ନୂଆଦିଲ୍ଲୀ: ଆଜି ସଂସଦ ଶୀତ ଅଧିବେଶନରେ (Parliament Winter Session day ) ଅନ୍ନଦାତାଙ୍କ ପାଇଁ କହିଛନ୍ତି ରାହୁଲ ଗାନ୍ଧୀ । ଚାଷୀ ଆନ୍ଦୋଳନରେ ପ୍ରାଣ ହାରିଥିବା ସମସ୍ତଙ୍କୁ ଚାକିରୀ, ସେମାନଙ୍କ ଅଧିକାର ଓ କ୍ଷତିପୂରଣ ଦେବାକୁ ଲୋକସଭାରେ ଦାବି କରିଛନ୍ତି ରାହୁଲ ।
ସେ ଆହୁରି କହିଛନ୍ତି ପଞ୍ଜାବ ସରକାର ପାଖାପାଖି ୪୦୦ ଚାଷୀଙ୍କୁ ୫ ଲକ୍ଷର କ୍ଷତିପୂରଣ ଦେବା ସହିତ ୧୫୨ଜଣଙ୍କୁ ଚାକିରୀ ପ୍ରଦାନ କରିଛନ୍ତି । ମୋ ପାଖରେ ସେ ତାଲିକା ଅଛି । ଆମେ ହରିୟାଣାର 70 କୃଷକଙ୍କ ଆଉ ଏକ ତାଲିକା ପ୍ରସ୍ତୁତ କରିଛୁ । ହେଲେ ସରକାର କହୁଛନ୍ତି ତାଙ୍କ ପାଖରେ ମୃତ ଚାଷୀଙ୍କ ତାଲିକା ନାହିଁ ବୋଲି କହିଛନ୍ତି ରାହୁଲ । ସିଙ୍ଘୁ ସୀମାରେ ହୋଇଥିବା ଚାଷୀ ଆନ୍ଦୋଳନରେ ପ୍ରାୟ ୭୦୦ ଚାଷୀ ପ୍ରାଣ ହରାଇଛନ୍ତି ବୋଲି କହିଛନ୍ତି ରାହୁଲ । ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ଏ ନେଇ କ୍ଷମା ମାଗିଛନ୍ତି ସେ ଜାଣିଛନ୍ତି ସେ ଭୁଲ କରିଛନ୍ତି । ହେଲେ କେତେ ଚାଷୀଙ୍କ ମୃତ୍ୟୁ ହୋଇଛି ତାର ହିସାବ ରଖିନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ।