ଓଡିଶା

odisha

ETV Bharat / bharat

କୃଷକ ରାଲିକୁ ଫଣ୍ଡିଂ ଯୋଗାଉଛି କଂଗ୍ରେସ: ସୁଶୀଲ୍ ମୋଦି - କୃଷକ ରାଲିକୁ ଫଣ୍ଡିଂ ଯୋଗାଉଛି କଂଗ୍ରେସ

ଭାରତୀୟ ଜନତା ପାର୍ଟି (ବିଜେପି) ନେତା ସୁଶୀଲ କୁମାର ମୋଦି ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କୃଷକ ରାଲି ପାଇଁ ଫଣ୍ଡିଂ ଦେଉଛନ୍ତି । ଅଧିକ ପଢନ୍ତୁ...

ସୁଶୀଲ୍ ମୋଦି
ସୁଶୀଲ୍ ମୋଦି

By

Published : Jan 19, 2021, 12:19 PM IST

ପାଟନା: ଭାରତୀୟ ଜନତା ପାର୍ଟି (ବିଜେପି) ନେତା ସୁଶୀଲ କୁମାର ମୋଦି ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କୃଷକ ରାଲି ପାଇଁ ଫଣ୍ଡିଂ ଦେଉଛନ୍ତି । ଭାରତୀୟ ଅର୍ଥନୀତିକୁ କ୍ଷତି ପହଞ୍ଚାଇବା ପାଇଁ କୃଷକଙ୍କ ବ୍ରେନୱାସ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି ।

4ଟି ଟ୍ବିଟ କରି ସୁଶୀଲ, ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ବିହାର ସାଂସଦମାନେ କୃଷି ଆଇନକୁ ସମର୍ଥନ କରନ୍ତି । ଏହାର ଉଦାହରଣ ରାହୁଲଗାନ୍ଧୀଙ୍କ ପଦଯାତ୍ରାରୁ ସ୍ପଷ୍ଟ ହୋଇଯାଇଛି । 19 ଜଣ ସାଂସଦଙ୍କ ମଧ୍ୟରୁ ମାତ୍ର ଜଣେ ପଦଯାତ୍ରାରେ ସାମିଲ ହୋଇଥିଲେ । ଏଥିରୁ ସ୍ପଷ୍ଟ ଯେ ବିହାରରେ କୃଷି ଆଇନକୁ ବିରୋଧ କରାଯାଉ ନାହିଁ ବୋଲି ସୁଶୀଲ କହିଛନ୍ତି ।

ଭାରତ କିଷାନ ୟୁନିୟନର ହରିୟାଣା ୟୁନିଟ୍ ସଭାପତି ଗୁରୁନାମ ସିଂ ଚଢୁନି, କଂଗ୍ରେସଠାରୁ 10 କୋଟି ଟଙ୍କା ନେଇଥିବା ଅଭିଯୋଗ ଭିତ୍ତିହୀନ ନୁହେଁ । ତେଣୁ ସଂଯୁକ୍ତ କିଷାନ ମୋର୍ଚ୍ଚା ତାଙ୍କ ଠାରୁ ଦୂରେଇ ରହିଛନ୍ତି । କଂଗ୍ରେସ ସମେତ ଅନେକ ସଂଗଠନର ଅର୍ଥକୁ ଅସ୍ବୀକାର କରାଯାଇପାରିବ ନାହିଁ। ଭାରତ ବିରୋଧୀ ସେନାର ସହାୟତା କାରଣରୁ କୃଷକ ଆନ୍ଦୋଳନ ତୀବ୍ର ହୋଇଛି ବୋଲି ସୁଶୀଲ କହିଛନ୍ତି । ପ୍ରକାଶଥାଉକି, ମଙ୍ଗଳବାର କୃଷି ଆଇନ ବିରୋଧି ଆନ୍ଦୋଳନ 55ତମ ଦିନରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details