ନୂଆଦିଲ୍ଲୀ: କୁତବ ମିନାର କମ୍ପ୍ଲେକ୍ସରେ ହିନ୍ଦୁ ଏବଂ ଜୈନ ଦେବାଦେବୀଙ୍କ ମୂର୍ତ୍ତି ରହିଥିବା ଦାବି କରି ପୂଜାପାଠ ଅଧିକାର ପ୍ରଦାନ ନେଇ ହୋଇଥିବା ଏକ ମାମଲାର ଶୁଣାଣି କରିଛନ୍ତି ଦିଲ୍ଲୀ କୋର୍ଟ । ଆଜି ଏହି ମାମଲାର ଶୁଣାଣି ବେଳେ ଜୋରଦାର ବିତର୍କ ହୋଇଛି । ତେବେ ଧ୍ବଂସ ପାଇଥିବା ହିନ୍ଦୁ ଓ ଜୈନ ମନ୍ଦିର ପୁଣି ଥରେ ଉକ୍ତ କମ୍ପେଲ୍ସ ପରିସରରେ ସ୍ଥାପନ କରିବା ପାଇଁ ହୋଇଥିବା ଆବେଦନର ରାୟ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀର ସାକେତ କୋର୍ଟ । ଆସନ୍ତା ମାସ 9 ତାରିଖରେ ଏହି ରାୟ ପ୍ରକାଶ କରିପାରନ୍ତି କୋର୍ଟ ।
ଆଜି ଶୁଣାଣି ସମୟରେ ଆବେଦନକାରୀ ଓକିଲ ହରି ଶଙ୍କର ଜୈନ ମନ୍ଦିରର ଧ୍ବଂସାବଶେଷ ପ୍ରମାଣ ଏବଂ ଉପାସନା କରିବାର ଅଧିକାର ବିଷୟରେ ତର୍କ ଉପସ୍ଥାପନ କରିଥିଲେ । ଆଇନଜୀବୀ ଜୈନ କହିଛନ୍ତି ଯେ କୁତବ-ଉଲ-ଇସଲାମ ମସଜିଦ ହିନ୍ଦୁ ଓ ଜୈନ ମନ୍ଦିର ଧ୍ୱଂସାବଶେଷ ଉପରେ ନିର୍ମିତ ହୋଇଛି । ଯାହାର ଏକାଧିକ ପ୍ରମାଣ ମଧ୍ୟ କମ୍ପେଲ୍ସରେ ଦେଖିବାକୁ ମିଳୁଛି ।