ନୂଆଦିଲ୍ଲୀ:ଦିଲ୍ଲୀ ପୋଲିସର ନୋଟିସ ଓ ଆଜି (ରବିବାର) ପୋଲିସ ଟିମ ବାସଭବନରେ ପହଞ୍ଚିବା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଜ ମନ୍ତବ୍ୟ ନେଇ 4 ପୃଷ୍ଠାର ପ୍ରାଥମିକ ରିପୋର୍ଟ ଦାଖଲ କରିଛନ୍ତି । ଭାରତ ଯୋଡୋ ଯାତ୍ରା ସମୟରେ ରହୁଲ ଦେଇଥିବା ମହିଳା ଯୌନ ନିର୍ଯାତନା ପ୍ରସଙ୍ଗରେ ମନ୍ତବ୍ୟରେ ଦିଲ୍ଲୀ ପୋଲିସ ତାଙ୍କୁ ସମନ ଜାରି କରିଥିଲା । କେଉଁଠି ମହିଳାମାନେ ଯୌନ ଉତ୍ପୀଡନର ଶିକାର ହେଉଛନ୍ତି, ସେ ନେଇ ରିପୋର୍ଟ ରଖିବା ନେଇ ସମନରେ ଦର୍ଶାଇଥିଲା ଦିଲ୍ଲୀ ପୋଲିସ । ଏହାରି ମଧ୍ୟରେ ପୋଲିସ ଟିମ୍ ରାହୁଲଙ୍କ ବାସଭବନରେ ମଧ୍ୟ ପହଞ୍ଚିଥିଲା । ଯାହାର ପ୍ରାଥମିକ ଭାବେ ରାହୁଲ ଗାନ୍ଧୀ ରିପୋର୍ଟ ଦାଖଲ କରିଛନ୍ତି ।
ରାହୁଲ ଗାନ୍ଧୀ ରିପୋର୍ଟ ଦାଖଲ କରିବା ନେଇ ପୋଲିସଠାରୁ 8ରୁ 10 ଦିନର ସମୟ ମାଗିଥିଲେ । ଆଜି ସେ 4 ପୃଷ୍ଠା ବିଶିଷ୍ଟ ପ୍ରାଥମିକ ରିପୋର୍ଟ ଦାଖଲ କରିଛନ୍ତି । ପରେ ସେ ଏହି ଅବଧି ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବା ନେଇ ଅନୁମାନ କରାଯାଉଛି । ଭାରତ ଯୋଡୋ ଯାତ୍ରା ସମୟରେ ଜାନୁଆରୀ 30ରେ କାଶ୍ମୀରରେ ଏହି ବିବାଦୀୟ ବୟାନ ଦେଇଥିଲେ ରାହୁଲ । ମହିଳାମାନେ ଏବେ ମଧ୍ୟ ଯୌନଶୋଷଣର ଶିକାର ହେଉଥିବା ରହୁଲ କହିଥିଲେ । ଯାହାକୁ ନେଇ ପୋଲିସ ତାଙ୍କୁ ସମନ ଜାରି କରି ଏ ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ କହିଥିଲା । ସିପି ହୁଡା କହିଥିଲେ, ''ଆମେ ରାହୁଲ ଗାନ୍ଧୀଙ୍କ ସହ କଥା ହେବାକୁ ଏଠାକୁ ଆସିଛୁ । ଜାନୁଆରୀ ୩୦ ତାରିଖ ଦିନ ଭାରତ ଯୋଡ ଯାତ୍ରା ସମୟରେ ଗଣଦୁଷ୍କର୍ମ ପୀଡିତାଙ୍କ ସମ୍ପର୍କରେ ସେ ଯେଉଁ କଥା କହିଥିଲେ ସେହି ବିଷୟରେ ତାଙ୍କଠାରୁ ଅଧିକ ଜାଣିବା ପାଇଁ ଚାହୁଁଛୁ । ଯାହାଦ୍ବାରା ଅଭିଯୁକ୍ତଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ଓ ପୀଡିତାଙ୍କୁ ନ୍ୟାୟ ଦିଆଯାଇପାରିବ ।''