ଓଡିଶା

odisha

By

Published : Jan 27, 2022, 12:01 PM IST

ETV Bharat / bharat

ମୋ ସ୍ବର ଦବାଇବାକୁ ଟ୍ବିଟର ଉପରେ ସରକାରଙ୍କ ଚାପ ରହିଛି: ରାହୁଲ

ଟ୍ବିଟର ଓ ସରକାରଙ୍କ ମଧୁଚନ୍ଦ୍ରିକା ପାଇଁ ନୂଆ ଲୋକମାନେ ମୋତେ ଫଲୋ କରିପାରୁନାହାନ୍ତି । ସୋସିଆଲ ମିଡିଆ ଟ୍ବିଟରରେ ତାଙ୍କୁ ଆଗକୁ ବଢିବାକୁ ଅଟକାଇବାକୁ ଚେଷ୍ଟା କରାଯାଉଛି । ଏମିତି କିଛି ଅଭିଯୋଗ ଆଣି ଉଭୟ କେନ୍ଦ୍ର ସରକାର ଓ ଟ୍ବିଟର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

ମୋ ସ୍ବର ଦବାଇବାକୁ ଟ୍ବିଟର ଉପରେ ସରକାରଙ୍କ ଚାପ ରହିଛି
ମୋ ସ୍ବର ଦବାଇବାକୁ ଟ୍ବିଟର ଉପରେ ସରକାରଙ୍କ ଚାପ ରହିଛି

ନୂଆଦିଲ୍ଲୀ: ଟ୍ବିଟର ସରକାରଙ୍କ ପାଇଁ କାମ କରୁଛି । ସରକାରଙ୍କ ଚାପରେ ଟ୍ବିଟର କାର୍ଯ୍ୟ କରୁଛି । ଟ୍ବିଟର ଓ ସରକାରଙ୍କ ମଧୁଚନ୍ଦ୍ରିକା ପାଇଁ ନୂଆ ଲୋକମାନେ ମୋତେ ଫଲୋ କରିପାରୁନାହାନ୍ତି । ସୋସିଆଲ ମିଡିଆ ଟ୍ବିଟରରେ ତାଙ୍କୁ ଆଗକୁ ବଢିବାକୁ ଅଟକାଇବାକୁ ଚେଷ୍ଟା କରାଯାଉଛି । ଏମିତି କିଛି ଅଭିଯୋଗ ଆଣି ଉଭୟ କେନ୍ଦ୍ର ସରକାର ଓ ଟ୍ବିଟର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ରାହୁଲ କହିଛନ୍ତି ସରକାରଙ୍କ ଚାପରେ ଟ୍ବିଟର ତାଙ୍କ ସ୍ବର ଦବାଇବାକୁ ଚେଷ୍ଟା କରୁଛି । ଟ୍ବିଟରରେ ତାଙ୍କ ଫଲୋର୍ସ ସଂଖ୍ୟା ସୀମିତ କରାଯାଇଛି । ଏନେଇ ରାହୁଲ ଡିସେମ୍ବରରେ ଟ୍ବିଟର ଇଣ୍ଡିଆ ସିଇଓ ପରାଗ ଅଗ୍ରୱାଲଙ୍କୁ ଏକ ଚିଠି ଲେଖିଥିଲେ । ସେଥିରେ ସେ ଲେଖିଥିଲେ ଭାରତର ସ୍ବତନ୍ତ୍ର ନିରପେକ୍ଷ ଭାଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ଅଜାଣତରେ ଟ୍ବିଟର କାହା ସହିତ ହାତ ମିଶାଇଛି । ଖାଲି ଏତିକି ନୁହେଁ ରାହୁଲ ଆହୁରି କହିଛନ୍ତି ଟ୍ବିଟର ଇଣ୍ଡିଆ ଉପରେ ମୋ ସ୍ବରକୁ ଦବାଇବାକୁ ସରକାରଙ୍କର ଅନେକ ଚାପ ରହିଛି ।

ରାହୁଲ ଆହୁରି କହିଛନ୍ତି ଦୁନିଆରେ ଉଦାର ଲୋକତନ୍ତ୍ର ଓ ସତ୍ୟବାଦ ମଧ୍ୟରେ ସୋସିଆଲ ମିଡିଆ ଲେପ୍ଟଫର୍ମ ପରି କାର୍ଯ୍ୟ କରୁଛି । ଏହାରି ଭିତରେ ଟ୍ବିଟର ଭଳି କମ୍ପାନୀର ଦାୟିତ୍ବ ଆହୁରି ବଢିଛି । ମୋ ଟ୍ବିଟର ଅନୁସରଣକାରୀଙ୍କ ସଂଖ୍ୟାକୁ ହଠାତ ସୀମିତ ରଖାଯାଇଛି ଯାହା ଆଶ୍ଚର୍ଯ୍ୟ କରିଛି । ମୋର ୨ କୋଟି ଅନୁସରଣକାରୀ ଅଛନ୍ତି । ୨୦୨୧ରେ ପ୍ରତିଦିନ ୮ରୁ ୧୦ ହଜାର ଫଲୋର୍ସ ବଢୁଥିଲେ । ଅଗଷ୍ଟ ପରଠୁ ଏହାକୁ ଆଉ ବଢିବାକୁ ଦେଉନାହିଁ ଟ୍ବିଟର ।

ଦିଲ୍ଲୀରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକଙ୍କ ସମସ୍ୟାକୁ ଉଠାଇଥିଲି, କୃଷକମାନଙ୍କ ସହ ଛିଡ଼ାର ହୋଇଥିଲି ଓ ଅନ୍ୟ ମାନବାଧିକାର ପ୍ରସଙ୍ଗରେ ସରକାରଙ୍କ ସହ ଲଢ଼େଇ କରିଛି । ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ମୁଁ ଦେଇଥିବା ବୟାନ ସବୁଠାରୁ ଅଧିକ ଲୋକ ଟ୍ବଟର୍‌ରେ ଦେଖିଛନ୍ତି । ମୁଁ ଜାଣିବାକୁ ପାଇଛି ଯେ ସରକାରଙ୍କ ଚାପରେ ଟ୍ବିଟର୍‌ରେ ମୋର ସ୍ବରକୁ ଚାପି ଦେବା ପାଇଁ ଏବେ ପ୍ରୟାସ କରୁଛି । ଏନେଇ କମ୍ପାନୀ ଉପରେ ମଧ୍ୟ ଚାପ ବଢ଼ୁଛି ବୋଲି କହିଛନ୍ତି ରାହୁଲ ।

ABOUT THE AUTHOR

...view details