ଓଡିଶା

odisha

By

Published : Mar 22, 2022, 8:40 PM IST

ETV Bharat / bharat

ମାନ ସରକାରଙ୍କ ବଡ ଘୋଷଣା, ସ୍ଥାୟୀ ନିଯୁକ୍ତି ପାଇବେ ୩୫ ହଜାର ଠିକା ସରକାରୀ କର୍ମଚାରୀ

ପଞ୍ଜାବ ସରକାରଙ୍କ ବଡ ଘୋଷଣା । ସ୍ଥାୟୀ ନିଯୁକ୍ତି ପାଇବେ ରାଜ୍ୟର ବର୍ଗ-C ଓ D ର ୩୫ ହଜାର ଠିକା ସରକାରୀ କର୍ମଚାରୀ । ପ୍ରକ୍ରିୟା ଆରମ୍ଭ ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ । ଅଧିକ ପଢନ୍ତୁ

ମାନ ସରକାରଙ୍କ ବଡ ଘୋଷଣା, ସ୍ଥାୟୀ ନିଯୁକ୍ତି ପାଇବେ 35,000 ଠିକା କର୍ମଚାରୀ
ମାନ ସରକାରଙ୍କ ବଡ ଘୋଷଣା, ସ୍ଥାୟୀ ନିଯୁକ୍ତି ପାଇବେ 35,000 ଠିକା କର୍ମଚାରୀ

ଚଣ୍ଡିଗଡ:ନିଯୁକ୍ତି କ୍ଷେତ୍ରରେ ପୁଣି ମାନ ସରକାରଙ୍କ ବଡ ନିଷ୍ପତ୍ତି । ରଜ୍ୟରେ ବର୍ଗ-ତୃତୀୟ ଓ ଚଥୁର୍ଥ (Group C and Group D) ରେ ଠିକାରେ କାର୍ଯ୍ୟରତ ଥିବା ୩୫ହଜାର କର୍ମଚାରୀଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି । ଖୁବ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବା ନେଇ ପଞ୍ଜାବ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଟ୍ବିଟ କରି ସୂଚନା ଦେଇଛନ୍ତି ।

ରାଜ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ବର୍ଗ-ସି ରେ ଅଧିକାଂଶ କ୍ଲରିକାଲ କର୍ମଚାରୀ ଭାବେ କାମ କରୁଥିବାବେଳେ ବର୍ଗ-ଡି ରେ ମେଣ୍ଟେନାନ୍ସ ଓ ଶ୍ରମିକ ଶ୍ରେଣୀର କର୍ମଚାରୀ କାମ କରୁଛନ୍ତି । ଏହି ଦୁଇବର୍ଗରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୩୫ ହଜାର ପାଖାପାଖି । ତେବେ ଏମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁପ୍ରକ୍ରିୟା ଆରମ୍ଭ କରିବା ତଥା ଡ୍ରାଫ୍ଟ ପ୍ରସ୍ତୁତି ପାଇଁ ପଞ୍ଜାବ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆସରିଛି ।

କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ନିଯୁକ୍ତି ସମ୍ପର୍କିତ ବଡ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମାନ । ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡିଥିବା ପ୍ରାୟ ୨୫ହଜାର ପଦବୀ ପୂରଣ ପ୍ରସ୍ତାବକୁ କ୍ୟାବିନେଟ ମୋହର ମିଳିଥିଲା । କେବଳ ୧୦ହଜାର ପଦବୀ ପୋଲିସ ବିଭାଗରେ ପୂରଣ ହେବାକୁ ଥିବାବେଳେ ଅନ୍ୟ ସରକାରୀ ବିଭାଗରେ ଖାଲିଥିବା ୧୫ହଜାର ପଦବୀ ପୂରଣ ହେବ । ତେବେ ଉକ୍ତ ଘୋଷଣା ପରେ ଏବେ ଠିକା କର୍ମଚାରୀଙ୍କ ପାଇଁ ବଡ ଖବର ଆଣିଛନ୍ତି ମାନ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details