ଓଡିଶା

odisha

ETV Bharat / bharat

ରାଜନଙ୍କ କାନ୍ଧରେ ତାମିଲନାଡୁ ଅର୍ଥନୀତି ଭାର, ଜାଣନ୍ତୁ ଆଉ କାହାକୁ ମିଳିଛି ଦାୟିତ୍ବ - ରଘୁରାମ ରାଜନ

ତାମିଲନାଡୁ ଅର୍ଥନୀତି ମଜବୁତ ଦାୟିତ୍ବରେ ରଘୁରାମ ରାଜନ । ତାଙ୍କ ବ୍ୟତିତ ନୋବେଲ ପୁରସ୍କାର ବିଜେତା ପ୍ରଫେସର ଏସ୍ଥର ଡୁଫ୍ଲୋ ଭଳି ବିଶେଷଜ୍ଞ ଅଛନ୍ତି ସାମିଲ । ଅଧିକ ପଢନ୍ତୁ...

ରାଜନଙ୍କ କାନ୍ଧରେ ତାମିଲନାଡୁ  ଅର୍ଥନୀତି ଭାର, ଜାଣନ୍ତୁ ଆଉ କାହାକୁ ମିଳିଛି ଦାୟିତ୍ବ
ରାଜନଙ୍କ କାନ୍ଧରେ ତାମିଲନାଡୁ ଅର୍ଥନୀତି ଭାର, ଜାଣନ୍ତୁ ଆଉ କାହାକୁ ମିଳିଛି ଦାୟିତ୍ବ

By

Published : Jun 21, 2021, 9:39 PM IST

ଚେନ୍ନାଇ:ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ମିଳିଛି ବଡ ଦାୟିତ୍ବ । ଏବେ ସେ ତାମିଲନାଡୁ ଅର୍ଥନୀତିର ଧରିବେ ମଙ୍ଗ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ ଗଠନ ହୋଇଛି । ଆଉ ଏଥିରେ ଅଛନ୍ତି, ଆରବିଆଇ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ , ନୋବେଲ ପୁରସ୍କାର ବିଜେତା ପ୍ରଫେସର ଏସ୍ଥର ଡୁଫ୍ଲୋ ଭଳି ବିଶେଷଜ୍ଞ । ରାଜ୍ୟର ନବଗଠିନ ବିଧାନସଭାରେ ଅଭିଭାଷଣ ରଖି ରାଜ୍ୟପାଳ ବନୱାରିଲାଲ ପୁରୋହିତ ଏ ନେଇ କହିଛନ୍ତି ।

ପୁରୋହିତ ନିଜ ସମ୍ବୋଧନରେ ଜଣାଇଛନ୍ତି କି , ଏହି ପରିଷଦ ରାଜ୍ୟର ତୀବ୍ର ଓ ସୁଦୃଢ ଅର୍ଥନୀତି ପାଇଁ ପ୍ରସ୍ତୁତ କରିବେ ରୂପରେଖ । ଡିଏମକେ ସରକାର ଗତ ମାସରେ କ୍ଷମତାସୀନ ହେବା ପରେ ବିଧାନସଭାର ଏହା ପ୍ରଥମ ଅଧିବେଶନ । ଆଉ ଏଥିରେ ପରିଷଦ ଗଠନ ଘୋଷଣା କରି ସେ କହିଛନ୍ତି ଯେ, ବିଗତ ବର୍ଷରେ ତାମିଲନାଡୁର ଆର୍ଥିକ ବୃଦ୍ଧି ଦର ସଙ୍କୁଚିତ ହୋଇଛି । ଏହା ସରକାରଙ୍କ ସ୍ଥିତିକୁ ଓଲଟାଇବା ଓ ତୀବ୍ର ଆର୍ଥିକ ବୃଦ୍ଧି ପାଇଁ ଯଥାସମ୍ଭବ ପ୍ରୟାସ କରିବ ।

ପ୍ରକାଶ ଯେ, ଅର୍ଥବ୍ୟବସ୍ଥାରେ ସୁଧାର ଓ ତୀବ୍ର ଅଭିବୃଦ୍ଧି ଆଣିବା ପାଇଁ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତାଙ୍କ ପରିଷଦ ଗଠନ କରାଯିବା ଦରକାର । ଏହି ପରିଷଦରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଓ ନୋବେଜ ବିଜେତା ଏସ୍ଥର ଡୁଫ୍ଲୋ ଭଳି ବିଶେଷଜ୍ଞ ସାମିଲ ଅଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କ ପୂର୍ବ ଆର୍ଥିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ , ବିକାଶ ଅର୍ଥନୀତିଜ୍ଞ ପ୍ରଫେସନ ଜ୍ୟା ଦ୍ରେଜ ଓ ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ଏସ ନାରାୟଣ ସାମିଲ ହେବେ ।

ABOUT THE AUTHOR

...view details