ଚଣ୍ଡିଗଡ଼:ପିଲାର୍ ନିର୍ମାଣ କାମ ଚାଲିଥିବା ବେଳେ ଘଟିଲା ଅଘଟଣ । ବୋରଓ୍ବେଲ ଭିତରେ ଫସିଗଲେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ । 60 ଫୁଟ ଗଭୀର ବୋରଓ୍ବେଲ ଭତରକୁ ଗଳି ପଡ଼ିଲେ କର୍ମଚାରୀ । ପଞ୍ଜାବ ଜଳନ୍ଧରପୁରର କର୍ତାରପୁର ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି । ଯେଉଁଠାରେ ଦିଲ୍ଲୀ-କତ୍ରା ଏକ୍ସପ୍ରେସଓ୍ବେର ପ୍ରକଳ୍ପ କାମ ଚାଲିଥିବା ବେଳେ ମାଟି ଅତଡ଼ା ଖସି ପଡ଼ିବାରୁ କର୍ମଚାରୀ ଜଣଙ୍କ 60 ଫୁଟ ବୋରଓ୍ବେଲ ଭତରକୁ ଖସି ପଡ଼ିଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ 10ଟା ସମୟରେ କପୁରଥାଲା-କର୍ତାରୱପୁୱର ଷ୍ଟ୍ରେଚ୍ ଏକ୍ସପ୍ରେସ୍ଓ୍ବେ ପ୍ରକଳ୍ପର ଏକ ପିଲର୍ ନିର୍ମାଣ କରିବା ପାଇଁ ଏକ ବୋରଓ୍ବେଲ ଖୋଳା ଯାଉଥିଲା । ଏହି ସମୟରେ ବୋରଓ୍ବେଲ ଖୋଳୁଥିବା ମେସିନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ମେସିନ୍ରେ ଦେଖାଦେଇଥିବା ତ୍ରୁଟିକୁ ମରାମତି କରିବା ପାଇଁ ଦୁଇଜଣ କର୍ମଚାରୀ ତଳକୁ ଓହ୍ଲାଇଥିଲେ । ତେବେ ମେସିନକୁ ମରାମତି କରୁଥିବା ବେଳେ ହଠାତ ସେମାନଙ୍କ ଉପରେ ମାଟି ଅତଡା଼ ଖସିପଡ଼ିଥିଲା । ଏଥିରୁ ଜଣେ କର୍ମଚାରୀ କୌଣସି ପ୍ରକାରେ ବାହାରକୁ ଆସିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ କର୍ମଚାରୀ ଜଣକ ଖୋଳା ଯାଇଥିବା 60 ଫୁଟ ଗଭୀର ଗାତ ଭିତରକୁ ଖସି ପଡ଼ିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...Vidisha Borewell case: ଉଦ୍ଧାର ଅପରେସନ ଶେଷ, ହସ୍ପିଟାଲରେ ଭର୍ତ୍ତି ହେଲା ଶିଶୁକନ୍ୟା