ଓଡିଶା

odisha

ETV Bharat / bharat

ଭାରତୀୟ ଯବାନଙ୍କ ମନୋବଳ ଭାଙ୍ଗୁଛନ୍ତି ରାହୁଲ: ବିଜେପି - ବିଜେପି ମୁଖପାତ୍ର ଗୌରବ ଭାଟ୍ଟିଆ

ଗଲୱାନରେ ଚୀନ ସୈନ୍ୟ ଭାରତୀୟ ସୈନ୍ୟଙ୍କ ଉପରେ ଆକ୍ରମଣ କରୁଥିବା ଶୁକ୍ରବାର ପ୍ରେସ କନଫରେନ୍ସରେ କହିଥିଲେ ରାହୁଲ (Rahul Gandhi controversial statement )। ଏହି ମନ୍ତବ୍ୟ ଉପରେ ଆଜି କଡା ଜବାବ ରଖିଛନ୍ତି ବିଜେପି ମୁଖପାତ୍ର ଗୌରବ ଭାଟ୍ଟିଆ (BJP Leader Gaurav Bhatia)। ରାହୁଲ ଏଭଳି ମିଥ୍ୟା ମନ୍ତବ୍ୟ ଦେଇ ଭାରତୀୟ ଯବାନଙ୍କ ମନୋବଳ ଭାଙ୍ଗୁଥିବା ସେ ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

Rahul Gandhi controversial statement
ରାହୁଲଙ୍କ ବିବାଦୀୟ ମନ୍ତବ୍ୟ ଉପରେ ବର୍ଷିଲା ବିଜେପି

By

Published : Dec 17, 2022, 5:27 PM IST

ନୂଆଦିଲ୍ଲୀ: ଅରୁଣାଚଳପ୍ରଦେଶ ଓ ଚୀନ ସୀମାନ୍ତରେ ଚୀନ ସୈନ୍ୟ ଭାରତୀୟ ସୈନ୍ୟଙ୍କ ଉପରେ ଆକ୍ରମଣ କରିଥିବା ନେଇ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ (Rahul Gandhi controversial statement ) ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ରାହୁଲ ଏପରି ମନ୍ତବ୍ୟ ରଖି ଆମ ଭାରତୀୟ ଯବାନ (Indian Army)ଙ୍କ ମନୋବଳ ଭାଙ୍ଗୁଛନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୌରବ ଭାଟ୍ଟିଆ (BJP Leader Gaurav Bhatia) । ଭାରତୀୟ ଭାବେ ଆମ ସେନାଙ୍କ ଉପରେ ଆମେ ଗର୍ବ କରିବା ଉଚିତ । ଭାରତୀୟ ସେନା ଚୀନ ସୈନ୍ୟଙ୍କ ଆକ୍ରମଣର କଡ଼ା ଜବାବ ଦେଇଛନ୍ତି । ମାତ୍ର ଏଠାରେ 'ଭାରତର ଜୟଚନ୍ଦ ରାହୁଲ' ସେନାଙ୍କ ମନୋବଳ ଭଙ୍ଗ କରିଥିବା ସେ ଅଭିଯୋଗ ଆଣିଛନ୍ତି ।

ଏନେଇ ସେ ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, " ଏହା ୧୯୬୨ ମସିହାର ଭାରତ ନୁହେଁ । ଭାରତର ଗୋଟିଏ ଇଞ୍ଚ ଜମି ନା କାହାର କବଜା ରହିଛି ନା କାହାର ସାହସ ଅଛି ଯେ ଏହାକୁ କବଜା କରିବ । ବିଶ୍ବର ସବୁଠୁ ବୀର ସେନା ଆମ ପାଖରେ ଅଛନ୍ତି । କୂଟନୈତିକ ସ୍ତରରେ ଆମେ ସକ୍ଷମ । ଯେତେବେଳେ ଭାରତୀୟ ସେନା ସୀମାରେ ପରାକ୍ରମ, ବୀରତ୍ବ ଦେଖାନ୍ତି ସେତେବେଳେ ପ୍ରତ୍ୟେକ ଭାରତୀୟଙ୍କ ଛାତି ଗର୍ବରେ ଚଉଡ଼ା ହୋଇଯାଏ । ମାତ୍ର ସେତେବେଳେ ଦୁଃଖ ଲାଗେ ଯେତେବେଳେ ଶତ୍ରୁ ନିଜ ଦେଶର ହୋଇଥାଏ । ସେହି ଶତ୍ରୁ ରାହୁଲ ଗାନ୍ଧୀ ।"

