ଓଡିଶା

odisha

ETV Bharat / bharat

'କେବଳ କଂଗ୍ରେସ ନୁହେଁ ଅନ୍ୟ ବିରୋଧୀଦଳ ମଧ୍ୟ ନିର୍ବାଚନରେ ବିଜୟୀ ହୋଇପାରୁନାହାଁନ୍ତି' - Rahul Gandhi discusses on democracy

କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେରିକାର ବିଶେଷଜ୍ଞଙ୍କ ସହ ଭର୍ଚୁଆଲ ଆଲୋଚନା କରିଛନ୍ତି । କେବଳ କଂଗ୍ରେସ ନୁହେଁ ଅନ୍ୟ ବିରୋଧୀଦଳ ମଧ୍ୟ ନିର୍ବାଚନରେ ବିଜୟୀ ହୋଇପାରୁନାହାଁନ୍ତି । ଭାରତର ରାଜନୈତିକ ସ୍ଥିତି ସହ ଦେଶର ସାମ୍ବିଧାନିକ ସଂସ୍ଥାର ନିରପେକ୍ଷତା ଓ ଗଣମାଧ୍ୟମକୁ ନେଇ ଆଲୋଚନା କରିଛନ୍ତି । ଦିନକୁ ଦିନ ବିଜେପିର ସଫଳତା ବୃଦ୍ଧିର କାରଣ ନେଇ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

Rahul Gandhi discusses on democracy with American experts
'କେବଳ କଂଗ୍ରେସ ନୁହେଁ ଅନ୍ୟ ବିରୋଧୀଦଳ ମଧ୍ୟ ନିର୍ବାଚନରେ ବିଜୟୀ ହୋଇପାରୁନାହାଁନ୍ତି'

By

Published : Apr 3, 2021, 9:40 AM IST

ନୂଆଦିଲ୍ଲୀ:କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାଭାର୍ଡ କେନେଡି ସ୍କୁଲର ଆମ୍ବାସୋଡରର ନିକୋଲାସ ବୋର୍ଣ୍ଣସ ସହ ଭର୍ଚୁଆଲ ଆଲୋଚନା କରିଛନ୍ତି । ସେ ଏହି ଆଲୋଚନାରେ ଭାରତର ନିର୍ବାଚନ,ରାଜନୈତିକ ସମସ୍ୟା ବିଷୟରେ ଚର୍ଚ୍ଚା କରିଛନ୍ତି । ଭାରତର ରାଜନୈତିକ ସ୍ଥିତି ସହ ଦେଶର ସାମ୍ବିଧାନିକ ସଂସ୍ଥାର ନିରପେକ୍ଷତା ଓ ଗଣମାଧ୍ୟମକୁ ନେଇ ଆଲୋଚନା କରିଛନ୍ତି । ଖାସକରି ବିଜେପି ବିରୋଧରେ ରଣହୁଙ୍କାର ଦେଇଛନ୍ତି ରାହୁଲ ଗାନ୍ଧୀ ।

କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଲୋଚନାରେ ପ୍ରତିପକ୍ଷ ନିକୋଲାସ ବୋର୍ଣ୍ଣସଙ୍କ ସହ ଆଲୋଚନାରେ କହିଛନ୍ତି । ଭାରତରେ ଦିନକୁ ଦିନ ବିରୋଧୀଦଳଗୁଡିକ ନିର୍ବାଚନରେ ବାରମ୍ବାର ପରାଜୟକୁ ନେଇ ମତ ରଖିଛନ୍ତି । ବିଜେପି କ୍ଷମତାସୀନ ହେବା ପରଠାରୁ ଆର୍ଥିକ ଭାବରେ ମଜବୁତ ହୋଇଛି । ଗଣମାଧ୍ୟମରେ ନିଜର କତ୍ତୃତ୍ବ ବୃଦ୍ଧି କରିଛନ୍ତି ଯାହା ଫଳରେ ବିରୋଧୀଦଳଗୁଡକି ବିଜେପି ବିରୋଧରେ ବିଜୟୀ ହୋଇପାରୁନାହାଁନ୍ତି ବୋଲି ରାହୁଲ କହିଛନ୍ତି । କେବଳ କଂଗ୍ରେସ ହିଁ ନୁହେଁ ଅନ୍ୟ ବିରୋଧୀଦଳ ଗୁଡିକ ହେଲେ ଏସପି,ବିଏସପି,ଏନସିପି ମଧ୍ୟ ନିର୍ବାଚନରେ ବିଜୟ ହାସଲ କରିପାରୁନାହାଁନ୍ତି । ନିର୍ବାଚନ ପାଇଁ ଦେଶରେ ସଂସ୍ଥାଗତ ଢାଞ୍ଚାର ଆବଶ୍ୟକତା ରହିଛି ଯାହା ଗଣତନ୍ତ୍ର ପାଇଁ ଜରୁରୀ ରହିଛି । ବର୍ତ୍ତମାନ ଭାରତରେ ବିଜେପି ଏକକ ଦଳ ଭାବରେ ସବୁଆଡେ ପ୍ରଭାବ ବିସ୍ତାର କରୁଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଯାହା ଫଳରେ ଅନ୍ୟଦଳ ଗୁଡିକୁ ସଫଳତା ମିଳିପାରୁନାହିଁ ।

ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ନିର୍ବାଚନ ପାଇଁ ଆମକୁ ଢାଞ୍ଚାଗତ ସଂସ୍ଥାର ଆବଶ୍ୟକତା ରହିଛି । ଏବଂ ନ୍ୟାୟିକ ବ୍ୟବସ୍ଥାକୁ ଦୃଢ କରିବା ଆବଶ୍ୟକତା ରହିଛି ଯେ ଭଳି ସମସ୍ତଙ୍କୁ ସୁରକ୍ଷା କରିପାରିବ । ଏହା ସହ ଗଣତନ୍ତ୍ରରେ ନିରପେକ୍ଷ ଗଣମାଧ୍ୟମର ବେଶ ବଡ ଭୂମିକା ରହିଛି । ସୂଚନାଥାଉକି, ଦେଶରେ ବର୍ତମାନ 4ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଚାଲିଛି । ଏହି ପରିପ୍ରେକ୍ଷୀରେ ରାହୁଲ ଗାନ୍ଧୀ ବିଜେପିର ପ୍ରଚାର ଓ ପ୍ରସାରକୁ ଦେଖି ବିରୋଧୀ ଦଳ ଗୁଡିକର ଅବସ୍ଥା ଶୋଚନୀୟ ହୋଇପଡିଛି । ବିଜେପି ତୁଳନାରେ ଦେଶରେ ଅନ୍ୟ ରାଜନୈତିକ ଦଳ ଗୁଡିକର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡିଛି ।

ABOUT THE AUTHOR

...view details