ନୂଆଦିଲ୍ଲୀ: ଦେଶଦ୍ରୋହ ଓ ଅପରାଧିକ ମାମଲା ରୁଜୁ ହୋଇଥିବା 6 ଜଣ ସାମ୍ବାଦିକଙ୍କ ସମର୍ଥନରେ ଦ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ( ଇଜିଆଇ)ର ବିରୋଧ ପ୍ରଦର୍ଶନ। ସାଧାରତନ୍ତ୍ର ଦିବସରେ ଦେଖାଦେଇଥିବା ଚାଷୀ ହିଂସାକୁ ଭୂଲ ପରିବେଷଣ କରିଥିବାରୁ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ମାମଲା ରୁଜୁ କରାଯାଇଛି । ଖବରକୁ ଭୁଲ ପରିବେଷଣ କରି ସେମାନେ ହିଂସା ଉସକାଉଥିବା ଅଭିଯୋଗ ହୋଇଛି । ସାମ୍ବାଦିକଙ୍କ ବିରୋଧରେ ଏଭଳି ଅଭିଯୋଗକୁ ଗିଲ୍ଡ ନିନ୍ଦା କରିବା ସହ ତୁରନ୍ତ ଏହି ଅଭିଯୋଗକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ।
ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ପ୍ରତାହ୍ୟାର ପାଇଁ ଦାବି କଲା ଗିଲ୍ଡ
ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲିରେ ଦେଖାଦେଇଥିବା ଅଶାନ୍ତ ସମ୍ପର୍କରେ ଭୁଲ ଖବର ପରିବେଷଣ କରିଥିବା ଅଭିଯୋଗରେ 6 ଜଣ ସାମ୍ବାଦିକଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ଏହାକୁ ଦ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ନିନ୍ଦା କରିବା ସହ ଏହି ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଛି । ଅଧିକ ପଢନ୍ତୁ...
1975 ମସିହା ଜରୁରୀକାଳିନ ପରିସ୍ଥିତିରେ ସାମ୍ବାଦିକଙ୍କ ହାତବାନ୍ଧିବା ସହ ସେମାନଙ୍କ ପ୍ରତି କଠୋର ନିୟମ ରହିଥିଲା । ସେହି ସମୟରେ ଯେଉଁମାନେ ଏହାକୁ ବିରୋଧ କରୁଥିଲେ ତାଙ୍କୁ ଦେଶଦ୍ରୋହର ଆଖ୍ୟା ମିଳିନଥିଲା। ବିଶ୍ବର ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଦେଶଦ୍ରୋହ ଭଳି କୌଣସି ଆଇନ ନାହିଁ ବୋଲି ପ୍ରେସ କ୍ଲବ ଇଣ୍ଡିଆର ସଭାପତି ଆନନ୍ଦ କେ ଶାହା । ଗୁରୁବାର ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ, ନିର୍ମାଳା ପାଣ୍ଡେ, ଜାଫର ଆଘା, ଆନନ୍ଦ ନାଥ, ବିନୋଦ ଜୋଶ, ପରେଶ ନାଥଙ୍କୁ ନୋଡାଏ ପୋଲିସ ଅଟକ ରଖାଯାଇଥିଲା । ସେମାନଙ୍କ ଉପରେ ଦେଶଦ୍ରୋହ ଓ ଅନ୍ୟାନ୍ୟ ମାମଲା ରୁଜୁ କରାଯାଇଥିଲା । ହରିୟାଣା ଓ ମଧ୍ୟପ୍ରଦେଶରେ ମଧ୍ୟ ସାମ୍ବାଦିକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ, ଏହି ସମସ୍ତ ସାମ୍ବାଦିକ ଭୁଲ ଖବର ପରିଷଣ କରି ଆନ୍ଦୋଳନରତ ଚାଷୀଙ୍କୁ ଉସକାଉଥିବା କୁହାଯାଇଛି ।
ଜାନୁଆରୀ 28 ତାରିଖରେ ସମସ୍ତ ଏଡିଟର ଓ ପବ୍ଲିକେସନ ତଥା ବିଗତ ବର୍ଷରେ ଦେଶର ସମସ୍ତ ସାମ୍ବାଦିକଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ଓ ଅନ୍ୟାନ୍ୟ ମାମଲା ମାମଲା ପ୍ରତ୍ୟାହାର କରାଯାଉ । ଆଉ ଏନେଇ ଗିଲ୍ଡ ପକ୍ଷରୁ ଏକ ସଂକଳ୍ପ ପାରିତ ହୋଇଛି । ଏବଂ ଯଦି ଏହାକୁ ପ୍ରତ୍ୟାହାର କରା ନଯାଏ ତେବେ ଆଗାମୀ ଦିନରେ ଅଭିଯାନ କରାଯିବ । ସେପଟେ, ସାମ୍ବାଦିକଙ୍କ ସମାବେଶକୁ ସମ୍ବୋଧିତ କରି ରାଜଦୀପ ସରଦେଶାଇ ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।