ଓଡିଶା

odisha

ETV Bharat / bharat

Uttarakhand CM: ପୁଷ୍କର ସିଂ ଧାମି ପୁଣି ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି । ଅଧିକ ପଢନ୍ତୁ

By

Published : Mar 21, 2022, 5:50 PM IST

ଧାମି ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
ଧାମି ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦ ନେଇ ଲାଗି ରହିଥିବା ଚର୍ଚ୍ଚରେ ପୂର୍ଣ୍ଣଚ୍ଛେଦ ପଡିଛି । ବର୍ତ୍ତମାନର କାମଚଳା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ହେବେ ନୂତନ ମୁଖ୍ୟମନ୍ତ୍ରୀ । ଆଜି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଧାମିଙ୍କ ନାମରେ ମୋହର ଲାଗିଛି ।

ତେବେ ମୁଖ୍ୟମନ୍ତ୍ରୀ ପଦ ନେଇ ଚିତ୍ର ସ୍ପଷ୍ଟ ହେବା ପରେ ଆସନ୍ତା 23ରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇପାରେ । ଧାମିଙ୍କ ନେତୃତ୍ବରେ ଦଳ ଚଳିତ ବିଧାନସଭା ନିର୍ବାଚନ ଲଢିଥିବାବେଳେ ନିଜେ ଧାମି କିନ୍ତୁ ନିର୍ବାଚନ ହାରି ଯାଇଥିଲେ । ଧାମିଙ୍କ ହାର ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ଦ୍ବନ୍ଦ ଆରମ୍ଭ ହୋଇଥିଲା । ଆଜି ତାହାର ଅନ୍ତ ଘଟିବା ସହ ଧାମିଙ୍କୁ ପୁଣି ଭରସା କରିଛି ଦଳ । ତେବେ ସେ ନିର୍ବାଚନରେ ଖତିମା ଆସନରୁ ହାରିଯାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details