ଓଡିଶା

odisha

By

Published : Aug 11, 2022, 3:22 PM IST

ETV Bharat / bharat

ରାହୁଲଙ୍କ ଅଭିଯୋଗ, ୨୦ ଟଙ୍କାରେ ତ୍ରିରଙ୍ଗା କିଣିବାକୁ ରାସନକାର୍ଡଧାରୀଙ୍କୁ ବାଧ୍ୟ କରାଯାଉଛି

ହର ଘର ତ୍ରିରଙ୍ଗା ଅଭିଯାନ ଦ୍ବାରା ଗରିବ ଲୋକେମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

ତ୍ରିରଙ୍ଗା କିଣିବାକୁ ରାସନକାର୍ଡୀଧାରୀ ମାନଙ୍କୁ ବାଧ୍ୟ କରାଯାଉଛି, ରାହୁଲ
ତ୍ରିରଙ୍ଗା କିଣିବାକୁ ରାସନକାର୍ଡୀଧାରୀ ମାନଙ୍କୁ ବାଧ୍ୟ କରାଯାଉଛି, ରାହୁଲ

ନୂଆଦିଲ୍ଲୀ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛୁ 'ଆଜାଦି କା ଅମୃତ ମହୋତ୍ସବ' (Azadi Ka Amrit Mahotsav)। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ହର ଘର ତ୍ରିରଙ୍ଗା' (Har Ghar Tiranga Campaign) ଅଭିଯାନ ଆରମ୍ଭ କରିଛନ୍ତି । ଏହାକୁ ନେଇ ଏବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । 'ହର ଘର ତ୍ରିରଙ୍ଗା' ଅଭିଯାନ ଦ୍ବାରା ଗରିବ ଲୋକେ ମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଫେସବୁକରେ ଏକ ପୋଷ୍ଟ କରିଛନ୍ତି ରାହୁଲ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ''ରାସନକାର୍ଡଧାରୀ ଦୋକାନୀ ମାନଙ୍କ ଦ୍ବାରା ଜାତୀୟ ପତାକା କିଣିବାକୁ ବାଧ୍ୟ ହେଉଛନ୍ତି ଯାହା ଗରିବଙ୍କ ଆତ୍ମ ସମ୍ମାନକୁ ଆଘାତ ଦେଇଥିବା ସେ ଫେସବୁକ ପୋଷ୍ଟରେ କହିଛନ୍ତି । ଜାତୀୟ ପତାକା ଆମର ଗର୍ବ ଏବଂ ଏହା ଆମର ହୃଦୟରେ ରହିଥାଏ । ରାସନ ଦେବାବେଳେ, ହିତାଧିକାରୀଙ୍କୁ ଜାତୀୟ ପତାକା ପାଇଁ ୨୦ ଟଙ୍କା ଦେବାକୁ କୁହାଯାଉଛି, ଯାହା ଅତ୍ୟନ୍ତ ଲଜ୍ଜାଜନକ ।

ବିଜେପି ଜାତୀୟତା ବିକ୍ରି କରୁଛି, ଗରିବଙ୍କ ଉପରେ ଏହା ମୋଦି ସରକାରଙ୍କ ଅତ୍ୟାଚାର । ଏକ ଭିଡିଓ ପୋଷ୍ଟ କରି ଏହି ଅଭିଯୋଗ କରିଛନ୍ତି ରାହୁଲ । ଯେଉଁଥିରେ ରାସନକାର୍ଡଧାରୀମାନେ ତାଙ୍କୁ ଜାତୀୟ ପତାକା କିଣିବା ପାଇଁ ୨୦ ଟଙ୍କା ଦେବାକୁ ବାଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି ।

ଏହା ପୂର୍ବରୁ ବିଜେପି ସାଂସଦ ବରୁଣ ଗାନ୍ଧୀ ଟ୍ବିଟରରେ ଏକ ଭିଡିଓ ସେୟାର କରି ସ୍ୱାଧୀନତାର ୭୫ ବର୍ଷ ଉତ୍ସବ ଗରିବ ଲୋକଙ୍କ ପାଇଁ ବୋଝ ପାଲଟିବା ଏହା ବେଶ ଦୁଭାଗ୍ୟପୂର୍ଣ୍ଣ ବୋଲି କହିଥିଲେ । ଯେଉଁଥିରେ ହିତାଧିକାରୀମାନେ ତ୍ରିରଙ୍ଗା କିଣିବାକୁ ବାଧ୍ୟ କରାଯାଉଥିବା ମତ ରଖିଥିଲେ ।

ABOUT THE AUTHOR

...view details