ଓଡିଶା

odisha

ETV Bharat / bharat

Punjab poll: ଦୁଇଟି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ ଚନ୍ନି - ପଞ୍ଜାବରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥା ତାଲିକା

ଦୁଇଟି ଆସନରୁ ନିର୍ବାଚନ ଲଢିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି । ତୃତୀୟ ପର୍ଯ୍ୟାୟ ତାଲିକାରେ ଚନ୍ନିଙ୍କୁ ସ୍ଥାନ ଦେଇଛି ଦଳ । ପୁଣି ତେଜିବାରେ ଲାଗିଲା ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚର୍ଚ୍ଚା । ଅଧିକ ପଢନ୍ତୁ

Punjab poll: ଦୁଇଟି ଆସନରୁ ଲଢବେ ମୁଖ୍ୟମନ୍ତ୍ରୀ ଚନ୍ନି
Punjab poll: ଦୁଇଟି ଆସନରୁ ଲଢବେ ମୁଖ୍ୟମନ୍ତ୍ରୀ ଚନ୍ନି

By

Published : Jan 30, 2022, 8:12 PM IST

ନୂଆଦିଲ୍ଲୀ:ଦୁଇଟି ଆସନରୁ ନିର୍ବାଚନ ଲଢିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିିିଂ । ଆଜି କଂଗ୍ରେସ ଜାରି କରିଥିବା ତୃତୀୟ ପର୍ଯ୍ୟାୟ ତାଲିକାରେ ମଧ୍ୟ ଚନ୍ନିଙ୍କ ନାମ ଘୋଷଣା କରାଯାଇଛି । ପୂର୍ବରୁ ଚମକୌର ସାହିବ ଆସନରୁ ବିଧାନସଭା ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଚନ୍ନି ଦ୍ବିତୀୟ ଆସନ ଭାବେ ଭଦୌର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ନିଷ୍ପତ୍ତି ନେଇଛି ।

ଆଜି କଂଗ୍ରେସ ତୃତୀୟ ପର୍ଯ୍ୟାୟ ତାଲିକାରେ ଆଠ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ଏହି ତାଲିକା ପ୍ରକାଶ ପାଇବା ପରେ ପଞ୍ଜାବ ବିଧାନସଭା ନିର୍ବାଚନର ଅନ୍ୟତମ ପ୍ରମୁଖ ପ୍ରତିଦ୍ବନ୍ଦୀ ଭାବେ ମୈଦାନରେ ଥିବା ଆପ ମୁଖ୍ୟ କେଜ୍ରିଓ୍ବାଲ କଂଗ୍ରେସକୁ ସମାଲୋଚନା କରିଛନ୍ତି । ପୂର୍ବରୁ ଏମତି କିଛି ହୋଇପାରେ ବୋଲି ମଧ୍ୟ ପୂର୍ବନୂମାନ କରି କେଜ୍ରିଓ୍ବାଲ କହିଥିଲେ, ଚନ୍ନି ଚମକୌର ସାହିବ ଆସନରୁ ନିର୍ବାଚନ ହାରିବାକୁ ଯାଉଛନ୍ତି । ଆଜି କଂଗ୍ରେସ ଦୁଇଟି ଆସନରୁ ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରାଇବ ବୋଲି ଘୋଷଣା କରିବା ପରେ ଆପର ଆକଳନ ସଠିକ ଥିଲା ବୋଲି ଟ୍ବିଟ କରି କହିଛନ୍ତି କେଜ୍ରିଓ୍ବାଲ ।

ତେବେ ପଞ୍ଜାବ କଂଗ୍ରେସରେ କ୍ଷମତା କନ୍ଦଳ କିଛି ନୂଆ ପ୍ରସଙ୍ଗ ନୁହେଁ । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁଙ୍କ ସହ ବିବାଦ ହେତୁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଦ ଛାଡିଥିଲେ । ତେବେ ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ କନ୍ଦଳ ମଧ୍ୟ ଲାଗି ରହିଛି ।

ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସ୍ପଷ୍ଟ ହେବା ନେଇ ରାହୁଲ ଗାନ୍ଧି କହିସାରିଥିବା ବେଳେ ପ୍ରଦେଶ କଂଗ୍ରେସ ମୁଖ୍ୟ ସିଦ୍ଧୁ ମଧ୍ୟ ଆଶାୟୀ ତାଲିକାରେ ରହିଛନ୍ତି । ତେବେ ଆଜି ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଦୁଇ ଆସନରୁ ନିର୍ବାଚନ ଲଢିବା ନିଷ୍ପତ୍ତି ପରେ କଂଗ୍ରେସ ଶିବିରର ସମୀକରଣ ବଦଳିବାରେ ଲାଗିଥିବା ପରି ଅନୁମେୟ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details