ଓଡିଶା

odisha

By

Published : Aug 20, 2022, 12:27 PM IST

ETV Bharat / bharat

Rajiv Gandhi Birth Anniversary, ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ରାହୁଲ ଓ ପ୍ରିୟଙ୍କା

ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ । ସମାଧି ସ୍ଥଳ ବୀରଭୂମିଠାରେ ପହଞ୍ଚି ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ । ଅଧିକ ପଢନ୍ତୁ

ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ, ପ୍ରିୟଙ୍କା
ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ, ପ୍ରିୟଙ୍କା

ହାଇଦ୍ରାବାଦ:ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୮ ତମ ଜନ୍ମ ଜୟନ୍ତୀ(Rajiv Gandhi on 78th birth anniversary) । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କର ସମାଧିସ୍ଥଳ ବୀରଭୂମିରେ ପହଞ୍ଚି ନିଜର ଦିବଙ୍ଗତ ପିତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ସେଠାରେ ଅନ୍ୟାନ୍ୟ ଦଳୀୟ ନେତୃବୃନ୍ଦ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ବାପାଙ୍କ ଜୟନ୍ତୀରେ ରାହୁଲ ଗାନ୍ଧୀ ତାଙ୍କୁ ମନେ ପକାଇ ଏକ ଆବେଗପୂର୍ଣ୍ଣ ଟ୍ବିଟ୍ କରିଛନ୍ତି, ''ବାପା ଆପଣ ପ୍ରତି ମୂହୁର୍ତ୍ତରେ ମୋ ସହ ମୋର ହୃଦୟରେ ରହିଛ । ଆପଣ ଦେଶ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ପୂରଣ କରିବାକୁ ମୁଁ ସବୁବେଳେ ପ୍ରଚେଷ୍ଟା କରିବି ।''

ପ୍ରକାଶଥାଉ କି, ୧୯୪୪ ମସିହା ଅଗଷ୍ଟ ୨୦ରେ ରାଜୀବ ଗାନ୍ଧୀ ଜନ୍ମ ଗ୍ରହଣ କରିଥିଲେ । ସେ ମାତ୍ର ୪୦ ବର୍ଷ ବୟସରେ ଭାରତର ୬ଷ୍ଠ ତମ ପ୍ରଧାନମନ୍ତ୍ରୀ ହୋଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ଫିରୋଜ ଗାନ୍ଧୀଙ୍କ ବଡପୁଅ ଥିଲେ ରାଜୀବ ଗାନ୍ଧୀ । ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ।

୧୯୮୪-୮୯ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଦେଶର ବିକାଶ ଦିଗରେ ରାଜୀବ ଗାନ୍ଧୀଙ୍କ ଉଲ୍ଲେଖନୀୟ ଯୋଗଦାନ ରହିଛି । ରାଜୀବ ଗାନ୍ଧୀ ୧୯୮୬ ମସିହାରେ ଉଚ୍ଚଶିକ୍ଷା କାର୍ଯ୍ୟକ୍ରମର ଆଧୁନିକୀକରଣ ଓ ବିସ୍ତାର ପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତିର ଘୋଷଣା କରିଥିଲେ ।

ABOUT THE AUTHOR

...view details