ଓଡିଶା

odisha

ETV Bharat / bharat

Kerala: ପଦ୍ମନାଭ ସ୍ବାମୀ ମନ୍ଦିର ଉପରେ ଉଡିବନି ହେଲିକପ୍ଟର, DGCAକୁ କେରଳ ପୋଲିସର ସୁପାରିଶ

କେରଳର ପ୍ରସିଦ୍ଧ ପଦ୍ମନାଭ ସ୍ବାମୀ ମନ୍ଦିର ଉପରେ ହେଲିକପ୍ଟର ଉଡାଣକୁ ବ୍ୟାନ କରିବା ପାଇଁ DGCA କୁ ଚିଠି ଲେଖିଲା କେରଳ ପୋଲିସ । 28 ତାରିଖରେ 5ଥର ଚକ୍କର କାଟିଥିଲା ଏକ ଘରୋଇ ହେଲିକପ୍ଟର । ଅଧିକ ପଢନ୍ତୁ

ପଦ୍ମନାଭ ସ୍ବାମୀ ମନ୍ଦିର ଉପରେ ଉଡିବନି ହେଲିକପ୍ଟର, DGCA କୁ ସୁପାରିଶ କେରଳ ପୋଲିସ
ପଦ୍ମନାଭ ସ୍ବାମୀ ମନ୍ଦିର ଉପରେ ଉଡିବନି ହେଲିକପ୍ଟର, DGCA କୁ ସୁପାରିଶ କେରଳ ପୋଲିସ

By

Published : Aug 5, 2023, 10:30 PM IST

Updated : Aug 5, 2023, 10:36 PM IST

ଥିରୁଅନନ୍ତପୁରମ୍:କେରଳର ରାଜଧାନୀ ଥିରୁଅନନ୍ତପୁରମରେ ଥିବା ବିଶ୍ବପ୍ରସିଦ୍ଧ ଶ୍ରୀ ପଦ୍ମନାଭ ସ୍ବାମୀ ମନ୍ଦିର ଉପରେ ଗତମାସ (ଜୁଲାଇ) 28 ତାରିଖରେ ଏକ ଘରୋଇ ହେଲିକପ୍ଟର ଏକାଧିକ ଥର ଉଡାଣ ଭରିଥିବା ଦେଖିବାକୁ ମିଳିଥିଲା । ପ୍ରାୟ 5 ଥର ମନ୍ଦିର ଉପରେ ଚକ୍କର ମାରିଥିଲା ଏହି ଅନଧିକୃତ ହେଲିକପ୍ଟରଟି । ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା ।

ଏକାଧିକ ହିନ୍ଦୁ ସଂଗଠନ ଏବଂ ମନ୍ଦିର ପରିଚାଳନା ବୋର୍ଡ ବିଶ୍ବର ଏହି ସର୍ବାଧିକ ବୈଭବଶାଳୀ ମନ୍ଦିରରେ ସୁରକ୍ଷା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ମନ୍ଦିର ପରିଚାଳନା ସଂସ୍ଥାର ସଦସ୍ୟ କେ.ରାଜଶେଖରନ ଏହି ଘଟଣାକୁ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଯାଞ୍ଚ ପାଇଁ ଦାବି କରିଥିଲେ । ଆଜି ଏହି ପ୍ରସଙ୍ଗରେ କେରଳ ପୋଲିସ ମନ୍ଦିର ଉପରେ ହେଲିକପ୍ଟର ଉଡାଣକୁ ସମ୍ପୂର୍ଣ୍ଣ ବ୍ୟାନ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଉଡାଣ ମନ୍ତ୍ରଣାଳୟକୁ ସୁପାରିଶ କରିଛି ।

