ଓଡିଶା

odisha

By

Published : May 29, 2022, 7:40 PM IST

Updated : May 29, 2022, 9:17 PM IST

ETV Bharat / bharat

କଂଗ୍ରେସ ନେତା ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କୁ ଗୁଳି କରି ହତ୍ୟା, 2 ବନ୍ଧୁ ଗୁରୁତର

ପ୍ରଖ୍ୟାତ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କୁ ଗୁଳିକରି ହତ୍ୟା । ଅନ୍ୟ 2 ସହଯୋଗୀ ମଧ୍ୟ ଗୁରୁତର । ଗୋଟିଏ ଦିନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନେଇଥିଲେ ମାନ ସରକାର । ଅଧିକ ପଢନ୍ତୁ

କଂଗ୍ରେସ ନେତା ଗାୟକ ସିଦ୍ଧୁ ମୁସେଓ୍ବାଲେଙ୍କୁ ଗୁଳି କରି ହତ୍ୟା, 2 ବନ୍ଧୁ ଆହତ
କଂଗ୍ରେସ ନେତା ଗାୟକ ସିଦ୍ଧୁ ମୁସେଓ୍ବାଲେଙ୍କୁ ଗୁଳି କରି ହତ୍ୟା, 2 ବନ୍ଧୁ ଆହତ

ଚଣ୍ଡିଗଡ:ପ୍ରଖ୍ୟାତ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କୁ ଗୁଳିକରି ହତ୍ୟା । ଆଜି (ରବିବାର) ଅପରାହ୍ନରେ ପଞ୍ଜାବର ମାନସା ନିକଟରେ ଅଜଣା ଦୁର୍ବୃତ୍ତ ସିଦ୍ଧୁଙ୍କୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଅନ୍ୟ ଏକ ବଡ କଥା ହେଉଛି, ତାଙ୍କୁ ପୂର୍ବରୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥା ପଞ୍ଜାବର ମାନ ସରକାର ପ୍ରତ୍ୟାହାର କରି ନେବାର ଗୋଟିଏ ଦିନ ପରେ ଗୁଳି ମାଡରେ ପ୍ରାଣ ହରାଇଛନ୍ତି ସିଦ୍ଧୁ ।

ତେବେ ସିଦ୍ଧୁଙ୍କ ସମେତ 3 ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅନ୍ୟ 2 ଜଣଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତବର୍ଷ କଂଗ୍ରେସରେ ସାମିଲ ହୋଇଥିଲେ ସିଦ୍ଧୁ ।

କଂଗ୍ରେସ ନେତା ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କୁ ଗୁଳି କରି ହତ୍ୟା, 2 ବନ୍ଧୁ ଗୁରୁତର
Last Updated : May 29, 2022, 9:17 PM IST

ABOUT THE AUTHOR

...view details