ଚଣ୍ଡିଗଡ଼: ଅଗ୍ନିବୀର ଯବାନଙ୍କୁ ମିଳିଲାନି ଶହୀଦ ସମ୍ମାନ । ଉଠିଲା ଯବାନଙ୍କ ପ୍ରତି ଅସମ୍ମାନ ଅଭିଯୋଗ । ଜମ୍ମୁର ପୁଞ୍ଚ ସେକ୍ଟରରେ ଡ୍ୟୁଟିରେ ଥିବା ବେଳେ ଯବାନଙ୍କ ଦେହରେ ଗୁଳି ବାଜିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ଶେଷକୃତ୍ୟ ବେଳେ ତାଙ୍କୁ ଶହୀଦ ସମ୍ମାନ ଦିଆଯାଇନଥିବା ଅଭିଯୋଗ ହୋଇଛି । ସେପଟେ ନିୟମ ମୁତାବକ ଯାହା କରାଯିବା କଥା ତାହା କରାଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି ।
ଯବାନ ଜଣଙ୍କ ହେଉଛନ୍ତି ପଞ୍ଜାବର ଅମୃତପାଲ ସିଂ । କେନ୍ଦ୍ର ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଅଗ୍ନିବୀର ଯୋଜନାରେ ସେ ସେନାରେ ଯୋଗ ଦେଇଥିଲେ । ଅମୃତପାଲ ସିଂ ନିଜ ସର୍ଭିସ ରାଇଫଲରୁ ନିଜେ ନିଜକୁ ଗୁଳି କରିଥିଲେ । ଡ୍ୟୁଟିରେ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ପରିବାର ଲୋକଙ୍କୁ ଖବର ଦେବା ପରେ ମନସା ଅଞ୍ଚଳରେ ଶୋକରଛାୟା ଖେଳିଯାଇଥିଲା । ଏହାପରେ ଯବାନଙ୍କ ପାଥିବ ଶରୀର ତାଙ୍କ ଘରେ ପହଞ୍ଚିଥିଲା । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ସେନା ଗାଡିରେ ନୁହଁ ଆମ୍ବୁଲାନ୍ସରେ ପହଞ୍ଚିଥିଲା ଯବାନଙ୍କ ମୃତଦେହ । କୌଣସି ସରକାରୀ ଅଧିକାରୀ ମଧ୍ୟ ଉପସ୍ଥିତ ନଥିଲେ । "ଏହାର କାରଣ ଉପସ୍ଥିତ ଯବାନଙ୍କୁ ପଚରାଯିବାରୁ ଅଗ୍ନିବୀର ଯୋଜନା ମାଧ୍ୟମରେ ଚାକିରି କରିଥିବା ଯାବନଙ୍କୁ ମୃତ୍ୟୁ ପେର ଶହୀଦ ସମ୍ମାନ ଦିଆଯିବ ନାହିଁ ବୋଲି ସେମାନେ କହିଥିଲେ । ତେଣୁ ଅମୃତପାଲଙ୍କୁ ଶହୀହର ମାନ୍ୟତା ଦିଆଯାଇନାହିଁ ।"
ପଞ୍ଜାବ ପୋଲିସ ତରଫରୁ ଅମୃତପାଲ ସିଂଙ୍କ ପାଥିବ ଶରୀରକୁ ଗାର୍ଡ ଅଫ୍ ଅନର ଦିଆଯାଇଥିବା ବେଳେ ସେନା ତରଫରୁ କୌଣସି ସମ୍ମାନ ଦିଆଯାଇନଥିଲା। ଯାହାକୁ କଂଗ୍ରେସ ଦୃଢ଼ ନିନ୍ଦା କରିଛି । ଅଗ୍ନିବୀର ଅମୃତପାଲଙ୍କୁ ଶହୀଦ ମାନ୍ୟତା ନଦେବା ଶହୀଦଙ୍କ ପ୍ରତି ଅପମାନ ବୋଲି କହିଛି କଂଗ୍ରେସ ।
ଏହା ମଧ୍ୟ ପଢନ୍ତୁ-ସେନା ଉପରେ ଅଗ୍ନିବୀର ଯୋଜନାକୁ RSS ଓ ଗୃହ ମନ୍ତ୍ରଣାଳୟ ବଳପୂର୍ବକ ଲଦିଛନ୍ତି: ରାହୁଲ ଗାନ୍ଧୀ
