ଓଡିଶା

odisha

ETV Bharat / bharat

Rahul Bhat killing: ଆନ୍ଦୋଳନକାରୀ କାଶ୍ମୀର ପଣ୍ଡିତଙ୍କୁ ଭେଟିଲେ ଉପରାଜ୍ୟପାଳ ମନୋଜ ସିହ୍ନା - କାଶ୍ମୀର ପଣ୍ଡିତ ରାହଲ ଭାଟ୍ଟ ହତ୍ୟାକାଣ୍ଡ

କାଶ୍ମୀର ପଣ୍ଡିତ ଆନ୍ଦୋଳନକାରୀଙ୍କୁ ଭେଟିଲେ ଉପରାଜ୍ୟପାଳ ମନୋଜ ସିହ୍ନା । ଦାବିରେ ଅଟଳ ଆନ୍ଦୋଳନକାରୀ, ଦାବି ପୂରଣ ନହେବା ଯାଏଁ କାର୍ଯ୍ୟବନ୍ଦ ଧାରଣା ଜାରି ରହିବା ନେଇ ସୂଚନା । ଅଧିକ ପଢନ୍ତୁ

Rahul Bhat killing: ଆନ୍ଦୋଳନକାରୀ କାଶ୍ମୀର ପଣ୍ଡିତଙ୍କୁ ଭେଟିଲେ ଉପ ରାଜ୍ୟପାଳ ମନୋଜ ସିହ୍ନା
Rahul Bhat killing: ଆନ୍ଦୋଳନକାରୀ କାଶ୍ମୀର ପଣ୍ଡିତଙ୍କୁ ଭେଟିଲେ ଉପ ରାଜ୍ୟପାଳ ମନୋଜ ସିହ୍ନା

By

Published : May 23, 2022, 10:53 PM IST

ଶ୍ରୀନଗର: କାଶ୍ମୀର ପଣ୍ଡିତ ତଥା ରାଜସ୍ବ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀଙ୍କ ଗୁଳି କରି ହତ୍ୟା ପରେ କାର୍ଯ୍ୟବନ୍ଦ ଧାରଣାରେ ବସିଥିବା କାଶ୍ମୀର ପଣ୍ଡିତଙ୍କୁ ଭେଟିଛନ୍ତି କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ସିହ୍ନା ଆଜି (ସୋମବାର) ସଂନ୍ଧ୍ୟାରେ ଧାରଣାସ୍ଥଳ ଗସ୍ତ କରିବା ସହ ରାହୁଲଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଆନ୍ଦୋଳନକାରୀ କର୍ମଚାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।

ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାହୁଲଙ୍କୁ ଆତଙ୍କୀ ଅଫିସ ପରିସର ନିକଟବର୍ତ୍ତୀ ସ୍ଥାନରେ ଗୁଳି କରି ହତ୍ୟା କରିବା ପରେ ପ୍ରଧାନମନ୍ତ୍ରୀ ରିଲିଫ ପ୍ୟାକେଜ (PM relief package) ରେ କାର୍ଯ୍ୟ କରୁଥିବା କାଶ୍ମୀର ପଣ୍ଡିତମାନେ ରାହୁଲଙ୍କ ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଘାଟିରେ ପଣ୍ଡିତଙ୍କ ସୁରକ୍ଷା ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।

ତେବେ ଆନ୍ଦୋଳନକାରୀଙ୍କ ସହ ଉପ ରାଜ୍ୟପାଳ ସିହ୍ନାଙ୍କ ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିବା ସୂଚନା ମିଳିଛି । ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟରେ ଯୋଗ ନଦେବା ସହ ଧାରଣା ଜାରି ରଖିବେ ବୋଲି ଆନ୍ଦୋଳନକାରୀମାନେ ସ୍ପଷ୍ଟ କରିଛନ୍ତି । ରାହୁଲ ଭଟ୍ଟଙ୍କୁ ଚଳିତ ମାସ 12 ତାରିଖରେ କାର୍ଯ୍ୟାଳୟ ନିକଟବର୍ତ୍ତୀ ସ୍ଥାନରେ ଗୁଳି କରି ହତ୍ୟା କରିବା ପରେ ଘାଟିରେ ପୁଣି ଥରେ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପ୍ରସଙ୍ଗ ମୁଖ୍ୟସ୍ରୋତ ଚର୍ଚ୍ଚାରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details