ହାଇଦ୍ରାବାଦ:ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ଆୟୋଜନ ନେଇ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ପୂର୍ବରୁ ପ୍ରଶ୍ନ ଉଠାଇ ସାରିଛନ୍ତି । ସେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁନାହାନ୍ତି ବୋଲି ମଧ୍ୟ ସ୍ପଷ୍ଟ କରିସାରିଛନ୍ତି । ହେଲେ ଏହି ପ୍ରସଙ୍ଗରେ 4 ପୀଠର ଶଙ୍କରାଚାର୍ଯ୍ୟଙ୍କ ମଧ୍ୟରେ ମତଭେଦ ଥିବା ଖବରକୁ ସେ ଖଣ୍ଡନ କରିଛନ୍ତି । ଏହି ପ୍ରସଙ୍ଗରେ ସମସ୍ତ ଶଙ୍କରାଚାର୍ଯ୍ୟଙ୍କ ରାୟ ଏକ ବୋଲି କହିବା ସହ ମତଭେଦ ଚର୍ଚ୍ଚାକୁ ଭୁଲ ପ୍ରଚାର ବୋଲି କହିଛନ୍ତି । ପ୍ରାଣପ୍ରତିଷ୍ଠା ଉତ୍ସବ ଶାସ୍ତ୍ର ସମ୍ମତ ଭାବେ ହେଉ ବୋଲି ସମସ୍ତ 4 ଶଙ୍କରାଚାର୍ଯ୍ୟଙ୍କ ଇଚ୍ଛା । ପ୍ରକ୍ରିୟା ଶାସ୍ତ୍ରସମ୍ମତ ବିଧି ଅନୁସାରେ ନହେଲେ ଏହାର କୁପ୍ରଭାବ ପଡିବ ବୋଲି ମଧ୍ୟ ବୋଲି ସ୍ବାମୀଜୀ କହିଛନ୍ତି ।
ନିକଟରେ ସେମଧ୍ୟ ପ୍ରଦେଶ ରତଲାମରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ସେ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଉତ୍ତର ରଖି ଏହି କ୍ଷୋଭ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ବିଗ୍ରହ ସ୍ପଷ୍ଟ କରି ଏହାର ସ୍ଥାପନା କରିବେ, ସେ କ’ଣ କାର୍ଯ୍ୟକ୍ରମରେ କରତାଳି ମାରିବେ ବୋଲି କହିଥିଲେ ଗୁରୁଜୀ । ପ୍ରଭୁ ଶ୍ରୀରାମଙ୍କର ପ୍ରାଣପ୍ରତିଷ୍ଠା ପ୍ରକ୍ରିୟା ସମ୍ପୂର୍ଣ୍ଣ ଶାସ୍ତ୍ର ସମ୍ମତ ବିଧି ଦ୍ବାରା ହେବା ଉଚିତ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ବିଗ୍ରହ ସ୍ପର୍ଶ କରାଯିବା ସମ୍ପୂର୍ଣ୍ଣ ଅନୁଚିତ । ତାଙ୍କ ପଦର କିଛି ଗରିମା ରହିଛି । ତେଣୁ ସେ ଏହି ବ୍ୟତିକ୍ରମର ସାକ୍ଷୀ ହୋଇପାରିବେ ନାହିଁ । ତେଣୁ ସେ କାର୍ଯ୍ୟକ୍ରମକୁ ଯାଉନାହାନ୍ତି ବୋଲି କହିଥିଲେ । ତାଙ୍କୁ ମାତ୍ର ଜଣେ ସହଯୋଗୀଙ୍କ ସହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି । ମାତ୍ର ସେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ଅଯୋଧ୍ୟା ଯାଉନାହାନ୍ତି ବୋଲି ସ୍ପଷ୍ଟ କରିସାରିଛନ୍ତି ।