ଓଡିଶା

odisha

କୋରାନରେ ହିଜାବ ନୁହେଁ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି: ଆସାମ ସିଏମ

By

Published : Feb 17, 2022, 2:06 PM IST

ହିଜାବ ତାତିକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ହିଜାବକୁ ନେଇ କୌଣସି ବିବାଦ ନାହିଁ । ଯଦି ଜଣେ କୋରାନ୍ ସରିଫକୁ ଭଲ ଭାବରେ ପଢିବାକୁ ଚେଷ୍ଟା କରିବେ ତେବେ ଜାଣିପାରିବେ ଏଥିରେ କେବଳ ଶିକ୍ଷାକୁ ଫୋକସ କରାଯାଇଛି ହିଜାବକୁ ନୁହେଁ ବୋଲି କହିଛନ୍ତି ଆସାମ ସିଏମ । ଅଧିକ ପଢନ୍ତୁ

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

ନୂଆଦିଲ୍ଲୀ: ହିଜାବକୁ ନେଇ ବିବାଦ ସୃଷ୍ଟି ହେବା ଏବଂ ଏହାକୁ ଶିକ୍ଷାନୁଷ୍ଠାନରେ ଅନୁମତି ନେଇ ଦାବି ଜୋର ଧରିଛି । ହିଜାବ ତାତିକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ହିଜାବକୁ ନେଇ କୌଣସି ବିବାଦ ନାହିଁ । ଯଦି ଜଣେ କୋରାନ୍ ସରିଫକୁ ଭଲ ଭାବରେ ପଢିବାକୁ ଚେଷ୍ଟା କରିବେ ତେବେ ଜାଣିପାରିବେ ଏଥିରେ କେବଳ ଶିକ୍ଷାକୁ ଫୋକସ କରାଯାଇଛି ହିଜାବକୁ ନୁହେଁ ବୋଲି କହିଛନ୍ତି ଆସାମ ସିଏମ ।

ସେ ଆହୁରି କହିଛନ୍ତି ବର୍ତ୍ତମାନ ଏକ ପ୍ରଶ୍ନ ସୃଷ୍ଟି ହୋଇଛି ଶିକ୍ଷା ଗୁରୁତ୍ବପୂର୍ଣ୍ଣ ନା ହିଜାବ । ମୁସଲିମଙ୍କ ସବୁଠୁ ବଡ ଏବଂ ପ୍ରଥମ ଦାୟିତ୍ବ ହେଉଛି ଶିକ୍ଷା ବୋଲି କହିଛନ୍ତି ହିମନ୍ତ ବିଶ୍ବଶର୍ମା । କର୍ଣ୍ଣାଟକରେ ତେଜୁଥିବା ହିଜାବ ମାମଲାରେ ଏପରି କହିଛନ୍ତି ଆସାମ ସିଏମ । କର୍ଣ୍ଣାଟକ ହାଇକୋର୍ଟରେ ତିନି ଜଣିଆ ବେଞ୍ଚ ଦ୍ବାରା ହିଜାବ ନିଷେଦ୍ଧାଦେଶରେ ଏକ ପିଟିସନର ଶୁଣାଣି ହୋଇଛି । ମୁଖ୍ୟ ବିଚାରପତି ରିତୁରାଜ ଅୱସ୍ତି, ଜଷ୍ଟିସ୍ କିଷ୍ଣା ଏସ୍ ଦୀକ୍ଷିତ ଏବଂ ଜେଏମ୍ ଖାଜୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଫେବୃଆରୀ 10ରେ ହିଜାବ୍ ମାମଲାର ଶୁଣାଣି କରିଥିଲେ ।

ଏହା ବି ପଢନ୍ତୁ...୧୯୪୭ରେ ଯଦି ମୋଦି ପ୍ରଧାନମନ୍ତ୍ରୀ ହୋଇଥାନ୍ତେ କଣ ହୋଇଥାନ୍ତା କହିଲେ ଶାହ

ହିଜାବ ମାମଲାକୁ ନେଇ କର୍ଣ୍ଣାଟକରେ ଫେବୃଆରୀ ୧୧ ଯାଏଁ ୩ ଦିନିଆ ସମସ୍ତ ସ୍କୁଲ କଲେଜ ବନ୍ଦ ଥିଲା । ସୋମବାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ପରେ ରାଜ୍ୟର ଅନେକ ସ୍ଥାନରେ ପୋଲିସ ମୁତୟନ ହୋଇଥିଲେ । ଗତ ୧୫ ତାରିଖରେ ହିଜାବ ବିବାଦର ଶୁଣାଣି ସମୟରେ କ୍ଲାସରୁମରେ ହିଜାବ ପିନ୍ଧିବାର ଅନୁମତି ଦେବାକୁ ଦାବି କରିଥିଲେ ଆବେଦନକାରୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details