ଓଡିଶା

odisha

ETV Bharat / bharat

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଅବସ୍ଥା ସଙ୍କଟାପନ୍ନ - ସିଡନୀରେ ଭାରତୀୟ ଛାତ୍ରଙ୍କୁ ଜାତିଆଣ ଆକ୍ଷେପ

ସିଡନୀରେ ଜାତିଆଣ ଆକ୍ଷେପ ସହ ପ୍ରାଣାନ୍ତକ ଆକ୍ରମଣର ଶିକାର ହେଲେ ଭାରତୀୟ ଛାତ୍ର । ତାଙ୍କ ଉପରକୁ ୧୧ ଥର ଛୁରାମାଡ଼ କରାଯାଇଛି । ଫଳରେ ତାଙ୍କ ମୁହଁ, ଛାତି ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି (UP Student deadly attacked in Australia) । ଅଧିକ ପଢ଼ନ୍ତୁ

racial comment and deadly attack on Indian Student in Sydney condition critical
ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଅବସ୍ଥା ସଙ୍କଟାପନ୍ନ

By

Published : Oct 13, 2022, 9:27 PM IST

ଲକ୍ଷ୍ନୌ: ଅଷ୍ଟ୍ରେଲିଆର ସିଡନୀରେ ଜାତିଆଣ ଆକ୍ଷେପ ସହ ପ୍ରାଣାନ୍ତକ ଆକ୍ରମଣର ଶିକାର ହେଲେ ଭାରତୀୟ ଛାତ୍ର । ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ନେଇ ସୂଚନା ମିଳିଛି । ଏହି ଛାତ୍ର ଜଣକ ଉତ୍ତର ପ୍ରଦେଶର ଫତେହପୁର ସିକ୍‌ରୀ ଅଞ୍ଚଳର ବାସିନ୍ଦା ବୋଲି ଜଣା ପଡ଼ିଛି(UP Student deadly attacked in Australia ) । ପୁଅ ଉପରେ ମରଣାନ୍ତକ ଆକ୍ରମଣ ଖବର ଶୁଣି ପରିବାର ବର୍ଗ ଏବେ ଚିନ୍ତିତ ହୋଇ ପଡ଼ିଛନ୍ତି ।

ପୁଅ ଉପରେ ଆକ୍ରମଣ ଖବର ପାଇବା ପରେ ଏହାକୁ ନେଇ ସ୍ଥାନୀୟ ସାଂସଦଙ୍କ ସହାୟତା ମାଗିଥିଲେ ପରିବାର । ସେପଟେ ସାଂସଦ ମଧ୍ୟ ପୂର୍ଣ୍ଣ ସହାୟତା କରିବା ନେଇ ଆଶ୍ବସନା ଦେଇଛନ୍ତି । ଆଗ୍ରାର ସିକ୍‌ରୀ ଅଞ୍ଚଳରେ ହାର୍ଡୱେୟାର ବ୍ୟବସାୟ କରନ୍ତି ରାମନିବାସ ଗର୍ଗ । ତାଙ୍କ ପୁଅ ଶୁଭମ ଗର୍ଗ ସିଡନୀରେ ବର୍ତ୍ତମାନ ଜୀବନମରଣ ସହ ସଂଗ୍ରାମ କରୁଛି । ଶୁଭମ ଚେନ୍ନାଇରେ ଆଇଆଇଟି ସମ୍ପୂର୍ଣ୍ଣ କରିଛନ୍ତି । ଏହାପରେ ସେ ସିଡନୀସ୍ଥିତ UNSW କଲେଜରେ ମେକାନିକାଲ ଇଞ୍ଜିନିୟରିଂରେ PhD କରିବାକୁ ଚୟନ ହୋଇଛନ୍ତି । ଗତ ସେପ୍ଟେମ୍ବର ମାସରେ ହିଁ ସେ ସିଡନୀରେ ପାଠ ପଢ଼ିବାରୁ ଅଷ୍ଟ୍ରେଲିଆ ଯାଇଥଲେ ।

ଗତ ଅକ୍ଟୋବର ୬ ତାରିଖରେ ଶୁଭମ ତାଙ୍କ ରୁମ୍‌ରେ ବିଶ୍ରାମ କରୁଥିବା ବେଳେ କିଛି ଦୁର୍ବୃତ୍ତ ଆସି ତାଙ୍କ ବିରୋଧରେ ଜାତିଆଣ ଆକ୍ଷେପ କରିଥିଲେ । ଏହାପରେ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଚାଲି ଯାଇଥିଲେ । ଶୁଭମଙ୍କ ଉପରକୁ ୧୧ ଥର ଛୁରାମାଡ଼ କରାଯାଇଛି । ଫଳରେ ତାଙ୍କ ମୁହଁ, ଛାତି ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ତାଙ୍କୁ ଏକ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସେପଟେ ପୁଅର ଦେଖାରଖା କରିବାକୁ ପାଖରେ କେହି ନଥିବାରୁ ଚିନ୍ତାରେ ପଡ଼ିଛନ୍ତି ପରିବାର ।

ସ୍ଥାନୀୟ ସାଂସଦ ରାଜକୁମାର ଚହରଙ୍କୁ ଭେଟିଛନ୍ତି ଶୁଭମଙ୍କ ପରିବାର । ତତ୍କାଳନ ସାନପୁଅ ରୋହିତ ଗର୍ଗଙ୍କୁ ଭିସା ପ୍ରଦାନ କଲେ ସେ ଶୁଭମ୍‌ଙ୍କ ସେବା କରିପାରିବେ ବୋଲି ପରିବାର ବର୍ଗ ପକ୍ଷରୁ କୁହାଯାଇଛି । ସେପଟେ ଏହାକୁ ନେଇ ବୈଦେଶିକ ମନ୍ତ୍ରଣାଳୟ ସହ ଆଲୋଚନା କରିଛନ୍ତି ରାଜକୁମାର ଚହର । ତେବେ ବର୍ତ୍ତମାନ ସୁଦ୍ଧା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଜବାବ ମିଳି ପାରିନାହିଁ ।

For All Latest Updates

TAGGED:

ABOUT THE AUTHOR

...view details