ଏହା ବି ପଢନ୍ତୁ- ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, ସରକାର ଲୁଚାଉଛନ୍ତି ସତ: ରାହୁଲ

ସେ ଆହରୁ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଯେତେବେଳେ ସାରା ଦେଶ ଏକଜୁଟ ହୋଇଥାଏ, ସେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ଭାଙ୍ଗିବାକୁ ଉଦ୍ୟମ କରିଥାନ୍ତି । ଏପରିକି ପୁଲୱାମା ଆକ୍ରମଣକୁ ମଧ୍ୟ ସେ 'ହୋମ ଗ୍ରୋନ ଟେରୋରିଜମ' ବୋଲି କହିଥିଲେ । ଭାରତୀୟ ସେନା କେବେ ଶତ୍ରୁ ସେନା ଠାରୁ ମାଡ଼ ଖାଇନି କି ଖାଇବ ନାହି । ବରଂ ତାଙ୍କୁ କଡା ଜବାବ ଦେବ । ଆମ ସେନା ଶକ୍ତିଶାଳୀ ହେଲେ କଂଗ୍ରେସକୁ କାହିଁକି କଷ୍ଟ ହେଉଛି" ବୋଲି ସେ ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି ।

ସୂଚନା ଥାଉ କି ଗତକାଲି କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ୧୦୦ ଦିନ ପୁରିଥିବା ବେଳେ ରାଜସ୍ଥାନ ଜୟପୁରରେ ରାହୁଲ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଠାରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ କହିଥିଲେ, "ଚୀନ ପ୍ରାୟ ୨ ହଜାର କିଲୋମିଟର ପର୍ଯ୍ୟନ୍ତ ଭାରତ ସୀମା ଉପରେ କବଜା କରିଛି । ସରକାର ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ସେପଟେ ଚୀନ ଭାରତ ସହିତ ଯୁଦ୍ଧ କରିବା ଲାଗି ପ୍ରସ୍ତୁତ ହେଉଥିବା ବେଳେ ଏପଟେ କେନ୍ଦ୍ର ସରକାର ଚୁପ ବସିଛନ୍ତି । ସୀମାରେ ଚୀନ ସେନା ଭାରତ ସୈନିକଙ୍କ ଉପରେ ଆକ୍ରମଣ କରୁଛନ୍ତି । ଗଲୱାନରେ ୨୦ ଜଣ ଭାରତୀୟ ସେନା ଶହୀଦ ହୋଇଛନ୍ତି । ହେଲେ ଭାରତ ସରକାର ଚୁପ୍‌ ବସିଛନ୍ତି ।" ରାହୁଲଙ୍କ ଏହି ମନ୍ତବ୍ୟ ଉପରେ ଆଜି ବିଜେପି ମୁଖପାତ୍ର ଗୌରବ ଭାଟ୍ଟିଆ କଡା ଜବାବ ରଖିଛନ୍ତି ।

ରାହୁଲ ଦେଶ ପାଇଁ କଳଙ୍କ: କିରଣ ରିଜିଜୁ

ରାହୁଲଙ୍କ ମନ୍ତବ୍ୟକୁ ମଧ୍ୟ କଡ଼ା ନିନ୍ଦା କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ (Kiren Rijiju on statement of Rahul Gandhi) । ଭାରତୀୟ ସେନାଙ୍କ ଉପରେ ଚୀନ ସୈନ୍ୟଙ୍କ ଆକ୍ରମଣ ପରେ ସେ ଗଲୱାନ ଯାଇ ଯବାନଙ୍କୁ ଭେଟିଥିଲେ । ରାହୁଲଙ୍କ ଏହି ମନ୍ତବ୍ୟ ଭାରତୀୟ ସେନାଙ୍କୁ ଅପମାନିତ କରିବା ସହ ଦେଶର ଆଭିମୁଖ୍ୟକୁ ପ୍ରଭାବିତ କରିଥିବା ସେ କହିଛନ୍ତି । "ରାହୁଲ ନା ଯେ କେବଳ କଂଗ୍ରେସ ପାଇଁ ସମସ୍ୟାର କାରଣ, ବରଂ ଦେଶର ଲଜ୍ଜାଜନକ ସ୍ଥିତିର ମଧ୍ୟ ପ୍ରମୁଖ କାରଣ ।"

ABOUT THE AUTHOR

...view details