ଚଣ୍ଡିଗଡ: ଚାଷୀଙ୍କ କାନ୍ଧରେ କାନ୍ଧ ମିଳାଇଲେ ରାହୁଲ ଗାନ୍ଧୀ । ବିଲରେ ଟ୍ରାକ୍ଟର ଚଳାଇ ହଳ କଲେ ଓ ତଳି ରୋଇଲେ । ରାହୁଲ ଆଜି ଦିଲ୍ଲୀରୁ ଶିମଲା ଅଭିମୁଖେ ଯାଉଥିବା ବେଳେ ହଠାତ ହରିୟାଣାର ମଦିନା ଓ ବରୋଦା ଗ୍ରାମର ଏକ ଚାଷ ଜମିରେ ପହଞ୍ଚିଥିଲେ । ସେଠାରେ ଚାଷୀଙ୍କ ସହ କଥା ହେବା ପରେ ନିଜେ ମଧ୍ୟ ଚାଷ କାର୍ଯ୍ୟ କରିଥିଲେ । ରାହୁଲ ଗାନ୍ଧୀଙ୍କୁ କ୍ଷେତରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଚାଷ କରୁଥିବା ଉଭୟ ମହିଳା ଓ ପୁରୁଷ ଚାଷୀ ।
Rahul Gandhi sows seeds with farmers at fields ଆଜି ସକାଳ ସମୟରେ ନୂଆଦିଲ୍ଲୀରୁ ହିମାଚଳ ପ୍ରଦେଶର ଶିମଲା ଅଭିମୁଖେ ବାହାରିଥିଲେ ରାହୁଲ ଗାନ୍ଧୀ । ରାସ୍ତାରେ ଯାଉଥିବା ବେଳେ ହରିୟାଣାର ସୋନିପାତ ଅଞ୍ଚଳରେ ପହଞ୍ଚିଥିଲେ । ସେଠାରେ ଚାଷୀମାନେ ଚାଷ କରୁଥିବା ଦେଖିବାକୁ ପାଇଥିଲେ । ଏହାପରେ ନିଜକୁ ଆଉ ଅଟକାଇ ନପାରି ସିଧା କ୍ଷେତରେ ପହଞ୍ଚିଥିଲେ ରାହୁଲ । ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଏକ ଟ୍ରାକ୍ଟର ଚଳାଇ କ୍ଷେତରେ ହଳ କରିଥିଲେ । ଏମିତିକି କ୍ଷେତରେ ତଳି ମଧ୍ୟ ରୋଇଥିଲେ ।
Rahul Gandhi sows seeds with farmers at fields ରାହୁଲ ଗାନ୍ଧୀ ମଦିନା ଗ୍ରାମରେ ପହଞ୍ଚିଥିବା ଖବର ପାଇବା ପରେ କ୍ଷେତରେ ପହଞ୍ଚିଥିଲେ କଂଗ୍ରେସ ବିଧାୟକ ଇନ୍ଦୁରଜ ନରୱାଲ ଏବଂ ଜଗବୀର ସିଂ । ଦୁଇ ନେତା ରାହୁଲ ଗାନ୍ଧୀଙ୍କ ସହ କଥାବାର୍ତ୍ତା କରିଥିଲେ । ରାହୁଲଙ୍କୁ ଦେଖିବା ପାଇଁ ବହୁ ଲୋକ କ୍ଷେତରେ ଭିଡ ଜମାଇଥିଲେ । ଚାଷ କାର୍ଯ୍ୟ ଶେଷ କରିବା ପରେ ରାହୁଲ ମୁର୍ତ୍ତଲ ଦେଇ ଗୋହାନା ଅଭିମୁଖେ ବାହାରିଥିଲେ । କିଛିଦିନ ତଳେ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁରେ ସେ ଟ୍ରକରେ ବସିଥିବା ଦେଖିବାକୁ ମିଳିଥିଲା । ରାତ୍ରି ସମୟରେ ଟ୍ରକରେ ଡ୍ରାଇଭରଙ୍କ ସିଟ୍ ପାଖରେ ବସି ବଲୁଥିଲେ ରାହୁଲ । ହରିୟାଣାର ଅମ୍ବାଲା ଜିଲ୍ଲାରୁ ଏହି ଭିଡିଓଟି ଭାଇରାଲ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ-Modi Surname Case: ଗୁଜୁରାଟ ହାଇକୋର୍ଟରୁ ନିରାଶ ହେଲେ ରାହୁଲ, ୨ ବର୍ଷ ଜେଲ ଦଣ୍ଡାଦେଶ କାଏମ
ମୋଦି ସାଙ୍ଗିଆ ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଗୁଜୁରାଟ ହାଇକୋର୍ଟରେ କରିଥିବା ପୁନର୍ବିଚାର ଆବେଦନର ଗତକାଲି ଶୁଣାଣି ହୋଇଥିଲା । ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ କୋର୍ଟ । ଯାହାଫଳରେ ରାହୁଲଙ୍କ ଲୋକସଭା ସଦସ୍ୟତା ଫେରି ପାଇବାର ଆଶା ମଉଳି ଯାଇଛି । ଗୁଜୁରାଟ ହାଇକୋର୍ଟ ଦଣ୍ଡାଦେଶ ଉପରେ ଯଦି ରୋକ୍ ଲଗାଇଥାନ୍ତେ ତାହାହେଲେ ରାହୁଲ ଗାନ୍ଧୀ ନିଜର ସଂସଦ ସଦସ୍ୟତା ପଦ ଫେରିପାଇଥାନ୍ତେ ଓ ଆସନ୍ତା ମୌସୁମୀ ଅଧିବେଶନରେ ସାମିଲ ହୋଇଥାନ୍ତେ । ହେଲେ ତାଙ୍କୁ ପୁଣିଥରେ ନିରାଶ ହେବାକୁ ପଡିଛି ।