ଓଡିଶା

odisha

ETV Bharat / bharat

ଆଉ ୧୮୪ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କଲେ ପଞ୍ଜାବ ସରକାର - ପଞ୍ଜାବ ସରକାରଙ୍କ ନୂଆ ନିଷ୍ପତ୍ତି

ସର୍ବୋଚ୍ଚକୋର୍ଟଙ୍କ ପକ୍ଷରୁ ସରକାରୀ ସୁରକ୍ଷା ପ୍ରଦାନ କରିବାକୁ ଥିବା ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ୧୮୪ ଭିଆଇପିଙ୍କର(VIP) ସୁରକ୍ଷା ପ୍ରତ୍ୟାହାର କଲେ ପଞ୍ଜାବ ସରକାର । ପୂର୍ବରୁ ମଧ୍ୟ ଗତମାସ ୧୨ ତାରିଖରେ ୧୨୨ ଜଣ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର ହୋଇଛି । ଅଧିକ ପଢନ୍ତୁ

184 VIP ଙ୍କର ସୁରକ୍ଷା ହଟାଇଲେ ପଞ୍ଜାବ ସରକାର
184 VIP ଙ୍କର ସୁରକ୍ଷା ହଟାଇଲେ ପଞ୍ଜାବ ସରକାର

By

Published : Apr 23, 2022, 7:36 PM IST

ଚଣ୍ଡିଗଡ:ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ଭାଗଓ୍ବନ୍ତ ମାନ ସରକାର । ଆଜି ରାଜ୍ୟରେ ୧୮୪ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷ (VIP)ଙ୍କୁ ମିଳୁଥିବା ସୁରକ୍ଷା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି ମାନ୍‌ ସରକାର । ଏହି ତାଲିକାରେ ରାଜ୍ୟର ପୂର୍ବତନ ମନ୍ତ୍ରୀ, ବିଧାୟକ, ରାଜନେତା, ପୂର୍ବତନ ଅଧିକାରୀ ଓ ଅନ୍ୟ କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାମ ରହିଛି ।

ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ପରିବାର ସଦସ୍ୟ ମଧ୍ୟ ରହିଛନ୍ତି । ୨୦ ତାରିଖରେ ଜାରି ଏକ ନିର୍ଦ୍ଦେଶନାମାରେ ରାଜ୍ୟ ଅତିରିକ୍ତ ପୋଲିସ ସୁରକ୍ଷା ମହାନିର୍ଦ୍ଦେଶକ (Additional Director General of Police Security) କହିଛନ୍ତି, ବର୍ତ୍ତମାନ ସ୍ଥିିତିକୁ ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଏହି ସବୁ ବ୍ୟକ୍ତିବିଶେଷଙ୍କୁ ମିଳୁଥିବା ସରକାରୀ ସୁରକ୍ଷା ପ୍ରତ୍ୟାହାର କରାଯିବ ।

ତେବେ ସର୍ବୋଚ୍ଚକୋର୍ଟଙ୍କ ଦ୍ବାରା ଯେଉଁ ବ୍ୟକ୍ତିବିଶେଷଙ୍କୁ ସରକାରୀ ସୁରକ୍ଷା ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି, ସେମାନଙ୍କ ଠାରୁ ସୁରକ୍ଷା ପ୍ରତ୍ୟାହାର ହେବ ନାହିଁ । ପୂର୍ବରୁ ମଧ୍ୟ ଗତମାସ ୧୨ ତାରିଖରେ ୧୨୨ ଜଣ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର ନିଷ୍ପତି କରିଥିଲେ ନବନିର୍ବାଚିତ ପଞ୍ଜାବ ସରକାର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details