ହରିୟାଣାର ବରିଷ୍ଠ ନେତା ଅଭୟ ସିଂ ଚୌତାଲା ଟ୍ବିଟରରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ, ଆମେ ପ୍ରଥମରୁ କହୁଥିଲୁ ଅଗ୍ନିବୀର ଯୋଜନା ଦେଶର ଯବାନଙ୍କ ପ୍ରତି ଭଲ ନୁହେଁ । ଦେଶର ସୁରକ୍ଷା ଦେଉଥିବା ପ୍ରଥମ ଅଗ୍ନିବୀରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ସେନା ତରଫରୁ କୌଣସି ପ୍ରକାରର ସମ୍ମାନ କି ତାଙ୍କ ପାଇଁ କୌଣସି ପ୍ରକାରର ସମାରୋହ କରାଗଲା ନାହିଁ । ସେନା ବଦଳରେ ପଞ୍ଜାବ ପୋଲିସ୍ କର୍ମଚାରୀ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଯବାନଙ୍କ ମୃତଦେହକୁ ଏକ ଘରୋଇ ଆମ୍ବୁଲାନ୍ସରେ ଗ୍ରାମକୁ ଆଣିଥିଲେ । ଯେଉଁ ଦେଶରେ ଶହୀଦଙ୍କୁ ପିଢି ପରେ ପିଢି ମନେ ରଖୁଛନ୍ତି ସେଠାରେ ଏପରି ଘଟଣା ଘଟିବା ଅତ୍ୟନ୍ତ ନିନ୍ଦନୀୟ। ଏହାକୁ କୌଣସି ପ୍ରକାରେ ଗ୍ରହଣ କରାଯିବ ନାହିଁ । "କେନ୍ଦ୍ର ସରକାର ଏହାକୁ ନେଇ ସ୍ପଷ୍ଟ କରିବାକୁ ପଡିବ ଯେ, ଅଗ୍ନିବୀର ଡ୍ୟୁଟିରେ ଥିବା ବେଳେ ସେମାନଙ୍କୁ ଫୁଲ ରାଙ୍କ ଓ ସମ୍ମାନ ମିଳିବ କି ନାହିଁ ? ଯଦି ଦିଆଯିବ ତେବେ ଶହୀଦ ଅମୃତପାଲ ସିଂଙ୍କ ଙ୍କୁ କାହିଁକି ଅସମ୍ନାନ କରଗଲା। ଏଥିପାଇଁ ସରକାରଙ୍କୁ କ୍ଷମା ମାଗିବାକୁ ପଡିବ ।" କେନ୍ଦ୍ରକୁ ଟାର୍ଗେଟ୍ କରି ଏହା କହିଛି କଂଗ୍ରେସ । ତେବେ ସେନାରେ ରହି ଯବାନ ଜଣକ ଚରମ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ଶହୀଦ ସମ୍ମାନ ଦିଆଯିବ ନାହିଁ ବୋଲି ବି ସେନା ପକ୍ଷରୁ କୁହାଯାଇଛି ।
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଟ୍ୱିଟ୍ କରି କହିଛନ୍ତି ଯେ, ଶହୀଦ ଅଗ୍ନିବୀର ଅମୃତପାଲ ସିଂଙ୍କ ମୃତଦେହ ତାଙ୍କ ଗାଁ କୋଟଲି କାଲନରେ ପହଞ୍ଚିଛି । ଯେଉଁଠାରେ ସେନାର ଦୁଇ ଯବାନ ତାଙ୍କୁ ଏକ ଘରୋଇ ଆମ୍ବୁଲାନ୍ସରେ ଆଣି ମୃତଦେହ ଘରେ ଛାଡ଼ିଥିଲେ । ଗ୍ରାମବାସୀଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନୂତନ ନୀତି ଅନୁଯାୟୀ ଅଗ୍ନିବୀରଙ୍କୁ ଶହୀଦ ମାନ୍ୟତା ଦିଆଯାଇ ନାହିଁ । ତେଣୁ ସେନା ତରଫରୁ ତୋପ ସଲାମି ମଧ୍ୟ ଦିଆଯାଇ ନାହିଁ। ଏଥିପାଇଁ କେନ୍ଦ୍ର ସରକାର ଲଜ୍ଜିତ ହେବା ଉଚିତ୍ ।