ଓଡିଶା

odisha

ETV Bharat / bharat

Quake on Moon: ଚନ୍ଦ୍ରପୃଷ୍ଠରେ କମ୍ପନ ରେକର୍ଡ କଲା ‘ବିକ୍ରମ’, କାରଣ ନେଇ ଜାରି ରହିଛି ବିଶ୍ଳେଷଣ - ଲ୍ୟାଣ୍ଡର ବିକ୍ରମ

ପୂର୍ବରୁ ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠର ତାପମାତ୍ରା, ଖଣିଜ ପଦାର୍ଥ ଓ ରାସାୟନିକ ଉପାଦନର ଉପସ୍ଥିତି ନେଇ ସୂଚନା ଦେଇସାରିଛି । ଆଜି ଆଉ ଥରେ ଚନ୍ଦ୍ରପୃଷ୍ଠରେ ଗନ୍ଧକ ବା ସଲଫର ଥିବା ନେଇ ରୋଭର ଅନ୍ୟ ଏକ ବିଶ୍ଳେଷଣ ପ୍ରଣାଳୀରେ ସ୍ପଷ୍ଟ ମଧ୍ୟ କରିଛି ।

ଚନ୍ଦ୍ରାଯାନ 3 ମିଶନ
ଚନ୍ଦ୍ରାଯାନ 3 ମିଶନ

By ETV Bharat Odisha Team

Published : Aug 31, 2023, 8:31 PM IST

ବେଙ୍ଗାଲୁରୁ:ଚନ୍ଦ୍ରପୃଷ୍ଠରେ ଅନୁଭୂତ ହେଉଛି କମ୍ପନ । ଲ୍ୟାଣ୍ଡର ‘ବିକ୍ରମ’ ଲ୍ୟାଣ୍ଡିଂ କରିଥିବା ଅଞ୍ଚଳ ଆଖପାଖରେ ଅତି କ୍ଷୀଣ ମାତ୍ରାର କମ୍ପନ ଏକ ଅନୁଭୂତ ହୋଇଥିବା ରେକର୍ଡ କରିଛି । ବିକ୍ରମଠାରୁ ମିଳିଥିବା ତଥ୍ୟ ଅନୁସାରେ ଏହି କମ୍ପନ 26 ତାରିଖରେ ଘଟିଥିବା ନେଇ ଟ୍ବିଟ କରି ସୂଚନା ଦେଇଛି ଇସ୍ରୋ । ଚନ୍ଦ୍ରଯାନ-3 ଲ୍ୟାଣ୍ଡର ‘ବିକ୍ରମ’ରେ ଚନ୍ଦ୍ରପୃଷ୍ଠ ଭୂକମ୍ପ କାର୍ଯ୍ୟକଳାପ ଇନଷ୍ଟ୍ରୁମେଣ୍ଟ (ILSA) ପେଲୋଡ୍ ଇନଷ୍ଟଲ କରାଯାଇଛି । ଏହା ମାଇକ୍ରୋ ଇଲେକ୍ଟ୍ରୋ ମେକାନିକାଲ୍ ସିଷ୍ଟମ୍ (MEMS) ଟେକ୍ନୋଲୋଜି ଆଧାରିତ ଏକ ଶକ୍ତିଶାଳୀ କମ୍ପନ ବିଶ୍ଳେଷଣ ପେଲୋଡ । ଏହା ରୋଭରର ଗତିବିଧି ଏବଂ ଅନ୍ୟାନ୍ୟ କାରଣ ପାଇଁ ସୃଷ୍ଟି ହେଉଥିବା କମ୍ପନକୁ ଅନୁଧ୍ୟାନ କରିବା ପାଇଁ ସକ୍ଷମ ।

