ନୂଆଦିଲ୍ଲୀ:ଏକ ସୁଇସାଇଡ ନୋଟର ଉଦାହରଣ ଦେଇ ମୋଦି କରିଥିବା ଥଟ୍ଟାକୁ ନେଇ ନିନ୍ଦା କଲେ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ । ଏନେଇ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, "ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥାକୁ ନେଇ ମନ ଖୋଲି ହସିଥିଲେ, ସୋମାନେ ନିଜକୁ ଭଲ ଭାବେ ଶିକ୍ଷା ଦେଇ ଶିକ୍ଷିତ କରିବା ଆବଶ୍ୟକ ।"
କଣ କହିଥିଲେ ମୋଦି: ଗତକାଲି(ବୁଧବାର) ଏକ ଗଣମାଧ୍ୟମର ମିଡିଆ କନକ୍ଲେଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ । ଏହି ସମୟରେ ଭାଷଣ ଦେଇ ଏକ ପ୍ରଫେସରଙ୍କ ଝିଅର ସୁଇସାଇଡ ନୋଟକୁ ନେଇ ଥଟ୍ଟା କରିଥିଲେ । ପ୍ରଫେସର ଜଣକ ନିଜର ଝିଅର ସୁଇସାଇଡ ନୋଟ ପଢିବା ସମୟରେ କିପରି ବନାନ ଭୁଲ କରିପାରିଲ ବୋଲି କହିଥିବା ନେଇ ମୋଦି କହିଥିଲେ । ଏହି କଥା ଶୁଣି ଲୋକେ ହସିଥିଲେ ।
ମୋଦି କହିଥିଲେ, " ଣେ ପ୍ରଫେସରଙ୍କ ଝିଅ ଆତ୍ମହତ୍ୟା କରିଥିଲେ । ତେବେ ମୃତ୍ୟୁ ପୂର୍ବରୁ ସେ ସୁଇସାଇଡ ନୋଟ ଲେଖିକି ଯାଇଥିଲେ । ମୁଁ ବହୁତ ଥକି ଗଲିଣି, ଆଉ ଏହି ଜୀବନ ବଞ୍ଚିବାକୁ ଇଚ୍ଛା ନାହିଁ । ତେଣୁ ମୁଁ କାକରିଆଁ ପୋଖରୀରେ ବୁଡି ମରିଯିବି ବୋଲି ଲେଖା ହୋଇଥିଲା । ଏହି ଚିଠି ପଢି ବାପା ବା ପ୍ରଫେସଙ୍କୁ ରାଗ ଆସିଥିଲା । ସେ କହିଥିଲେ, ମୁଁ ଜଣେ ପ୍ରଫେସର ଏବଂ ମୁଁ ଆଜି ଯାଏଁ ଏତେ ପରିଶ୍ରମ କରି ମଧ୍ୟ ମୋ ଝିଅ କାକରିଆଁର ବନାନ ଭୁଲ ଲେଖିଛି ।" ମୋଦିଙ୍କ ଏହି ଚୁଟକୁଲା ଶୁଣିବା ପରେ ଉପସ୍ଥିତ ଶ୍ରୋତା ସହ ମୋଦି ମଧ୍ୟ ହସିଥିଲେ ।