ଓଡିଶା

odisha

ETV Bharat / bharat

ରତ୍ନ ପଥର କାରବାର ମାମଲା: 17.72 କୋଟି ଟଙ୍କା ଜବତ - 17.72 gems seized

ହାଇଦ୍ରାବାଦ ରଚକୋଣ୍ଡା ସେଣ୍ଟ୍ରାଲ କ୍ରାଇମ ଷ୍ଟେସନ ପୋଲିସ ପକ୍ଷରୁ ରତ୍ନ ପଥର କାରବାର ମାମଲାରେ 17.72 କୋଟି ଟଙ୍କା ଜବତ । ଘଟଣାରେ 7 ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ । ଅଧିକ ପଢନ୍ତୁ...

ରତ୍ନ ପଥର କାରବାର ମାମଲାରେ 17.72 କୋଟି ଟଙ୍କା ଜବତ
ରତ୍ନ ପଥର କାରବାର ମାମଲାରେ 17.72 କୋଟି ଟଙ୍କା ଜବତ

By

Published : Jun 23, 2021, 6:58 PM IST

ହାଇଦ୍ରାବାଦ: ତେଲେଙ୍ଗାନା ରଚକୋଣ୍ଡା ସେଣ୍ଟ୍ରାଲ କ୍ରାଇମ ଷ୍ଟେସନ ପୋଲିସ ପକ୍ଷରୁ ରତ୍ନ ପଥର କାରବାର ମାମଲାରେ 17.72 କୋଟି ଟଙ୍କା ସମେତ ଗୋଟିଏ କାର ଏବଂ 10ଟି ମୋବାଇଲ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ 7 ଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତମାନେ ହେଲେ ଭେଲପୁରି ପ୍ରବଣ କୁମାର, ଡୋଣ୍ଡାପତି ରାମକ୍ରିଷ୍ଣ, ନଲାବୋଥୁଲା ସୁରେଶ ଗୋପି, ଚନ୍ଦୁଲୁରି ବିଜୟ କୁମାର, କମ୍ଭାପତି ସୂର୍ଯ୍ୟମ୍, ଚାନ୍ଦୁଲୁରି ନଗେନ୍ଦ୍ର ପ୍ରସାଦ, ବେଲମକୋଣ୍ଡା ମୂରଲୀକ୍ରିଷ୍ଣ ।

ସୂଚନାଯୋଗ୍ୟ, ମୂରଲୀକ୍ରିଷ୍ଣଙ୍କ ଘର ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ । ସେ ଜଣେ ଜ୍ୟୋତିର୍ବିଦ ହୋଇଥିବାବେଳେ ହାଇଦ୍ରାବାଦରେ ବସବାସ କରନ୍ତି । ଅଭିଯୁକ୍ତ ନିଜର 'ଭକ୍ତିନିଥି' ନାମକ ୱେବସାଇଟ ଯୋଗେ ଲୋକମାନଙ୍କୁ ରତ୍ନ ପଥର(ଜେମ୍ ଷ୍ଟୋନ) ବିକ୍ରୟ କରନ୍ତି । ଏପରିକି ସେ ନକଲି ନୋଟ କାରବାରରେ ମଧ୍ୟ ସମ୍ପୃକ୍ତ । ଏହି ବେଆଇନ କାରବାର ପାଇଁ ମୂରଲୀଙ୍କର କିଛି ଉଚ୍ଚସ୍ତରୀୟ ଦଳ ସହିତ ମଧ୍ୟ ବ୍ୟବସାୟିକ ସମ୍ପର୍କ ଥିବା ଜଣାପଡିଛି । ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ନଗେନ୍ଦ୍ର ପ୍ରସାଦ ମୂରଲୀକ୍ରିଷ୍ଣଙ୍କ ଆତ୍ମୀୟ ହୋଇଥିବା ସୂଚନା ମିଳିଛି । ସେ ହିଁ ଆଉ ଜଣେ ଅଭିଯୁକ୍ତ ପବନକୁ ମୂରଲୀଙ୍କ ସହ ପରିଚିତ କରିଥିଲା ।

ପରେ ମୂରଲୀଙ୍କ ଏହି ରତ୍ନ ପଥର ବ୍ୟବସାୟକୁ ଦେଖିବା ପରେ ପବନ ତାଙ୍କ ଘରୁ ଚୋରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ଏବଂ ତାଙ୍କ ଘରୁ ଦୁଇଟି ବ୍ୟାଗ ଚୋରି କରି ଫେରାର ହୋଇଯାଇଥିଲା । ହେଲେ ଯେତେବେଳେ ସେ ବ୍ୟାଗ ଖୋଲିଲା ସେତେବେଳେ ସେ ରତ୍ନ ପଥର ପରିବର୍ତ୍ତେ 6 ଲକ୍ଷ ଟଙ୍କାର ନକଲି ନୋଟ ଦେଖିବାକୁ ପାଇଥିଲା । ସେପଟେ ମୂରଲୀକ୍ରିଷ୍ଣ ରତ୍ନ ପଥର ଚୋରି ନେଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଫଳରେ ପୋଲିସର ତଦନ୍ତ ପରେ ଏହି ବେଆଇନ ରତ୍ନ ପଥର ଏବଂ ନକଲି ନୋଟ କାରବାର ଉପରୁ ପରଦା ଉଠିଛି । ଫଳରେ ଏଥିରେ ସମ୍ପୃକ୍ତ ମୋଟ 7 ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details