ଓଡିଶା

odisha

Fingerprint surgery Gang Busted: ସର୍ଜରୀ ପରେ ନକଲି ପ୍ରମାଣପତ୍ରରେ କୁଏତ ଯାଉଥିଲେ ଦାଗି ଶ୍ରମିକ

By

Published : Sep 2, 2022, 8:01 AM IST

ହାଇଦ୍ରାବାଦ ଧରାପଡିଲା ଫିଙ୍ଗର ପ୍ରିଣ୍ଟ ସର୍ଜରୀ ଗ୍ୟାଙ୍ଗ (Finger print Surgery gang arrested)। ଏକାଧିକ ସରଞ୍ଜାମ ସହ 4 ଗିରଫ । ସର୍ଜରୀ ପରେ ନକଲି ପ୍ରମାଣପତ୍ରରେ କୁଏତ ଯାଉଥିଲେ ଦାଗି ଶ୍ରମିକ । ପୋଲିସ ଖୋଲିଲା ଗୁମର । ଅଧିକ ପଢନ୍ତୁ

ଧରା ପଡିଲା ଫିଙ୍ଗର ପ୍ରିଣ୍ଟ ସର୍ଜରୀ ଗ୍ୟାଙ୍ଗ
ଧରା ପଡିଲା ଫିଙ୍ଗର ପ୍ରିଣ୍ଟ ସର୍ଜରୀ ଗ୍ୟାଙ୍ଗ

ହଇଦ୍ରାବାଦ:କୁଏତ ବିମାନ ବନ୍ଦରରେ ଫିଙ୍ଗର ପ୍ରିଣ୍ଟ ସ୍କାନରରେ ଧରା ନପଡିବା ପାଇଁ ଦାଗି ଶ୍ରମିକଙ୍କ ଆଙ୍ଗୁଠିରେ ଅସ୍ତ୍ରୋପଚାର କରି ଫିଙ୍ଗର ପ୍ରିଣ୍ଟ ବଦଳାଉଥିବା ଏକ ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ପୋଲିସ (Finger print Surgery gang arrested)। ଏହି ସର୍ଜରୀ କରୁଥିବା 4 ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ଅପରେସନରେ ବ୍ୟବହାର ହେଉଉଥିବା ଏକାଧିକ ସରଞ୍ଜାମ ମଧ୍ୟ ଜବତ କରାଯାଇଥିବା ହାଇଦ୍ରାବାଦର ରଚାକୋଣ୍ଡା ପୋଲିସ ସୂଚନା ଦେଇଛି ।

ପୋଲିସର ସୂଚନାନୁସାରେ, ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ନାଗା ମୁନେଶ୍ୱର ରେଡ୍ଡୀ (36), ଭେଙ୍କଟ ରାମଣା (39) ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି ଶିବ ଶଙ୍କର ରେଡ୍ଡୀ (25) ଏବଂ ରାମକୃଷ୍ଣ ରେଡ୍ଡୀ (38) । ଏମାନେ ସମସ୍ତେ ଆନ୍ଧ୍ର ପ୍ରଦେଶ YSR କାଡପା ଜିଲ୍ଲାର ଜିଲ୍ଲାର ବାସିନ୍ଦା । ଗତ କିଛି ଦିନ ଧରି ସେମାନେ ଏହି ସର୍ଜରୀ ପ୍ରକ୍ରିୟା ଜାରି ରଖିଥିଲେ (Finger print Surgery gang)। ଥରେ ଭିସା ଅବଧି ଶେଷ ହେବା ପରେ ପୁଣି ଥରେ କୁଏତ ଯାଉଥିବା ବ୍ୟକ୍ତିଙ୍କ ଆଙ୍ଗୁଠିର ଛାପକୁ ଅପରେସନ ମାଧ୍ୟମରେ ଏମାନେ ପରିବର୍ତ୍ତନ କରୁଥିଲେ । ଫଳରେ ତାଙ୍କୁ ପୁଣି ଥରେ ଅନ୍ୟ ଏକ ଡକ୍ୟୁମେଣ୍ଟ ଜରିଆରେ କୁଏତ ଯିବା ସମ୍ଭବପର ହୋଇପାରୁଥିଲା ।

ଧରାପଡିଲା ଫିଙ୍ଗର ପ୍ରିଣ୍ଟ ସର୍ଜରୀ ଗ୍ୟାଙ୍ଗ, ସର୍ଜରୀ ପରେ ନକଲି ପ୍ରମାଣପତ୍ରରେ କୁଏତ ଯାଉଥିଲେ ଦାଗି ଶ୍ରମିକ

ଘଟଣା କିଛି ଏହିପରି:-

ଭିସା ଅବଧି ଶେଷ ହେବା ହେତୁ କିମ୍ବା ଭିସା ସର୍ତ୍ତ ଉଲ୍ଲଂଘନ ହେତୁ କିଛି ଶ୍ରମିକଙ୍କୁ କୁଏତ ସରକାର ବିତାଡିତ କରିଛନ୍ତି । ଅଭିଯୁକ୍ତମାନେ ଏପରି ଉପାୟରେ ଆଙ୍ଗୁଠି ସର୍ଜରୀ କରି ସେମାନଙ୍କ ଛାପ (ଫିଙ୍ଗର ପ୍ରିଣ୍ଟ) ପରିବର୍ତ୍ତନ କରୁଥିଲେ । ପରେ ଏପରି କରିବା ଦ୍ବାରା ସେମାନଙ୍କୁ ଏକ ନୂତନ ଠିକଣା ଏବଂ ପରିଚୟ ମାଧ୍ୟମରେ ପୁନର୍ବାର କୁଏତ ଯିବାକୁ ଭିସା ମିଳିବା ସମ୍ଭବପର ହୋଇ ପାରୁଥିଲା । ଏପରି ଘଟଣା ନେଇ କୌଣସି ସୂତ୍ରରୁ ସୂଚନା ମିଳିବା ପରେ ପୋଲିସ ଏହି ଗ୍ୟାଙ୍ଗକୁ ଧରିବା ପାଇଁ ମିଶନ ଆରମ୍ଭ କରିଥିଲା । ଶେଷରେ ଏହି ଗ୍ୟାଙ୍ଗକୁ ଠାବ କରିବା ସହ 4 ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳତା ମିଳିଥିବା ରଚାକୋଣ୍ଡା ପୋଲିସ କମିଶନର ମହେଶ ଏମ.ଭାଗବତ କହିଛନ୍ତି (Finger print Surgery gang in Hyderabad)।

ସମସ୍ତ ଅଭିଯୁକ୍ତଙ୍କୁ ଜେରା ଜାରି ରହିଛି । ଏହି ନେଟଓ୍ବାର୍କ କେବେ ଠାରୁ କାର୍ଯ୍ୟକ୍ଷମ ହୋଇଛି ଓ କେତେ ବ୍ୟକ୍ତି ଏପରି କରି ନକଲି ପ୍ରମାଣପତ୍ରରେ କୁଏତ ଯିବା ପାଇଁ ସୁଯୋଗ ପାଇଛନ୍ତି, ତାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଏହି ଅପରେସନରେ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଏକାଧିକ ମେଡିକାଲ ତଥା ସର୍ଜରୀ ସରଞ୍ଜାମକୁ ମଧ୍ୟ ପୋଲିସ ଜବତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details