ଇସ୍ରୋ ଦ୍ବାରା ଲ୍ୟାଣ୍ଡର ବିକ୍ରମରେ ଇନଷ୍ଟଲ ହୋଇଥିବା ILSA ପେଲୋଡ ଅତି କ୍ଷୀଣ କମ୍ପନ ବିଶ୍ଳେଷଣ କରିବାରେ ସକ୍ଷମ । ଏହାକୁ ମାଇକ୍ରୋ ଇଲୋକ୍ଟ୍ରୋ ମେକାନିକାଲ ସିଣ୍ଟମ (MEMS) ଆଧାରରେ ବିକଶିତ କରାଯାଇଛି । ଏହା ବିଶେଷ ଭାବେ ଚନ୍ଦ୍ରପୃଷ୍ଠରେ ହେଉଥିବା ସାମାନ୍ୟରୁ ଅତି ସାମାନ୍ୟ ଧରଣର କମ୍ପନକୁ ମଧ୍ୟ ଅନୁଧ୍ୟାନ କରିପାରିବ । ରୋଭର ‘ପ୍ରଜ୍ଞାନ’ର ବିଚରଣ ଓ କାର୍ଯ୍ୟ ପ୍ରକ୍ରିୟା ପାଇଁ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହେଉଥିବା କମ୍ପନକୁ ମଧ୍ୟ ଲ୍ୟାଣ୍ଡର ଏହି ପେଲୋଡ ମାଧ୍ୟମରେ ରେକର୍ଡ କରିଛି । ହେଲେ 26 ତାରିଖରେ ସୃଷ୍ଟି ହୋଇଥିବା ଅନ୍ୟ ଏକ କମ୍ପନ ଚନ୍ଦ୍ରପୃଷ୍ଠରେ ସ୍ବାଭାବିକ ପ୍ରକ୍ରିୟାରେ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ଯାହାର ବିଶ୍ଳେଷଣ ଏବେ ଜାରି ରହିଛି ।

ILSA ରେ ମୋଟ 6ଟି ଉଚ୍ଚ-ସମ୍ବେଦନଶୀଳ ଆକ୍ସିଲେରୋମିଟରର ବ୍ୟବହୃତ ହୋଇଛି । ILSA ର ମୂଳ ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରପୃଷ୍ଠର ପ୍ରାକୃତିକ ଭୂକମ୍ପ, ପ୍ରଭାବ ଓ କୃତ୍ରିମ ଘଟଣା ଦ୍ବାରା ସୃଷ୍ଟି ହେଉଥିବା ଭୂତଳ କମ୍ପନକୁ ଅନୁଧ୍ୟାନ କରିବା । କମ୍ପନର କାରଣ, ମାତ୍ରା ଓ ପ୍ରଭାବ ସମ୍ପର୍କରେ ଏହା ଗଭୀର ଭାବେ ଅନୁଧ୍ୟାନ କରି ତଥ୍ୟ ସଂଗ୍ରହ କରିବାରେ ସକ୍ଷମ । ଅଗଷ୍ଟ 26 ତାରିଖରେ ରେକର୍ଡ ହୋଇଥିବା ଏକ କମ୍ପନ, କୌଣସି କୃତ୍ରିମ ଘଟଣା କିମ୍ବା ରୋଭରର ବିଚରଣ ପାଇଁ ନୁହେଁ ବରଂ ଚନ୍ଦ୍ରପୃଷ୍ଠରେ ପ୍ରାକୃତିକ ଭାବେ ସୃଷ୍ଟି ହୋଇଥିବା ଇସ୍ରୋ ଅନୁମାନ କରୁଛି ।

ଏହା ମଧ୍ୟ ପଢନ୍ତୁ:-Pragyan rover new information: ଚନ୍ଦ୍ରପୃଷ୍ଠରେ ମିଳିଲା ସଲଫର, ଇସ୍ରୋ ଫୋକସରେ ଏବେ ହାଇଡ୍ରୋଜେନ

ଏହା ପୂର୍ବରୁ ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠର ତାପମାତ୍ରା, ଖଣିଜ ପଦାର୍ଥ ଓ ରାସାୟନିକ ଉପାଦନର ଉପସ୍ଥିତି ନେଇ ସୂଚନା ଦେଇସାରିଛି । ଆଜି ଆଉ ଥରେ ଚନ୍ଦ୍ରପୃଷ୍ଠରେ ଗନ୍ଧକ ବା ସଲଫର ଥିବା ନେଇ ରୋଭର ଅନ୍ୟ ଏକ ବିଶ୍ଳେଷଣ ପ୍ରଣାଳୀରେ ସ୍ପଷ୍ଟ ମଧ୍ୟ କରିଛି । ସେହିପରି ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁର ତାପମାତ୍ରା-10 ଡିଗ୍ରୀରୁ 50 ଡିଗ୍ରୀ ମଧ୍ୟରୁ ରହୁଥିବା ରୋଭର ପୂର୍ବରୁ ତଥ୍ୟ ଦେଇସାରିଛି । ଏବେ କମ୍ପନକୁ ନେଇ ପ୍ରାଥମିକ ତଥ୍ୟ ମିଳିବା ପରେ ଅଧିକ ବିଶ୍ଳେଷଣ ଜାରି ରଖିଛି ଇସ୍ରୋ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details