ହାଇଦ୍ରାବାଦ:ତେଲେଙ୍ଗାନା ବିଜେପି ବିଧାୟକ ରାଜା ସିଂ (mla raja Singh) ଙ୍କ ବିବାଦୀୟ ବୟାନକୁ ଆଜି ପୁରୁଣା ହାଇଦ୍ରାବାଦରେ ପ୍ରତିବାଦ ଦେଖିବାକୁ ମିଳିଛି । ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ବାରା ବିଧାୟକଙ୍କ ଦ୍ବାରା ଦିଆଯାଇଥିବା ମନ୍ତବ୍ୟକୁ ବିରୋଧ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦେଳନ କରାଯାଇଛି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ହାଇଦ୍ରାବାଦର ଓଲ୍ଡ ସିଟି ଏରିଆରେ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି (RAF forces deployed in Hyderabad)। ସ୍ଥାନୀୟ ପୋଲିସ ଫୋର୍ସ ସହ ରାପିଡ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି । ଆନ୍ଦୋଳନ ବେଳେ ଆଜି ୨୦ ଜଣ ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ ମଧ୍ୟ କରିଛି ।
ଓଲ୍ଡ ସିଟି ଅଞ୍ଚଳରେ ମିର୍ଚ ଚୌକ, ଗୋଶାମାହାଲ ଏବଂ ଚାରମିନାର ଅଞ୍ଚଳରେ ଏହି ସୁରକ୍ଷା ବଳ ନିୟୋଜନ ହୋଇଛନ୍ତି (RAF forces deployed in Hyderabad )। ସହରରେକିଛି ନିର୍ଦ୍ଦିଷ୍ଟ ସ୍ଥାନରେ କୌଣସି ପ୍ରକାର ଶୋଭାଯାତ୍ରା, ପ୍ରତିବାଦ କମ୍ବା ସଭାସମିତିକୁ ଅନୁମତି ଦିଆଯାଇନାହିଁ । ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ସାଧାରଣ ଜୀବନ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି । ଡିସିପି ସାଇ ଚୈତନ୍ୟ କହିଛନ୍ତି ଯେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଥିବା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ସହରରେ ଶାନ୍ତି ବଜାୟ ରଖିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ।