ଓଡିଶା

odisha

ETV Bharat / bharat

ଲାଲକିଲ୍ଲା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ସଡକ ଦୁର୍ଘଟଣାରେ ମୃତ - ଦୀପ ସିଦ୍ଧୁ ମୃତ

ଲାଲକିଲ୍ଲା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ସଡକ ଦୁର୍ଘଟଣାରେ ମୃତ । ଅଧିକ ପଢନ୍ତୁ

ଦିଲ୍ଲୀ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଦ୍ବୀପ ସିଦ୍ଧୁ ସଡକ ଦୁର୍ଘଟଣାରେ ମୃତ
ଦିଲ୍ଲୀ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଦ୍ବୀପ ସିଦ୍ଧୁ ସଡକ ଦୁର୍ଘଟଣାରେ ମୃତ

By

Published : Feb 15, 2022, 10:21 PM IST

Updated : Feb 15, 2022, 10:37 PM IST

ଚଣ୍ଡିଗଡ: ପଞ୍ଜାବୀ ଚଳଚ୍ଚିତ୍ର ଅଭିନେତା ତଥା କୃଷକ ଆନ୍ଦୋଳନବେଳେ ଲାଲକିଲ୍ଲାରେ ହୋଇଥିବା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । କୁଣ୍ଡଲି ମାନସର ପାଲୱାଲ ଏକ୍ସପ୍ରେସୱେରେ ଏହି ଦୁର୍ଘଟଣାରେ ସିଦ୍ଧୁ ପ୍ରାଣ ହରାଇଥିବା ସୂଚନା ଦେଇଛି ସୋନିପତ ପୋଲିସ ।

ଗତବର୍ଷ (2021) ସାଧାରଣତନ୍ତ୍ର ଦିବସସରେ କୃଷକ ଆନ୍ଦୋଳନବେଳେ ଲାଲକିଲ୍ଲାରେ ହୋଇଥିବା ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲେ ସିଦ୍ଧୁ । ହିଂସା ପରେ ସିଦ୍ଧୁ ଫେରାର ହୋଇଯାଇଥିବା ବେଳେ ସେହିବର୍ଷ ଫେବୃଆରୀ 9 ତାରିଖରେ ହରିୟାଣାର କର୍ଣ୍ଣଲ ବାଇପାସ ନିକଟରୁ ତାଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ପରେ ଘଟଣାଦିନର ଭିଡିଓରୁ ସିଦ୍ଧୁ ଘଟଣାସ୍ଥଳରେ ଥିବା ସହ ବାଡି ଓ ଅନ୍ୟ ମାରଣାସ୍ତ୍ର ଦ୍ବାରା ହିଂସାକୁ ପ୍ରୋତ୍ସାହିତ କରୁଥିବା କହିବା ସହ, ସେ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ମଧ୍ୟ ପୋଲିସ ଦର୍ଶାଇଥିଲା । କିଛି ଦିନ ଜେଲରେ ରହିବା ପରେ ସେ ଜାମିନ ପାଇ ବାହାରକୁ ଆସିଥିଲେ ।

ତେବେ ଆଜି ହରିୟାଣାର ସୋନିପତ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ସିଦ୍ଧୁଙ୍କ ମୃତ୍ୟୁ ହୋଇଥିବା ସୋନିପତ ପୋଲିସ ସୂଚନା ଦେଇଛି । କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 15, 2022, 10:37 PM IST

ABOUT THE AUTHOR

...view details