ନୂଆଦିଲ୍ଲୀ:ବୋଲ ମାନୁନି ତୈଳ ଦର । ଦେଶରେ ପେଟ୍ରୋଲ ଡିଜେଲ ଦରରେ ବ୍ରେକ ଲାଗିବାର ନାଁ ନେଉନାହିଁ । ଏନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଟ୍ବିଟ କରି କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ । ସେ କହିଛନ୍ତି ଲୋକଙ୍କ ବିନାଶ ଓ ମହଙ୍ଗାର ବିକାଶ ହେଉଛି ।
ସେ ଆହୁରି କହିଛନ୍ତି ଯଦି ସରକାର ଅଧିକ ଟିକସ ବଢାଇ ନଥାନ୍ତେ ତେବେ ଆଜି ପେଟ୍ରୋଲ ଦର ଲିଟର ପିଛା ୬୬ ଟଙ୍କା ଓ ଡିଜେଲ ଲିଟର ପିଛା ୫୫ ଟଙ୍କା ହୋଇଥାନ୍ତା । ଉଚ୍ଚା ତେଲ ଦର ବଢିବାର କାରଣ ସରକାରଙ୍କ ଦ୍ବାରା ଲଗାଯାଇଥିବା ଟିକସ ମଧ୍ୟ ଏକ ଅଂଶ । ଗତ କିଛି ବର୍ଷ ହେବ କେନ୍ଦ୍ର ଏହା ଉପରେ ଟିକସ କର ବୃଦ୍ଧି କରିଛି ।