ଜୟପୁର:ସେପ୍ଟେମ୍ବର ୭ ତାରଖରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ଯାତ୍ରା( Bharat Jodo Yatra) ଏବେ ରାଜସ୍ଥାନରେ ଚାଲିଛି । ଆସନ୍ତା ଶୁକ୍ରବାରକୁ ୧୦୦ ଦିନ ପୂରଣ କରିବ ଏହି ଭାରତ ଯୋଡ ଯାତ୍ରା । ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ(Former RBI governor Raghuram Rajan) ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ସେ ଆଜି ସକାଳୁ ଏହି ଯାତ୍ରାରେ ସାମିଲ ହୋଇଛନ୍ତି ।
ସୂଚନାଅନୁସାରେ ଏହି ଯାତ୍ରା ରାଜସ୍ଥାନର ସୱାଇ ମାଧପୁରରୁ ଆରମ୍ଭ ହୋଇ ବାଦଶପୁରରେ ପହଞ୍ଚିଥିଲା । ରାହୁଲଙ୍କ ସହ ପାଦରେ ପାଦ ମିଶାଇ ଚାଲିଥିଲେ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ଏନେଇ କଂଗ୍ରେସ ତରଫରୁ ଏକ ଟ୍ବିଟ କରି କୁହାଯାଇଛି, "ଭାରତ ଯୋଡ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ସାମିଲ ହେଲେ ରଘୁରାମ ରାଜନ । ଘୃଣା ବିରୋଧରେ ଦେଶକୁ ଏକଜୁଟ କରିବାକୁ ଛିଡା ହୋଇଥିବା ଲୋକଙ୍କ ସଂଖ୍ୟା ବଢୁଛି । ଆମେ ସଫଳ ହେବୁ । "
ଅନ୍ୟ ଏକ ଟ୍ବିଟ କରି କଂଗ୍ରେସ କହିଛି, " ଆମକୁ ଅନ୍ଧକାରରୁ ଆଲୋକକୁ ନେବା ପାଇଁ ବାଟ ଦେଖାଉଛି ଭାରତ ଯୋଡ ଯାତ୍ରା । ଏହି ଯାତ୍ରାକୁ ସ୍ବାଗତ କରିବା ପାଇଁ ଅପେକ୍ଷା କରି ରହିଥିବା ଲୋକେ ନିଜ ଉପସ୍ଥିତିକୁ ଯଜ୍ଞରେ ଆହୁତି ଦେଉଛନ୍ତି । "