ଓଡିଶା

odisha

ETV Bharat / bharat

Punjab Result: ପଞ୍ଜାବ ପଲିଟିକ୍ସରେ କଂଗ୍ରେସ ଫ୍ଲପ୍ ! କ୍ୟାପଟେନଙ୍କ ଉପରେ ଦୋଷ ଲଦିଲା ଦଳ - ପଞ୍ଜାବ ଫଳାଫଳ ଅପଡେଟ

ଆରମ୍ଭ ହେଲେ କଂଗ୍ରେସ ପରାଜୟର ମାନସ ମନ୍ଥନ । ସୋନିଆଙ୍କ ନେତୃତ୍ବରେ ବସିବ ଉଚ୍ଚସ୍ତରୀୟ ବୈଠକ । କଂଗ୍ରେସ କହିଲା ପଞ୍ଜାବରେ କ୍ୟାପଟେନଙ୍କ କୁଶାସନର ପ୍ରତିଫଳନ । ଅଧିକ ପଢନ୍ତୁ

କ୍ୟାପଟେନଙ୍କ ଉପରେ ଦୋଷ ଲଦିଲା ଦଳ
କ୍ୟାପଟେନଙ୍କ ଉପରେ ଦୋଷ ଲଦିଲା ଦଳ

By

Published : Mar 10, 2022, 7:17 PM IST

ନୂଆଦିଲ୍ଲୀ:ଚଳିତ ୫ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । କୌଣସି ପ୍ରଦେଶରେ ସରକାର ଗଠନ ତ ଦୂରର କଥା କ୍ଷମତାରେ ଥିବା ପଞ୍ଜାବକୁ ମଧ୍ୟ ହାତଛଡା କରିବାକୁ ବାଧ୍ୟ ହୋଇଛି ଦଳ । ଏପରି ଶୋଚନୀୟ ପରାଜୟ ପରେ ଏବେ ଆତ୍ମସମୀକ୍ଷା ପର୍ବ ଆରମ୍ଭ ହୋଇଛି । ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନେତତୃତ୍ବରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହେବାକୁ ଯାଉଛି । ଏଥିରେ ଦଳର ପରାଜୟର ସମ୍ଭାବ୍ୟ କାରଣ ସମ୍ପର୍କରେ ମାନସମନ୍ଥନ ହେବ ।

ସେହିପରି ଦଳ ନିଜ ବିଫଳତାକୁ ଲୁଚାଇବାକୁ ଯାଇ ପ୍ରତିକ୍ରିୟା ଦେବା ଆରମ୍ଭ କରିଛି । ଦଳୀୟ ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଯ୍ୟେଓ୍ବାଲା ପ୍ରେସମିଟ କରି ପଞ୍ଜାବରେ ଦଳୀୟ ପରାଜୟ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସଂଙ୍କୁ ଦାୟୀ କରିବାକୁ ପଛାଇ ନାହାନ୍ତି । କ୍ୟାପଟେନଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଜନ ବିରୋଧୀ ନୀତି ଯୋଗୁ ଦଳ ସତ୍ତା ବିରୋଧୀ ଲହରର ସାମ୍ନା କରିଛି । କ୍ୟାପଟେନଙ୍କ ଶାସନରେ ପଞ୍ଜାବବାସୀ ଦଳ ଉପରୁ ଆସ୍ଥା ହରାଇଛନ୍ତି । ତାର ପରିଣାମ ସ୍ବରୂପ କ୍ଯାପଟେନ ଦଳରୁ ଅଲଗା ହେବା ପରେ ମଧ୍ଯ ତାର ପ୍ରଭାବ ଦଳ ଉପରେ ପଡିଲା ଓ ବିକଳ୍ପ ଭାବେ ଲୋକେ ଆପକୁ ବାଧ୍ୟ ହୋଇ ବାଛିଲେ ବୋଲି କହିଛନ୍ତି ସୂର୍ଯ୍ୟେଓ୍ବାଲା ।

ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଦଳର ଶୋଚନୀୟ ପରାଜୟ ନେଇ ମୁହଁ ଖୋଲିଛନ୍ତି । ଜନମତ ଗ୍ରହଣ କରିବା ସହ ଏହି ଜନାଦେଶରୁ ଦଳ କିଛି ଶିଖିବ ବୋଲି କହିଛନ୍ତି । ଜନତାଙ୍କ ଆଦେଶକୁ ମାନିବାକୁ ପଡିବ ଓ ସମସ୍ତ ମତଦାତାଙ୍କୁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି ରାହୁଲ । ସମସ୍ତ କଂଗ୍ରେସ କର୍ମୀ ଏବଂ ସ୍ବେଚ୍ଛାସେବୀ ଦଳ ପାଇଁ ଖୁବ ପରିଶ୍ରମ କରିଥିବା ଦର୍ଶାଇ ସେମାନଙ୍କୁ ରାହୁଲ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ।

ଦଳ ସମସ୍ତ ୫ ରାଜ୍ୟରେ ଅତି ନିମ୍ନମାନର ପ୍ରଦର୍ଶନ କରିଥିବାବେଳେ ନିଜ ଅଧୀନରେ ଥବା ପଞ୍ଜାବକୁ ମଧ୍ୟ ହରାଇଛି । ଏପରି ସ୍ଥଳେ କଂଗ୍ରେସ ଦଳ ଏକ ଗୁରୁତ୍ବହୀନ ଓ ଜାତୀୟ ପରିବର୍ତ୍ତନ ଆଞ୍ଚଳିକ ଦଳରେ ପରିଣତ ହେବାକୁ ବସିଲାଣି ବୋଲି ଦଳରୁ ଇସ୍ତାଫା ଦେଇଥିବା ବରିଷ୍ଠ ନେତା ମଧ୍ୟ ମନ୍ତବ୍ୟ ରଖୁଛନ୍ତି । ତେବେ କଂଗ୍ରେସ ଚଳିତ ପରାଜୟରୁ କଣ ଶିକ୍ଷା ଲାଭ କରୁଛି ଓ କପରି ତ୍ରୁଟି ସଂଶୋଧନ କରୁଛି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details