ଓଡିଶା

odisha

ETV Bharat / bharat

ସୁରଟ କୋର୍ଟରେ ରାହୁଲ, ମାନହାନୀ ମାମଲାରେ କଲେ ବୟାନ ରେକର୍ଡ - ରାହୁଲ ଗାନ୍ଧୀ

ସୁରଟର ମାଜିଷ୍ଟ୍ରେଟ କୋର୍ଟରେ ହାଜ ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସୁରଟର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ରାହୁଲଙ୍କ ବିରୋଧରେ ଦାଖଲ କରିଥିଲେ ମାନହାନୀ ମାମଲା । ଅଧିକ ପଢନ୍ତୁ...

ଗୁଜୁରାଟ କୋର୍ଟରେ ରାହୁଲ, ମାନହାନୀ ମାମଲାରେ କଲେ ବୟାନ ରେକର୍ଡ
ଗୁଜୁରାଟ କୋର୍ଟରେ ରାହୁଲ, ମାନହାନୀ ମାମଲାରେ କଲେ ବୟାନ ରେକର୍ଡ

By

Published : Jun 25, 2021, 6:19 AM IST

ଗାନ୍ଧୀନଗର: ଅପରାଧିକ ମାନହାନୀ ମାମଲାରେ ନିଜ ବୟାନ ରେକର୍ଡ କରିବାକୁ ସୁରଟର ମାଜିଷ୍ଟ୍ରେଟ କୋର୍ଟରେ ହାଜ ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସୁରଟର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ରାହୁଲଙ୍କ ବିରୋଧରେ ଦାଖଲ କରିଥିଲେ ମାନହାନୀ ମାମଲା ।

ସୁରଟ ସିଜେଏମ ଏ ଏନ ଦେବଙ୍କ ନିକଟରେ ଦେଇଥିବା ବୟାନରେ ଗାନ୍ଧୀ 2019 ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାରରେ ଏକ ରାଲିରେ ମୋଦି ଟାଇଟେଲଥିବା ବ୍ୟକ୍ତିଙ୍କ ଉପରେ କୌଣସି ଅପମାନଜନକ ମନ୍ତବ୍ୟ ଦେଇନଥିବା କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଶିଳ୍ପପତିଙ୍କୁ 30 କୋଟି ଟଙ୍କା ଦେବା ବିଷୟରେ ମନ୍ତବ୍ୟକୁ ନେଇ ରାହୁଲଙ୍କୁ ପ୍ରଶ୍ନ କରିଥିଲେ କୋର୍ଟ । ଗାନ୍ଧୀ କୋର୍ଟଙ୍କୁ କହିଛନ୍ତି ଯେ ଜଣେ ଜାତୀୟ ନେତା ଭାବରେ ସେ ଦେଶର ସ୍ବର୍ଥରେ ନିଜ ଭାଷଣରେ ଦୁର୍ନୀତି ଏବଂ ବେକାରୀ ବିଷୟରେ କହୁଥିଲେ। ସେମାନେ ପ୍ରସଙ୍ଗ ଉଠାଉଛନ୍ତି ଏବଂ ଏହା କରିବା ଅଧିକାର ବୋଲି କହିଛନ୍ତି ରାହୁଲ ।

ବିଧାୟକ ପୂର୍ଣ୍ଣେଶ ମୋଦି ଆଇପିସିର ଧାରା 499 ଏବଂ 500 ଅନୁଯାୟୀ ଏପ୍ରିଲ 2019ରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏକ ସପ୍ତାହ ପୂର୍ବରୁ ସୁରଟ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏହି ମାମଲାରେ ରାହୁଲଙ୍କ ବୟାନ ରେକର୍ଡ କରିବାକୁ ଜୁନ୍ 24ରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ABOUT THE AUTHOR

...view details