷର ନେବାକୁ ଆସିନଥିଲେ । କୃଷିମନ୍ତ୍ରୀ ଆଗକୁ କହିଛନ୍ତି, ଯଦି ରାହୁଲ ଗାନ୍ଧୀ ଏତେ ଚିନ୍ତିତ, ତାହେଲେ ସେମାନେ କ୍ଷମତାରେ ଥିବା ସମୟରେ ଚାଷୀଙ୍କ ପାଇଁ କିଛି କରିବାର ଥିଲା । ଏହାସହ କଂଗ୍ରେସର ଚରିତ୍ର ସର୍ବଦା ଚାଷୀ ବିରୋଧୀ ରହିଆସିଥିବା ଅଭିଯୋଗ କରିଛନ୍ତି କୃଷିମନ୍ତ୍ରୀ ।

ବାଗପତରୁ ଆସିଥିବା 60 ଜଣ ଚାଷୀଙ୍କ ସହ ବୈଠକ ପରେ ତୋମାର କହିଛନ୍ତି, ଏହି ଚାଷୀମାନେ ନିଜର ସମର୍ଥନପତ୍ର ଦେଇଛନ୍ତି । କୃଷି ଆଇନରେ ସଂଶୋଧନକୁ ନେଇ ସରକାର କୌଣସି ଚାପରେ ଆସିବା ଉଚିତ ନହେଁ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ନୂଆ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ରାଷ୍ଟ୍ରପତିଙ୍କୁ ଭେଟିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେପଟେ ପଦଯାତ୍ରା କରିବା ଓ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯିବା ଅବସରରେ ପ୍ରିୟଙ୍କା ଗାନ୍ଧୀ ସମେତ ଅନେକ କଂଗ୍ରେସ ନେତାଙ୍କୁ ଗିରଫ କରିଥିଲା ପୋଲିସ । କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଆମେ ରାଷ୍ଟ୍ରପତିଙ୍କ ପାଖକୁ କୋଟି କୋଟି ଦସ୍ତଖସ୍ତ ନେଇକି ଯାଇଥିଲୁ । ଏହା ଦେଶର ସ୍ବର । ଶୀତ ସମୟରେ ଚାଷୀ ଆନ୍ଦୋଳନ କରୁଛନ୍ତି । ସେମାନଙ୍କର ମୃତ୍ୟୁ ବି ହେଉଛି । ଆଜି ଆଗୁଆ କହିଦେଉଛି ଯେ ଚାଷୀ ଓ ମଜୁରିଆଙ୍କ ସାମ୍ନାରେ କୌଣସି ବି ଶକ୍ତି ଛିଡା ହୋଇପାରିବ ନାହିଁ । ଯଦି ଆଇନ ପ୍ରତ୍ୟାହାର ନହେବ, ତାହେଲେ କେବଳ ଆରଏସଏସ ଓ ବିଜେପିକୁ ନୁହେଁ, ବରଂ ସମଗ୍ର ଦେଶକୁ କ୍ଷତି ପହଞ୍ଚିବ ବୋଲି କହିଛନ୍ତି ରାହୁଲ ।

ABOUT THE AUTHOR

...view details