ଓଡିଶା

odisha

ETV Bharat / bharat

ପଞ୍ଜାବ ପୋଲିସର ବ୍ୟବହାର କଲେ କି କେଜ୍ରିଓ୍ୱାଲ ? କୁମାର ବିଶ୍ୱାସ ଓ ଅଳକା ଲମ୍ବାଙ୍କ ନାମରେ ଏତଲା - ପଞ୍ଜାବ ପୋଲିସ

ପଞ୍ଜାବ ପୋଲିସର ବ୍ୟବହାର କଲେ କି କେଜ୍ରିଓ୍ୱାଲ ? ପୂର୍ବତନ AAP ନେତା କୁମାର ବିଶ୍ବାସ ଓ ଅଳକା ଲାମ୍ବାଙ୍କ ନାମରେ ପଞ୍ଜାବ ପୋଲିସର ମାମଲା । 48 ଘଣ୍ଟା ମଧ୍ୟରେ ତଦନ୍ତରେ ସାମିଲ ହେବା ପାଇଁ ଉଭୟଙ୍କୁ ନୋଟିସ । ଅଧିକ ପଢନ୍ତୁ

ପୂର୍ବତନ AAP ନେତା କୁମାର ବିଶ୍ବାସ ଓ ଅଳକା ଲମ୍ବାଙ୍କୁ ବୁକ କଲା ପଞ୍ଜାବ ପୋଲିସ
ପୂର୍ବତନ AAP ନେତା କୁମାର ବିଶ୍ବାସ ଓ ଅଳକା ଲମ୍ବାଙ୍କୁ ବୁକ କଲା ପଞ୍ଜାବ ପୋଲିସ

By

Published : Apr 23, 2022, 9:59 PM IST

ଚଣ୍ଡିଗଡ:ପୂର୍ବତନ ଆମ ଆଦମୀ ପାର୍ଟି ନେତା (AAP) କୁମାର ବିଶ୍ବାସ ଓ ଅଳକା ଲାମ୍ବାଙ୍କ ନାମରେ ମାମଲା ଦାଏର କରିଛି ପଞ୍ଜାବ ପୋଲିସ । ଆମ ଆଦମି ପାର୍ଟି (AAP) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ମିଥ୍ୟା ବିବୃତ୍ତି ଦେଇ ଶତ୍ରୁତାକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ବୁଧବାର ଉଭୟଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ପଞ୍ଜାବ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପୋଲିସ ଅଧୀକ୍ଷକ ହରବୀର ସିଂ ଅଟୱାଲ କହିଛନ୍ତି ଯେ ବିଶ୍ବାସଙ୍କ ସହ କଂଗ୍ରେସ ନେତ୍ରୀ ଅଲକା ଲାମ୍ବାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତଦନ୍ତରେ ଯୋଗଦେବା ପାଇଁ ଉଭୟଙ୍କୁ ନୋଟିସ୍ ପ୍ରଦାନ କରିବାକୁ ଏକ ପୋଲିସ୍ ଟିମ୍ ପଠାଯାଇଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ କୁମାର ବିଶ୍ବାସ କେଜ୍ରିଓ୍ବାଲଙ୍କୁ ଇଙ୍ଗୀତ କରି ଖଲିସ୍ତାନୀ ମନ୍ତବ୍ୟ ଦେବା ନେଇ ଜଣେ AAP କର୍ମକର୍ତ୍ତାଙ୍କ ଅଭିଯୋଗ କ୍ରମେ ବିଶ୍ୱାସଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ବୁଧବାର ରୁପନଗର ସଦର ପୋଲିସ ଷ୍ଟେସନର ଏକ ଟିମ କୁମାରଙ୍କ ଗାଜିଆବାଦସ୍ଥିତ ଘରେ ପହଞ୍ଚି 48 ଘଣ୍ଟା ମଧ୍ୟରେ ତାଙ୍କୁ ଏହି ଘଟଣାର ତଦନ୍ତରେ ଯୋଗଦେବାକୁ ନୋଟିସ ଜାରି କରିଥିଲେ । ଉଭୟଙ୍କ ବିରୋଧରେ ଏକାଧିକ ଦଫା ଲଗାଇଛି ପୋଲିସ । ଜନ ପ୍ରତିନିଧୀ ଅଧିନିୟମ ଧାରା-125 ବ୍ୟତୀତ ଉଭୟଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (IPC) ଧାରା 153, 153-ଏ, 505, 502, 116, 143, 147, 323 ଏବଂ 341 ଅନୁଯାୟୀ ମାମଲା ରୁଜୁ କରାଯାଇଛି । କଂଗ୍ରେସ ଏହି ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ ଏତଲା ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରିଛି ।

ଏହାପୂର୍ବରୁ ପଞ୍ଜାବ ପୋଲିସ ଦିଲ୍ଲୀର ଦୁଇ ବିଜେପି ନେତା ତାଜିନ୍ଦର ପାଲ ସିଂ ବାଗଗା ଏବଂ ନବୀନ କୁମାର ଜିନ୍ଦଲଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଫିଲ୍ମ ‘କାଶ୍ମୀର ଫାଇଲ’ କୁ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦେଇଥିବା ମନ୍ତବ୍ୟ ଉପରେ ଆପତ୍ତିଜନକ ଟିପ୍ପଣୀ ଦେବା ଅଭିଯୋଗରେ ବାଗଗା ଏବଂ ଜିନ୍ଦଲଙ୍କ ବିରୋଧରେ କେଜ୍ରିୱାଲଙ୍କ ବିକୃତ ଭିଡିଓ କ୍ଲିପ୍ ସେୟାର କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details