ଏହି ଘଟଣାକୁ ଦୃଷ୍ଟିରେ ରଖି ଥିରୁଅନନ୍ତପୁରମ୍ ସିଟି ପୋଲିସ କମିଶନର ସି.ଏଚ ନାଗରାଜୁ ଶ୍ରୀ ପଦ୍ମନାଭ ସ୍ବାମୀ ମନ୍ଦିର ଉପରେ ହେଲିକପ୍ଟର ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ ପତ୍ର ପଠାଇଛନ୍ତି । ବିଶ୍ବର ସର୍ବାଧିକ ଧନୀ ମନ୍ଦିର ଭାବେ ଜଣାଶୁଣା ଭଗବାନ ବିଷ୍ଣୁଙ୍କର ଏହି ପ୍ରସିଦ୍ଧ ମନ୍ଦିର ଉପରେ ଏବେ ବିମାନ ଓ ହେଲିକପ୍ଟର ଉଡାଣ ଉପରେ କୌଣସି କଟକଣା ନାହିଁ । ବିମାନ ଖୁବ ଉଚ୍ଚତାରେ ଉଡୁଥିବା ବେଳେ ସେଥିପ୍ରତି କୌଣସି ଆଶଙ୍କା ପ୍ରାୟତଃ ନଥାଏ । ହେଲେ ମନ୍ଦିର ଉପରେ ଓ ଏହାର ଆଖପାଖ ଅଞ୍ଚଳରେ ଡ୍ରୋନ ଉଡାଇବା ଉପରେ କଟକଣା ରହିଛି । ନିକଟରେ ଏକ ଘରୋଇ ହେଲିକପ୍ଟର ମନ୍ଦିର ଉପରେ ବାରମ୍ବାର ଉଡାଣ ଭରିବା ସମସ୍ତଙ୍କୁ ଚକିତ କରିବା ସହ ମନ୍ଦିରର ସୁରକ୍ଷା ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।

ଏହା ମଧ୍ୟ ପଢନ୍ତୁ:- ପଦ୍ମନାଭ ସ୍ବାମୀ ମନ୍ଦିର ବିବାଦ: ପରିଚାଳନା କମିଟିରେ ସଦସ୍ୟ ରହିବେ ରାଜ ପରିବାର

ଜୁଲାଇ 28 ତାରିଖରେ ସଂଧ୍ୟା ପ୍ରାୟ 7ଟା ସମୟରେ ଏକ ଘରୋଇ ହେଲିକପ୍ଟର ଶ୍ରୀ ପଦ୍ମନାଭ ସ୍ବାମୀ ମନ୍ଦିର ଉପରେ 5 ଥର ଚକ୍କର କାଟିଥିଲା । ହେଲିକପ୍ଟରଟି ବାରମ୍ବାର ମନ୍ଦିର ଉପରେ ଉଡିବା ପରେ ସ୍ଥାନୀୟ ପୋଲିସ ତୁରନ୍ତ ଥିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନ ବନ୍ଦର ଏୟାର ଟ୍ରାଫିକ କଣ୍ଟ୍ରୋଲ ଓ ଦକ୍ଷିଣ ବାୟୁସେନା କମାଣ୍ଡ ସହିତ ଯୋଗାଯୋଗ କରିଥିଲା । ପରେ ଏହି ହେଲିକପ୍ଟରଟି ଏକ ଘରୋଇ ଆଭିଏସନ କମ୍ପାନୀର ହୋଇଥିବା ପୋଲିସ ଟିମକୁ ବିମାନ ବନ୍ଦର କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ । ତେବେ ମନ୍ଦିର ଉପରେ ହେଲିକପ୍ଟର ଉଡାଣ ନେଇ ପୂର୍ବରୁ ସେମିତି କିଛି ପ୍ରତିବନ୍ଧକ ନଥିବା କାରଣରୁ ସମ୍ପୃକ୍ତ ଘରୋଇ ହେଲିକପ୍ଟର ସଂସ୍ଥା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରାଯାଇନଥିଲା । ଏବେ କେରଳ ପୋଲିସ ମନ୍ଦିର ଉପରେ ହେଲିକପ୍ଟର ଉଡାଣକୁ ପ୍ରତିବନ୍ଧିତ କରିବା ପାଇଁ DGCA କୁ ସୁପାରିଶ କରିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 5, 2023, 10:36 PM IST

ABOUT THE AUTHOR

...view details